ସାଧାରଣତଃ ଖରାଦିନେ ଖରା ସଂସ୍ପର୍ଶରେ ଆସିବା ଯୋଗୁଁ ତ୍ଵଚାରେ ସନବର୍ଣ୍ଣ, ସନଟ୍ୟାନ୍ ଭଳି ସମସ୍ୟା ହୋଇଥାଏ। ତେଣୁ ଖରାଦିନେ କିପରି ନେବେ ତ୍ୱଚାର ଯତ୍ନ? ଜାଣନ୍ତୁ

  • ଯେଉଁମାନଙ୍କର ତେଲିଆ ତ୍ୱଚା ସେମାନଙ୍କର ଖରାଦିନରେ ମୁହଁରୁ ପ୍ରବଳ ତେଲ ବାହାରିଥାଏ। ଏପରିସ୍ଥଳେ ପାଖରେ ସବୁବେଳେ ଏକ ରୁମାଲ ରଖନ୍ତୁ। ତ୍ୱଚା ତେଲିଆ ଲାଗିଲେ ପୋଛି ଦିଅନ୍ତୁ। ଖରାଦିନେ ତ୍ୱଚାକୁ ବାରମ୍ବାର ଧୋଇଲେ ବି ସୁଫଳ ମିଳିଥାଏ।
  • ଅତ୍ୟଧିକ ତେଲ ମସଲାଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ। ଏହାଦ୍ୱାରା ତ୍ୱଚାରେ ବ୍ରଣ ପରି ସମସ୍ୟା ସୃଷ୍ଟି ହୋଇଥାଏ।
  • ଖରାକୁ ବାହାରିବା ପୂର୍ବରୁ ମୁହଁରେ ସନ୍‌ସ୍କ୍ରିନ ଲୋସନ୍ ନିଶ୍ଚିତ ଭାବେ ଲଗାନ୍ତୁ। ବାହାରୁ ଆସିବା ପରେ ସଙ୍ଗେ ସଙ୍ଗେ ମୁହଁକୁ ଥଣ୍ଡାପାଣିରେ ଧୁଅନ୍ତୁ। ସମ୍ଭବ ହେଲେ ଗୋଲାପ ଜଳରେ ପୋଛି ଟୋନର୍ ଲଗାଇ ନିଅନ୍ତୁ। ତ୍ୱଚା
  • ପଇଡ଼ ପାଣି ତ୍ୱଚା ପାଇଁ ଖୁବ୍ ଉପକାରୀ। ତେଣୁ ଖରାଦିନେ ପଇଡ଼ ପାଣି ପିଅନ୍ତୁ ଓ ଏହାକୁ ମୁହଁରେ ଲଗାଇବା ଦ୍ୱାରା ସୁଫଳ ମିଳେ। ଫ୍ରିଜ୍‌ରେ ପଇଡ଼ ପାଣି ରଖି ଦିଅନ୍ତୁ ଓ ଏହାକୁ ପ୍ରତିଦିନ ଲଗାଇବା ଦ୍ୱାରା ସନବର୍ଣ୍ଣ, ସନଟ୍ୟାନ୍ ଦୂର ହୋଇଥାଏ।
  • ରାତିରେ ତ୍ୱଚାରେ ହଳଦୀ ଓ ଚନ୍ଦନ ଲଗାଇ ରଖନ୍ତୁ, ୧୫ ମିନିଟ୍‌ ପରେ ଧୋଇଦିଅନ୍ତୁ। ଏହାଦ୍ୱାରା ତ୍ୱଚା ପରିଷ୍କାର ରହିବା ସହ ସୁସ୍ଥ ରହିଥାଏ।
  • ସପ୍ତାହରେ ଥରେ ପାଚିଲା କଦଳୀର ଫେସିଆଲ୍ କରନ୍ତୁ। ପାଚିଲା କଦଳୀ ତ୍ୱଚାରୁ ମୃତକୋଷ ବାହାର କରିବା ସହ ତ୍ୱଚାକୁ ଥଣ୍ଡା ରଖିଥାଏ।
  • ଖରାରୁ ଆସିବା ପରେ ବେସନ ଏବଂ ଦହିର ପ୍ୟାକ୍ ମୁହଁରେ ଲଗାନ୍ତୁ। ତ୍ୱଚାର ପିଏଚ୍‌ ସନ୍ତୁଳନ ବଜାୟ ରହିବ।