ଓଲୁଅ ଖାଇଲେ ପାଟି କୁଣ୍ଡାଇ ହୋଇଥାଏ ବୋଲି ଅନେକଙ୍କ ଧାରଣା ରହିଛି। କିନ୍ତୁ ଓଲୁଅରେ ବିଭିନ୍ନ ଭିଟାମିନ ରହିଛି ଯାହା ଶରୀରର ଅନେକ ସମସ୍ୟା ଦୂର କରିଥାଏ। ଓଲୁଅ ଖାଇବା ଦ୍ୱାରା କୋଷ୍ଠକାଠିନ୍ୟ ଭଳି ପେଟ ରୋଗ ଭଲ ହୋଇଥାଏ।
ଓଲୁଅ ଏକ ପ୍ରକାର ପରିବା। କେହି କେହି ଏହାକୁ ଓଲ ବୋଲି କହିଥାଆନ୍ତି। ଓଲୁଅ ସାଧାରଣତଃ ମାଟି ତଳେ ହୋଇଥାଏ। ଅଧିକାଂଶ ଲୋକ ଏହାକୁ ରାନ୍ଧି ଖାଇଥାଆନ୍ତି। ମାଟି ତଳେ ଫଳୁଥିବା ଏହି ପରିବାର ଅନେକ ପ୍ରଜାତି ରହିଛି। ଅଧିକାଂଶ ପ୍ରଜାତିର ଓଲୁଅ ଖାଇବା ଫଳରେ ପାଟି କୁଣ୍ଢାଇ ହୋଇଥାଏ। ଇଂରାଜୀରେ ଓଲୁଅକୁ ଏଲିଫେଣ୍ଟ ଫୁଟ ୟାମ ବୋଲି କୁହାଯାଏ।
ଓଲୁଅର ଉପକାରିତା
କୋଷ୍ଠକାଠିନ୍ୟ ସମସ୍ୟା ଦୂର ହୁଏ: ଓଲୁଅ ଖାଇବା ଦ୍ୱାରା କୋଷ୍ଠକାଠିନ୍ୟ ଭଳି ଅନେକ ପେଟ ରୋଗ ଭଲ ହୋଇଥାଏ। ଓଲୁଅ ଖାଇଲେ ଡାଇରିଆ ଏବଂ ତରଳ ଝାଡ଼ା ମଧ୍ୟ ଭଲ ହୋଇଥାଏ। ଓଲୁଅ ପାକସ୍ଥଳୀରେ ପ୍ରୋବାଟିକ୍ସ ହରମୋନ କ୍ଷରିତ କରାଇ ପେଟକୁ ସଫା ରଖିଥାଏ।
କୋଲେଷ୍ଟ୍ରଲ କମାଏ: ଓଲୁଅ ଖାଇବା ଦ୍ୱାରା ଶରୀରରେ କୋଲେଷ୍ଟ୍ରଲ ସ୍ତର ସନ୍ତୁଳିତ ରହିଥାଏ। ଏଥିରେ ଥିବା ଓମେଗା-ଥ୍ରୀ-ଫ୍ୟାଟି ଏସିଡ ଶରୀରରେ ଭଲ କୋଲେଷ୍ଟ୍ରଲ ସ୍ତରକୁ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ। ଓଲୁଅ ଖାଇବା ଫଳରେ ଶରୀରର ଲିପପ୍ରୋଟିନ ବୃଦ୍ଧି ହୁଏ। ଓଲୁଅରେ ପ୍ରାୟ ୦.୨-୦.୪ ପ୍ରତିଶତ ଚର୍ବି ଏବଂ ଉଚ୍ଚ ସ୍ତରର ୧.୭-୫ ପ୍ରତିଶତ ତନ୍ତୁ ରହିଥାଏ। ଯାହା ଓଜନ ହ୍ରାସ କରାଇବାରେ ସାହାଯ୍ୟ କରିଥାଏ।
ଆଣ୍ଟିକୋଆଗୁଲାଣ୍ଟ ଏବଂ ଆଣ୍ଟି-ଇନଫ୍ଲାମେଟୋରୀ: ଓଲୁଅରେ ଆଣ୍ଟିକୋଆଗୁଲାଣ୍ଟ ଗୁଣ ଥିବାରୁ ଏହାକୁ ଖାଇବା ଫଳରେ ହୃଦଘାତର ହେବାର ଆଶଙ୍କା କମ ହୋଇଥାଏ। ଏହା ଧମନୀ ଏବଂ ଶିରାରେ ସୃଷ୍ଟି ହୋଇଥିବା ଜମାଟ ବାନ୍ଧିବାରେ ମଧ୍ୟ ସାହାଯ୍ୟ କରେ। ଓଲୁଅ ଖାଇବା ଫଳରେ ଉଚ୍ଚ ରକ୍ତଚାପ ହ୍ରାସ ହେବା ସଙ୍ଗେ ସଙ୍ଗେ ଏବଂ କରୋନାରି ଧମନୀ ପରି ଜଟିଳ ରୋଗ ଭଲ ହୋଇଥାଏ।
