ବିଳମ୍ବ ରାତିରେ ଖାଦ୍ୟ ଖାଇବା ଶରୀର ପକ୍ଷେ ଲାଭଦାୟକ ହୋଇନଥାଏ। ଏହା ଯୋଗୁଁ ଶରୀରରେ ଅନେକ ସମସ୍ୟା ଦେଖା ଦେଇଥାଏ।
ଅଧିକ ପଢ଼ନ୍ତୁ: ବିନା ତକିଆରେ ଶୁଅନ୍ତୁ, ମିଳିବ ଏହି ୧୩ ଲାଭ
ରାତି ୮ଟା ପରେ ଖାଦ୍ୟ ଖାଇଲେ ତାହା ଦେହ ପାଇଁ କ୍ଷତିକାରକ ହୋଇପାରେ। ପ୍ରାୟ ଲୋକେ ସାଧାରଣତଃ ବିଳମ୍ବ ରାତିରେ ଖାଦ୍ୟ ଖାଇଥା’ନ୍ତି। ବିଳମ୍ବ ରାତିରେ ଖାଦ୍ୟ ଖାଇବା ଦେହ ପାଇଁ ବହୁତ କ୍ଷତିକାରକ ହୋଇଥାଏ।
ଅଧିକ ରାତିରେ ଖାଦ୍ୟ ଖାଇବା ଦ୍ୱାରା ମୋଟା ହେବାର ଅଧିକ ଆଶଙ୍କା ବଢ଼ିଯାଇଥାଏ। ଡେରିରେ ଖାଇବା କାରଣରୁ ଅଧିକାଂଶ ଲୋକମାନେ ଲୋକ ନାଇଟ ଇଟିଙ୍ଗି ସିଣ୍ଡ୍ରୋମରେ ମଧ୍ୟ ପୀଡ଼ିତ ହୋଇଥାନ୍ତି। ଏହି ସମସ୍ୟାର ଶିକାର ହୋଇଥିବା ବ୍ୟକ୍ତି ଅଧିକ ମାତ୍ରାରେ କାର୍ବୋହାଇଡ୍ରେଟ ଖାଇବାକୁ ପସନ୍ଦ କରନ୍ତି।
ବିଳମ୍ବ ରାତିରେ ଖାଇବା ଦ୍ୱାରା ନିଦ ସହ ଜଡ଼ିତ ଅନେକ ପ୍ରକାର ସମସ୍ୟା ଦେଖାଦେଇଥାଏ। ବିଳମ୍ୱରେ ଖାଇବା ଦ୍ୱାରା ଚିଡ଼ାପଣ ରହିବାର ଆଶଙ୍କା ଥାଏ। ଯଦି ଆପଣଙ୍କର ବିଳମ୍ବ ରାତିରେ ଖାଇବାର ଅଭ୍ୟାସ ଥାଏ ତାହେଲେ ଅଧିକ ଫାଇବରଯୁକ୍ତ ଖାଦ୍ୟ ଖାଇବା ପାଇଁ ଚେଷ୍ଟା କରନ୍ତୁ।
ଅଧିକ ପଢ଼ନ୍ତୁ: ଜାଣନ୍ତୁ, ବୟସ ଅନୁଯାୟୀ କେତେ ଘଣ୍ଟା ଶୋଇବା ଜରୁରୀ
ଠିକ ସମୟରେ ନ ଖାଇବା ଫଳରେ ଏସିଡ ରିପ୍ଲକ୍ସ ଭଳି ସମସ୍ୟା ଦେଖାଦେଇଥାଏ। କେବଳ ସେତିକି ନୁହେଁ ବିଳମ୍ବରେ ଖାଇବା ଯୋଗୁଁ ଅନେକ ପେଟଜନିତ ସମସ୍ୟା ଦେଖାଦେଇଥାଏ। ଛାତି ଜଳାପୋଡ଼ା ଏବଂ ପେଟ ଯନ୍ତ୍ରଣା ମଧ୍ୟ ହୋଇଥାଏ।
ଖାଦ୍ୟ ଖାଇବାର ସମୟ ଠିକ ରଖନ୍ତୁ। ଖାଦ୍ୟ ଶୀଘ୍ର ଖାଇଲେ ମଧ୍ୟ ସମସ୍ୟା ଦେଖାଦେଇଥାଏ।ସନ୍ଧ୍ୟା ସମୟରେ କିଛି ହାଲକା ଜିନିଷ ଖାଇପାରନ୍ତି। ଫାଷ୍ଟଫୁଡ ଛଡ଼ା ଅନ୍ୟ କୌଣସି ସୁସ୍ଥ ଖାଦ୍ୟ ଆପଣ ଖାଇପାରିବେ। ସନ୍ଧ୍ୟା ସମୟରେ ଜଳଖିଆ କରିବା ପରେ କିଛି ସମୟ ଥାଏ ସେହି ସମୟ ମଧ୍ୟରେ ଆପଣଙ୍କର ଜଳଖିଆ ହଜମ ହୋଇଯାଏ। ତା’ ପରେ ଆପଣ ରାତି ଭୋଜନ କରିପାରିବେ।