କାହିଁକି ଜରୁରୀ ଫାଷ୍ଟଏଡ୍‌ କିଟ୍‌?‌

ରୋଷେଇ କରିବା ବେଳେ, ହାତରେ ଚେଙ୍କ ଲାଗିଗଲେ କିମ୍ବା ହାତ କଟିଗଲେ ବା ଛୋଟ ମୋଟ ଖଣ୍ଡିଆ ହେଲେ କିମ୍ବା ଅନ୍ୟ କୌଣସି ବଡ଼ ଦୁର୍ଘଟଣା ବେଳେ ଫାଷ୍ଟଏଡ୍‌ କିଟ୍‌ର ବ୍ୟବହାର କରିପାରିବା। ଆଘାତ ଯେତେ ଛୋଟ ହେଉ ନା କାହିଁକି ଏହାକୁ ଗୁରୁତର ହେବା ପୂର୍ବରୁ ଓ ସଂକ୍ରମଣ ରୋକିବା ପାଇଁ ଫାଷ୍ଟ ଏଡ୍‌ କିଟ୍‌ ସହାୟକ ହୋଇଥାଏ।

ଆସନ୍ତୁ ଜାଣିବା ଫାଷ୍ଟଏଡ୍‌ କିଟ୍‌ରେ କ’ଣ ରଖିବେ?

ଗ୍ଲୋବ୍‌ସ, ତୁଳା, କଇଁଚି, ବ୍ୟାଣ୍ଡେଜ୍‌, ଗଜ୍‌, ଆଣ୍ଟିସେପ୍‌ଟିକ୍‌ ଲୋସନ୍‌, କ୍ରେପ୍‌ ବ୍ୟାଣ୍ଡେଜ୍‌, ଆଣ୍ଟିବାୟୋଟିକ୍ କ୍ରିମ୍, ବରଫ ସେକ ବ୍ୟାଗ୍‌, ମାଂସପେଶୀ ଯନ୍ତ୍ରଣା ପାଇଁ ସ୍ପ୍ରେ, ପୋଡ଼ାଜଳା କ୍ରିମ୍‌, ବ୍ୟାଣ୍ଡେଡ୍‌, ଥର୍ମୋମିଟର, ହ୍ୟାଣ୍ଡ ସାନିଟାଇଜର ।

ପ୍ରତ୍ୟେକ ଲୋକଙ୍କ ଘରେ, ଗାଡ଼ିରେ, କାର୍‌ରେ, ବିଦ୍ୟାଳୟ, ଅଫିସ୍‌ ଓ ବିଭିନ୍ନ ଜରୁରୀକାଳୀନ ସ୍ଥାନରେ ଫାଷ୍ଟଏଡ୍‌ କିଟ୍‌ ରହିବା ଆବଶ୍ୟକ। କାରଣ ଛୋଟ ମୋଟ ଆଘାତ ଲାଗିଲେ ଆପଣ ଘରେ ରହି ପ୍ରାଥମିକ ଚିକିତ୍ସା କରିପାରିବେ। ଏହିସବୁ ଜିନିଷ ପାଇଁ ଆପଣଙ୍କୁ ଚିକିତ୍ସାଳୟକୁ ଯିବାକୁ ପଡ଼ିବ ନାହିଁ।