ମହିଳାମାନଙ୍କଠାରେ ଦେଖାଦେଉଥିବା କେତେକ ଶାରୀରିକ ସମସ୍ୟା ବାବଦରେ ଆସନ୍ତୁ ଜାଣିବା।

ପ୍ରସୂତି ସମ୍ପର୍କିତ ସମସ୍ୟା

ମହିଳାମାନଙ୍କଠାରେ ଋତୁସ୍ରାବ ଅନିୟମିତତା, ପିସିଓଡି, ଋତୁସ୍ରାବ ସମୟରେ ଯନ୍ତ୍ରଣା, ଜରାୟୁରେ ସମସ୍ୟା, ପରିସ୍ରା ଦ୍ୱାର ସଂକ୍ରମଣ ଭଳି ଅନେକ ସମସ୍ୟା ଦେଖାଦେଇଥାଏ।

ଗର୍ଭାବସ୍ଥା ଜନିତ ସମସ୍ୟା

ଗର୍ଭଧାରଣଠାରୁ ଆରମ୍ଭ କରି ଶିଶୁ ଜନ୍ମ ହେବା ପର୍ଯ୍ୟନ୍ତ ଅନେକ ସମସ୍ୟା ରହିଛି। ଗର୍ଭାବସ୍ଥା ସମୟରେ ମହିଳାମାନଙ୍କଠାରେ ବିଭିନ୍ନ ସମସ୍ୟା ଦେଖାଦେଇଥାଏ। ଏହି ସମୟରେ ସେମାନେ ଡିପ୍ରେସନର ଶିକାର ହୋଇଥା’ନ୍ତି, ଯାହା ଉଭୟ ମା’ ଏବଂ ଶିଶୁ ପାଇଁ ବିପଦ ଆଣିଦିଏ। ଶିଶୁ ଜନ୍ମ ପରେ କେତେକ ମହିଳା ପେରିନାଟାଲ ଡିପ୍ରେସନରେ ଆକ୍ରାନ୍ତ ହୋଇଥାଆନ୍ତି।

Hair Fall

କେଶ ଝଡ଼ିବା

ପିରିୟଡ୍‌, ଗର୍ଭଧାରଣ, ମେନୋପଜ୍‌ ଯୋଗୁଁ ମହିଳାଙ୍କଠାରେ ହରମୋନ ଅନିୟମିତତା ଦେଖାଦିଏ। ଫଳରେ କେଶ ଝଡ଼ିବା, ଚନ୍ଦାପଣ ଭଳି ସମସ୍ୟା ସୃଷ୍ଟି ହୁଏ। ୩୦ ବର୍ଷ ପରେ ମହିଳାମାନଙ୍କ କେଶ ଅଧିକ ଝଡ଼ିଥାଏ। ଏହି ସମୟରେ କ୍ୟାଲ୍‌ସିୟମ୍‌, ଆଇରନ୍‌, ଭିଟାମିନ୍‌ ଡି ଓ ଅନ୍ୟ ଭିଟାମିନର ଅଭାବ ଏବଂ ଉପଯୁକ୍ତ ପୋଷଣ ନ ମିଳିବା ଯୋଗୁଁ ମହିଳାଙ୍କ କେଶ ଝଡ଼ିବା ଆରମ୍ଭ ହୋଇଥାଏ।

ଓଜନ ବଢ଼ିବା

ଅଧିକାଂଶ ମହିଳା ଘର କାମରେ ବ୍ୟସ୍ତ ରହି ନିଜ ସ୍ୱାସ୍ଥ୍ୟ ପ୍ରତି ଅବହେଳା କରିଥାଆନ୍ତି। ତେଣୁ ସେମାନଙ୍କ ଓଜନ ବୃଦ୍ଧି ପାଇଥାଏ।

blood pressure

ଉଚ୍ଚ ରକ୍ତଚାପ

ଅଧିକ କାମର ଚାପ, ଘରର ଦାୟିତ୍ୱ, ପିଲାମାନଙ୍କ ଦାୟିତ୍ୱ ଯୋଗୁଁ ଅଧିକାଂଶ ମହିଳା ମାନସିକ ଚାପର ଶିକାର ହୋଇଥାଆନ୍ତି। ଫଳରେ ସେମାନଙ୍କ ରକ୍ତଚାପ ସ୍ତରରେ ଅସନ୍ତୁଳନ ଦେଖାଯାଇଥାଏ। ଅଧିକ ମୋଟାପଣ ଯୋଗୁଁ ମଧ୍ୟ ସେମାନେ ଉଚ୍ଚ ରକ୍ତଚାପର ଶିକାର ହୋଇଥାଆନ୍ତି।