ପାଟିରୁ ଦୁର୍ଗନ୍ଧ କାହିଁକି ବାହାରେ? ଏହାକୁ ଦୂର କରିବେ କିପରି? ଏନେଇ ଡାକ୍ତର ସୌମ୍ୟା ଚକ୍ରବର୍ତ୍ତୀ କ’ଣ କହୁଛନ୍ତି, ଜାଣନ୍ତୁ?
କିଛି ଛୋଟ ଛୋଟ କଥା ଜଣକ ବ୍ୟକ୍ତିତ୍ୱକୁ ପ୍ରଭାବିତ କରିଥାଏ, ଯେପରିକି ପାଟିରୁ ଦୁର୍ଗନ୍ଧ ବାହାରିବା। କାହାସହ କଥା ହେବା ବେଳେ ପାଟିରୁ ଦୁର୍ଗନ୍ଧ ବାହାରିବା ଯୋଗୁଁ ଅସ୍ୱସ୍ଥିକର ପରିସ୍ଥିତି ସୃଷ୍ଟି ହୋଇଥାଏ। ତେବେ ଆସନ୍ତୁ ଜାଣିବା ପାଟିରୁ ଦୁର୍ଗନ୍ଧ ବାହାରିବାର କାରଣ ଓ ଚିକିତ୍ସା ବିଷୟରେ।
ଆମ ପାଟିରେ ବହୁତ ପ୍ରକାର ଜୀବାଣୁ ଥାଆନ୍ତି। ଏମାନଙ୍କ ମଧ୍ୟରୁ କିଛିଟା ଜୀବାଣୁ ଦୁର୍ଗନ୍ଧ ସୃଷ୍ଟି କରିଥା’ନ୍ତି। ଏହି ଜୀବାଣୁଗୁଡ଼ିକ ସଲଫର ସୃଷ୍ଟି କରିଥାଆନ୍ତି। ଫଳରେ ଦୁର୍ଗନ୍ଧ ବାହାରିଥାଏ।
ଏହାଛଡ଼ା ପିଆଜ, ରସୁଣ, କୋବି ଭଳି ଖାଦ୍ୟ ଖାଇବା ଦ୍ୱାରା ମଧ୍ୟ ପାଟି ଦୁର୍ଗନ୍ଧ କରିଥାଏ। ପାନ, ଗୁଟ୍ଖା ଚୋବାଇଲେ ଏବଂ ମଦ୍ୟପାନ କଲେ ମଧ୍ୟ ପାଟିରୁ ଦୁର୍ଗନ୍ଧ ବାହାରିଥାଏ। ତା’ଛଡ଼ା ରାତି ସମୟରେ ଆମିଷ ଖାଇବା ଦ୍ୱାରା ବଦ୍ହଜମି ହୋଇଥାଏ। ଏହା ମଧ୍ୟ ପାଟିରୁ ଦୁର୍ଗନ୍ଧ କରିବାର କାରଣ ହୋଇଥାଏ।
ସାଲିଭାରି ଗ୍ରନ୍ଥିରେ ସାଲାଇଭା ପ୍ରସ୍ତୁତ ହୋଇଥାଏ। ଏହି ଗ୍ରନ୍ଥିରେ ଷ୍ଟୋନ୍ ହେଲେ ସାଲାଇଭା କମ୍ ମାତ୍ରାରେ ତିଆରି ହୋଇଥାଏ। ଫଳରେ ପାଟି ଶୁଖିଲା ହୋଇଯାଏ, ଯାହାକି ପାଟି ଦୁର୍ଗନ୍ଧର କାରଣ।
ଡାକ୍ତରଙ୍କ ପାଖକୁ କେତେବେଳେ ଯିବେ? (When to go to the dentist in Odia)
ସାଧାରଣତଃ ସକାଳୁ ଉଠିବା ପରେ ପାଟିରୁ ଦୁର୍ଗନ୍ଧ ବାହାରିଥାଏ, ଯାହା ସାଧାରଣ। ହେଲେ ସବୁ ସମୟରେ ପାଟିରୁ ଗନ୍ଧ ବାହାରି ସାଧାରଣ ନୁହେଁ।
ପାଟିରୁ ଗନ୍ଧ ବାହାରୁଛି କି ନାହିଁ ଜାଣିବା ପାଇଁ ପାଟି ଆଗରେ ହାତ ରଖନ୍ତୁ ଓ ଫୁଙ୍କନ୍ତୁ। ଏଥିରୁ ଦୁର୍ଗନ୍ଧ ବାହାରିଲେ ଜାଣିବେ ପାଟି ଦୁର୍ଗନ୍ଧ କରୁଛି। ଏହାଛଡ଼ା ସକାଳୁ ଉଠିବା ପରେ ହାତରେ ଛେପ କାଢ଼ନ୍ତୁ ଓ ୨ରୁ ୩ମିନିଟ୍ ପରେ ଶୁଙ୍ଘନ୍ତୁ, ଯଦି ଏଥିରୁ ଗନ୍ଧ ବାହାରୁଛି, ତେବେ ଜାଣିବେ ପାଟି ଦୁର୍ଗନ୍ଧ କରୁଛି। ଏଭଳିକ୍ଷେତ୍ରରେ ଡାକ୍ତରଙ୍କୁ ପରାମର୍ଶ କରନ୍ତୁ।
ପାଟିରୁ ଦୁର୍ଗନ୍ଧ ବାହାରୁଥିଲେ ତା’ର ଚିକିତ୍ସା କ’ଣ? (What is the treatment for bad breath in Odia)
