ହସିବା ଏକ ପ୍ରକାର ଯୋଗ। ହସିବା ଫଳରେ ଶରୀରର ଅନେକ ସମସ୍ୟା ଦୂର ହୋଇଥାଏ। 

ମେଦବହୁଳତା ହ୍ରାସ କରିବା, ଓଜନ କମ୍‌ କରିବା କିମ୍ବା ପେଟର ଚର୍ବି କମାଇବା ପାଇଁ ଲୋକମାନେ ଅନେକ ପ୍ରକାରର ଯୋଗ ବ୍ୟାୟାମ କରନ୍ତି। ଅନେକ ଯୋଗ ପ୍ରଶିକ୍ଷକ ଏଭଳି ସମସ୍ୟାର ସମାଧାନ ସ୍ୱରୂପ ହସିବା ପାଇଁ ପରାମର୍ଶ ଦେଇଥା’ନ୍ତି। ହସିବା ମଧ୍ୟ ଯୋଗର ଏକ ରୂପ। ତେଣୁ ଅନ୍ୟ ଯୋଗ ସହିତ ହସିବାର ଅଭ୍ୟାସ ମଧ୍ୟ ଶରୀର ପ୍ରତି ଲାଭଦାୟକ ହୋଇଥାଏ।

ହସିବା ଦ୍ୱାରା କର୍ଟିସୋଲ, ଏଣ୍ଡୋର୍‌ଫିନ୍‌, ଡୋପାମାଇନ୍‌ ଏବଂ ଅନ୍ୟାନ୍ୟ ହରମୋନ୍‌ ସୃଷ୍ଟି ହୁଏ। ଟି-କୋଷଗୁଡ଼ିକ ହେଉଛି ସ୍ୱତନ୍ତ୍ର ପ୍ରତିରକ୍ଷା ପ୍ରଣାଳୀ, ଯାହାକି ଶରୀରକୁ ସକ୍ରିୟ ରଖିଥା’ନ୍ତି। ହସିବା ଫଳରେ ଏହି କୋଷଗୁଡ଼ିକ ସକ୍ରିୟ ହୋଇ ଶରୀର ସୁସ୍ଥ ରଖିଥାନ୍ତି। ଏଣ୍ଡୋରଫିନ ହରମୋନ ଶରୀରରେ ହେଉଥିବା ଯନ୍ତ୍ରଣା ଭଲ କରିଥାଏ। ହସିବା ଦ୍ୱାରା ଶରୀରରୁ ଅଧିକ ମାତ୍ରାରେ ଏଣ୍ଡୋରଫିନ ମୁକ୍ତ ହୋଇଥାଏ ଯାହା ଯନ୍ତ୍ରଣାକୁ ଭଲ କରି ଆପଣଙ୍କୁ ଆରାମ ଦେଇଥାଏ।

ହସିବା ଫଳରେ ପେଟର ଷ୍ଟ୍ରେସ ହରମୋନ୍‌ ସ୍ତର ହ୍ରାସ ପାଇଥାଏ।

ହସିବା ଏକ ଉତ୍ତମ କାଡିଓଭାସ୍କୁଲାର ବ୍ୟାୟାମ। ହସିବା ଦ୍ୱାରା କ୍ୟାଲୋରି ମଧ୍ୟ ଖର୍ଚ୍ଚ ହୁଏ। ତେଣୁ ସୁସ୍ଥ ହୃଦୟ ପାଇଁ ହସିବା ଜରୁରୀ।

ନିମ୍ନ ରକ୍ତଚାପ ସମସ୍ୟାରେ ପୀଡ଼ିତ ବ୍ୟକ୍ତିଶରୀରରେ ରକ୍ତଚାପକୁ ନିୟନ୍ତ୍ରଣ ଆଣିବା ପାଇଁ ହସିବା ଜରୁରୀ। ରକ୍ତଚାପ ଜନିତ କୌଣସି ସମସ୍ୟାରୁ ଉପଶମ ପାଇବାକୁ ହେଲେ ମନ ଖୋଲି ହସନ୍ତୁ।

ଅନେକ ପ୍ରକାର ଦୁଃଖରୁ ମୁକ୍ତି ପାଇବା ପାଇଁ ହସ ଏକ ଚିକିତ୍ସା ଭାବେ କାମ କରିଥାଏ।  ହସିବା ଦ୍ୱାରା ମାନସିକ ଚାପ ଦୂର ହେବା ସହ ମାନସିକ ଶାନ୍ତି ମିଳେ।