ଡାଏବେଟିସ୍, ହାଇ ବ୍ଲଡପ୍ରେସର ଓ ହାଇକୋଲେଷ୍ଟ୍ରୋଲ ରୋଗୀଙ୍କ ପାଇଁ ଆଲମଣ୍ଡ ଖାଇବା ଖୁବ୍ ଭଲ। ବାଦାମ ଶରୀରରେ ରକ୍ତ ଶର୍କରା ପରିମାଣକୁ ନିୟନ୍ତ୍ରଣରେ ରଖେ।
ବାଦାମରେ ଥିବା ମ୍ୟାଗ୍ନେସିୟମ୍ ଟାଇପ୍-୨ ଡାଇବେଟିସ୍ ରୋଗୀଙ୍କ ପାଇଁ ଲାଭପ୍ରଦ। ଏହାବ୍ୟତୀତ ଆଲମଣ୍ଡ୍ ମାନସିକ ବିକାଶ, କେଶ ସମସ୍ୟା, ତ୍ୱଚାରେ ଚମକ ଆଣିବାରେ ସହାୟକ ହୁଏ।
ନିୟମିତ ଆଲମଣ୍ଡ ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ଉପରେ ଭଲ ପ୍ରଭାବ ପଡ଼ିଥାଏ ଏବଂ ଓଜନ ବଢ଼ିନଥାଏ। ଆଲମଣ୍ଡ ଖାଇବା ଦ୍ୱାରା ଅଧିକ ସମୟ ପାଇଁ ଭୋକ ଲାଗିନଥାଏ, ଫଳରେ ଆପଣଙ୍କୁ ଇଆଡ଼ୁସିଆଡ଼ୁ ଖାଇବାକୁ ଅନିଛା ପ୍ରକାଶ କରିଥାଆନ୍ତି, ଯାହାକି ଓଜନ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ।
ଆମେରିକାନ୍ ହାର୍ଟ ଆସୋସିଏସନ୍ ଦ୍ୱାରା ମୁଦ୍ରିତ ଜର୍ନାଲର ଏକ ଅଧ୍ୟୟନ ଅନୁଯାୟୀ, ଯେତେବେଳେ ଉଚ୍ଚ କାର୍ବୋହାଇଡ୍ରେଟ୍ ମଫିନ୍ ବଦଳରେ ଯଦି ୪୫ ଗ୍ରାମ୍ ଆଲମଣ୍ଡ ସେବନ କରାଯାଏ, ତେବେ ଅଣ୍ଟାର ଚର୍ବି ଓ ତା’ସହିତ ପେଟ ଏବଂ ଗୋଡ଼ର ମେଦବହୁଳତା କମିଯାଏ।
ଏହାସହ ଆଲମଣ୍ଡ ଫୋଲେଟ୍ର ଗୁରୁତ୍ୱପୂର୍ଣ୍ଣ ଉତ୍ସ, ଯାହାକି ଶରୀରରେ ରୋଗ ପ୍ରତିରୋଧକ ପ୍ରଣାଳୀକୁ ସ୍ୱାଭାବିକ ଢଙ୍ଗରେ କାମ କରିବାରେ ସାହାଯ୍ୟ କରିଥାଏ।
ରାତିରେ ୧୦ରୁ ୧୨ଟି ଆଲମଣ୍ଡକୁ ପାଣିରେ ଭିଜାଇ ସକାଳୁ ଖାଇବା ଦ୍ୱାରା ଶରୀରକୁ ଅନେକ ପୋଷଣ ମିଳିଥାଏ। ତେଣୁ ଦୈନିକ ଆହାରରେ ମୁଠାଏ ଆଲମଣ୍ଡ ମିଶାନ୍ତୁ।