ସଠିକ୍ ଜ୍ଞାନ ଓ ସୁସ୍ଥ ଜୀବନଶୈଳୀ ଆପଣେଇବା ଦ୍ୱାରା କିଡ୍ନି ରୋଗକୁ ପ୍ରତିରୋଧ କରାଯାଇ ପାରିବ। କିଡ୍ନି ଅସୁସ୍ଥତାର କାରଣଗୁଡ଼ିକ ଜାଣନ୍ତୁ ଏବଂ ସୁରକ୍ଷିତ ରହନ୍ତୁ।
କିଡ୍ନି ରୋଗ ହେବାର ମୁଖ୍ୟ କାରଣ ହେଉଛି ଅନିୟନ୍ତ୍ରିତ ମଧୁମେହ ଓ ଉଚ୍ଚ ରକ୍ତଚାପ। ଏହାଛଡ଼ା ପନିପରିବାରେ ମାତ୍ରାଧିକ ରାସାୟନିକ ଦ୍ରବ୍ୟର ବ୍ୟବହାର, ଡାକ୍ତରଙ୍କ ବିନା ପରାମର୍ଶରେ ଔଷଧ କିମ୍ବା ପେନ୍କିଲରର ଅଧିକ ସେବନ ଯୋଗୁଁ ମଧ୍ୟ କିଡ୍ନି ଖରାପ ହୋଇପାରେ।
କିଡ୍ନି ଅସୁସ୍ଥତାର ଲକ୍ଷଣ
- ବାନ୍ତି ହେବା
- ଭୋକ କମିଯିବା
- ନିଦ କମ୍ ହେବା
- ବାରମ୍ବାର ପରିସ୍ରା ଲାଗିବା କିମ୍ବା ପରିସ୍ରା କମ୍ ହେବା
- ପାଦ ଫୁଲିବା
- ଦେହ କୁଣ୍ଡାଇ ହେବା
- ପରିସ୍ରାରେ ରକ୍ତ ପଡ଼ିବା
- ପରିସ୍ରାରେ ଆଲ୍ବୁମିନ୍ ନାମକ ପ୍ରୋଟିନ୍ ଯିବା
- କିଡ୍ନିରେ ପଥର ସୃଷ୍ଟି ହେବା
- କିଡ୍ନି ଥିବା ସ୍ଥାନରେ ଯନ୍ତ୍ରଣା ହେବା
ଅଧିକ ପଢ଼ନ୍ତୁ: କାହିଁକି ହେଉଛି କିଡ୍ନି ଖରାପ?
କିଡ୍ନି ଅସୁସ୍ଥତାର ପ୍ରତିରୋଧ
କିଡ୍ନିକୁ ସୁସ୍ଥ ରଖିବାକୁ ହେଲେ ଜୀବନଶୈଳୀରେ ପରିବର୍ତ୍ତନ କରିବାକୁ ହେବ। ଆସନ୍ତୁ ଜାଣିବା କିଡ୍ନିକୁ ସୁସ୍ଥ ରଖିବେ କିପରି?
- ସ୍ୱାସ୍ଥ୍ୟକର ଖାଦ୍ୟ ଖାଆନ୍ତୁ।
- ରକ୍ତଚାପ ଓ ମଧୁମେହକୁ ନିୟନ୍ତ୍ରଣରେ ରଖନ୍ତୁ।
- ଯଥେଷ୍ଟ ପାଣି ପିଅନ୍ତୁ।
- ଧୂମପାନ କରନ୍ତୁ ନାହିଁ।
- ନିୟମିତ ବ୍ୟାୟାମ କରିବା ସହ ଦିନତମାତ ଶାରୀରିକ ଭାବେ ସକ୍ରିୟ ରହନ୍ତୁ।
- ଡାକ୍ତରଙ୍କ ବିନା ପରାମର୍ଶ କୌଣସି ଔଷଧ ସେବନ କରନ୍ତୁ ନାହିଁ।
- ଯଦି ମେଦବହୁଳତା, ମଧୁମେହ ବା ଉଚ୍ଚ ରକ୍ତଚାପ ଭଳି ସମସ୍ୟା ଥାଏ, ତେବେ ତାକୁ ନିୟନ୍ତ୍ରଣରେ ରଖନ୍ତୁ।
ପରିବାରରେ କେହି କିଡ୍ନି ରୋଗରେ ଆକ୍ରାନ୍ତ ହୋଇଥାଆନ୍ତି, ତେବେ ନିୟମିତ ବ୍ୟବଧାନରେ କିଡ୍ନି ପରୀକ୍ଷା କରାଇନିଅନ୍ତୁ।
(ସୌଜନ୍ୟ: ସୂଚନା ଓ ଲୋକ ସମ୍ପର୍କ ବିଭାଗ)