କଞ୍ଚା ପନିପରିବା ଯେପରିକି, ପିଆଜ, ରସୁଣ ଓ କୋବିକୁ କଞ୍ଚା ଖାଆନ୍ତୁ ନାହିଁ। ପରିବାକୁ ସିଜାଇ କିମ୍ବା ତରକାରି କରି ଖାଆନ୍ତୁ। ପାନ, ଗୁଟ୍ଖା, ମଦ୍ୟପାନରୁ ଦୂରେଇ ରହନ୍ତୁ।
ଯଦି ସାଲାଇଭା ଗ୍ରନ୍ଥିରେ ଷ୍ଟୋନ୍ ଥିବା ଯୋଗୁଁ ପାଟିରୁ ଦୁର୍ଗନ୍ଧ ବାହାରେ, ତାହାହେଲେ ସର୍ଜରୀ ଦ୍ଵାରା ଷ୍ଟୋନ୍କୁ ବାହାର କରିଦିଆଯାଏ।
ପାଟିରୁ ଦୁର୍ଗନ୍ଧ ଦୂର କରିବେ କେମିତି? (How to get rid of bad breath in Odia)
ଏସିଡିଟି କାରଣ ଯୋଗୁଁ ପାଟିରୁ ଦୁର୍ଗନ୍ଧ ବାହାରୁଥିଲେ ଗୋଟେ ମାସ ଯାଏଁ ମେଡିସିନ୍ ଦିଆଯାଏ। ଏହାଛଡ଼ା କଞ୍ଚା ପନିପରିବା ଖାଆନ୍ତୁ ନାହିଁ।
ପାଟି ସଫା ରଖିବେ କେମିତି? (How to keep your mouth clean in Odia)
ଅଧିକାଂଶ ଲୋକ ନିୟମିତ ବ୍ରସ୍ କରନ୍ତି ହେଲେ ବ୍ରସ୍ କରିବାର ସଠିକ ପଦ୍ଧତିକୁ ଅନୁସରଣ କରନ୍ତି ନାହିଁ।
ବ୍ରସ୍ କରିବା ପାଇଁ ୨ରୁ ୩ ମିନିଟ୍ ସମୟ ଦିଅନ୍ତୁ।
ଦାନ୍ତର ଭିତର ଭାଗ ଓ ବାହାର ଭାଗକୁ ବ୍ରସ୍ କରନ୍ତୁ।
ଜିଭ ଛେଲାନ୍ତୁ ଓ କୁଳକୁଜା କରନ୍ତୁ।
ମାଉଥ୍ଓ୍ୱାସ୍ ବ୍ୟବହାର କରିପାରିବେ। ଶୋଇବାକୁ ଯିବା ପୂର୍ବରୁ ମାଉଥ୍ଓ୍ୱାସ୍ କରନ୍ତୁ। କାରଣ ମାଉଥ୍ଓ୍ଵାସ୍ର ୩୦ ମିନିଟ୍ ଯାଏଁ କିଛି ଖାଆନ୍ତୁ ନାହିଁ କିମ୍ବା କିଛି ପିଅନ୍ତୁ ନାହିଁ।
ଡାକ୍ତରଙ୍କ ପରାମର୍ଶ (Doctor’s advice in Odia)
ରୋଗୀଙ୍କର ଦାନ୍ତ ସମସ୍ୟାକୁ ଦେଖି ବ୍ରସ୍ର ପ୍ରକାର ଚୟନ କରାଯାଏ। ଯଦି ରୋଗୀଙ୍କର କୌଣସି ଦାନ୍ତଜନିତ ସମସ୍ୟା ଥାଏ, ତେବେ ନରମ ବ୍ରସ୍ ପରାମର୍ଶ ଦିଆଯାଏ।
୩ ମାସରେ ଥରେ ବ୍ରସ୍ ବଦଳାନ୍ତୁ।
ଦିନକୁ ଦୁଇଥର ବ୍ରସ୍ କରନ୍ତୁ।
ଖାଇସାରିବା ପରେ କୁଳକୁଜା କରିବାକୁ ଭୁଲନ୍ତୁ ନାହିଁ।
(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ସୌମ୍ୟା ଚକ୍ରବର୍ତ୍ତୀଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)
Note: This information on Bad Breath, in Odia language, is based on an extensive interview with a Dental Consultant Dr Soumya Chakrabartty.