କର୍କଟ ରୋଗର ଉପଶମ କରାଏ: କେବଳ ଓମେଗା-୩-ଫ୍ୟାଟି ଏସିଡ ଏବଂ ଆଣ୍ଟିଅକ୍ସିଡାଣ୍ଟ ନୁହେଁ, ଓଲୁଅରେ ଥିବା ଡାୟୋଜେନିନ କର୍କଟ କୋଷ ସୃଷ୍ଟିକାରୀ ଉପଦାନକୁ ମଧ୍ୟ ରୋକିପାରେ।
ମଧୁମେହକୁ ନିୟନ୍ତ୍ରଣ କରେ: ଓଲୁଅ ନିମ୍ନ ଗ୍ଲାଇସେମିକ ଇଣ୍ଡେକ୍ସ ହେତୁ ମଧୁମେହ ରୋଗୀଙ୍କ ଏହା ଭଲ ହୋଇଥାଏ। ଓଲୁଅ ଖାଇବା ଯୋଗୁଁ ରକ୍ତରେ ଶର୍କରାର ମାତ୍ରା ବଢ଼ିଥାଏ। ଓଲୁଅ ଖାଇଲେ ଶରୀରରେ ଇନସୁଲିନ ବୃଦ୍ଧି ପାଇଥାଏ।
ଡିଟକ୍ସଫିକେସନ ପରି କାମ ଦିଏ: ଓଲୁଅ ଏକ ଶକ୍ତିଶାଳୀ ଡିଟକ୍ସାଇଫାୟର ଭଳି କାମ କରିଥାଏ। ଓଲୁଅରେ ଥିବା ଫାଇବର ଯକୃତରେ ବିଷାକ୍ତ ପଦାର୍ଥକୁ ମଳ ମୂତ୍ର ବାଟେ ବାହାର କରି ପେଟକୁ ଡିଟକ୍ସଫିକେସନ କରାଏ। ଓଲୁଅ ଅନ୍ତନଳୀ ଏବଂ ପେଟ ସମେତ ଅନ୍ୟ ଆଭ୍ୟନ୍ତରୀଣ ଅଙ୍ଗଗୁଡ଼ିକୁ ସଠିକ ପରିଷ୍କାର କରିବାରେ ସାହାଯ୍ୟ କରେ, ଯାହାକି ସମସ୍ତ ଅଙ୍ଗକୁ ପାଥୋଜେନରୁ ମୁକ୍ତ କରିଥାଏ।
ଆଣ୍ଟି-ଇନଫ୍ଲାମେଟୋରୀ: ଓଲୁଅ ଖାଇଲେ ହେମୋରୋଇଡ ଏବଂ ପିଲ୍ସର ରୋଗ ଭଲ ହୋଇଥାଏ। ଓଲୁଅ ଖାଇବା ଫଳରେ ଆର୍ଥ୍ରାଇଟିସ ରୋଗରୁ ଉପଶମ ମିଳିଥାଏ। ଏହା ମାଂସପେଶୀ ସ୍ପାମ ହ୍ରାସ କରିବାରେ ମଧ୍ୟ ସାହାଯ୍ୟ କରେ। ଓଲୁଅରେ ଥିବା ଆଣ୍ଟି-ଇନ୍ଫ୍ଲାମେଟୋରୀ ଗୁଣ ଯୋଗୁଁ ଅନ୍ୟାନ୍ୟ ପରିଉମାଟିଜିମ୍, ଗ୍ରନ୍ଥି ଫୁଲା ଏବଂ ଅନ୍ୟାନ୍ୟ ସମସ୍ୟାରୁ ମୁକ୍ତି ମିଳିପାରେ।
ଇଷ୍ଟ୍ରୋଜେନ ସନ୍ତୁଳିତ ରଖେ: ଓଲୁଅ ଖାଇବା ଫଳରେ ମହିଳାମାନଙ୍କଠାରେ ହରମୋନାଲ ସ୍ତର ବଜାୟ ରହିବା ସହ ଇଷ୍ଟ୍ରୋଜେନ ସ୍ତରରେ ସନ୍ତୁଳନ ଆସିଥାଏ। ଏହା ମହିଳାମାନଙ୍କ ନିକଟରେ ଦେଖାଯାଉଥିବା ଅନେକ ସମସ୍ୟା ହ୍ରାସ କରିବାରେ ମଧ୍ୟ ସାହାଯ୍ୟ କରେ। ଏଥିରେ ଆଣ୍ଟିଅକ୍ସିଡାଣ୍ଟ ରହିଥିବାରୁ ମହିଳାମାନଙ୍କ ପାଇଁ ବେଶ ଭଲ କାମ ଦେଇଥାଏ।
ଓଲୁଅ ଖାଇବା ଫଳରେ ଥଣ୍ଡା ହୋଇନଥାଏ। ଓଲୁଅ ଖାଇଲେ ଆଣ୍ଠୁ ଗଣ୍ଠି ଯନ୍ତ୍ରଣାରୁ ମୁକ୍ତି ମିଳେ। ଓଲୁଅରେ ଭିଟାମିନ ସି ରହିଛି ଯାହା ଖାଇବା ଫଳରେ ଚର୍ମ ଦାଗମୁକ୍ତ ହେବା ସହ ଏବଂ ଚର୍ମରେ କୁଞ୍ଚନ ପଡ଼ିନଥାଏ। ଓଲୁଅ ଖାଇବା ଦ୍ୱାରା ଅର୍ଶ ରୋଗରୁ ଉପଶମ ମିଳିଥାଏ।