ଅଧିକ ପଢ଼ନ୍ତୁ: ମୋଟା ହାତକୁ ପତଳା କରିବା ପାଇଁ କରନ୍ତୁ ଏହି ଯୋଗ
ଓଜନ କମ୍ କରିବା ଯେତିକି ଚିନ୍ତାର ବିଷୟ, ଓଜନ ବୃଦ୍ଧି କରିବା ମଧ୍ୟ ସେତିକି ଚିନ୍ତାର ବିଷୟ। ଅଧିକାଂଶ ଲୋକ ନିଜ ପତଳାପଣ, ଦୁର୍ବଳ ଶରୀରକୁ ନେଇ ଚିନ୍ତିତ ଥାଆନ୍ତି। ଇଣ୍ଟରନେଟ୍ରେ ମୋଟା ହେବାର ଉପାୟ ଖୋଜନ୍ତି, ହେଲେ ସଠିକ୍ ତଥ୍ୟ ପାଇନଥାଆନ୍ତି।
ଓଜନ ବୃଦ୍ଧି କରିବା ପାଇଁ ଦୈନିକ ୫ରୁ ୬ ଥର ଖାଇବା ସହ ଅଧିକ ପ୍ରୋଟିନ୍, ଫ୍ୟାଟ୍, ଉଚ୍ଚ କ୍ୟାଲୋରିଯୁକ୍ତ ଖାଦ୍ୟକୁ ସାମିଲ କରନ୍ତୁ। ସବୁବେଳେ ସ୍ୱାସ୍ଥ୍ୟକର ଖାଦ୍ୟ ଖାଆନ୍ତୁ, ଯାହା ଶରୀରର ମାଂସପେଶୀକୁ ସୁଦୃଢ଼ କରିବା ସହ ଓଜନ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ। ତେବେ ଓଜନ ବୃଦ୍ଧି ପାଇଁ କେଉଁ ଭଳି ଖାଦ୍ୟ ଖାଇବେ, ଆସନ୍ତୁ ଜାଣିବା।
କ୍ଷୀର
କ୍ଷୀର ଜରୁରୀ ପୋଷକ ତତ୍ୱରେ ଭରପୂର। ଏଥିରେ ପ୍ରୋଟିନ୍, କ୍ୟାଲ୍ସିୟମ୍, କାର୍ବୋହାଇଡ୍ରେଟ୍ସ, ଫ୍ୟାଟ୍, ମିନେରାଲ୍ସ, ଭିଟାମିନ୍ ପରିମାଣ ଅଧିକ। ବ୍ୟାୟାମ ପୂର୍ବରୁ କିମ୍ବା ପରେ ଗୋଟେ ଗ୍ଲାସ୍ କ୍ଷୀର ପିଅନ୍ତୁ।
ଭାତ
ଭାତ କାର୍ବୋହାଇଡ୍ରେଟ୍ର ଏକ ଉତ୍ତମ ସ୍ରୋତ। ଗୋଟେ କପ୍ ଭାତରେ ୨୦୦ କ୍ୟାଲୋରି ଥାଏ, ଯାହା ଓଜନ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ।
ଡ୍ରାଏଫ୍ରୁଟ୍ସ
ଡାଏଫ୍ରୁଟ୍ସରେ ଆଣ୍ଟିଅକ୍ସିଡାଣ୍ଟ, ପ୍ରୋଟିନ୍, କ୍ୟାଲୋରି ଏବଂ ମାଇକ୍ରୋନ୍ୟୁଟ୍ରିଏଣ୍ଟ ଭରି ରହିଛି। ଏଥିରେ ପ୍ରାକୃତିକ ଶର୍କରା ରହିଛି, ଯାହାକି ଓଜନ ବୃଦ୍ଧି କରିବାରେ ସାହାଯ୍ୟ କରେ। ଦୈନିକ ମୁଠାଏ ଆଲମଣ୍ଡ, ଓ୍ୱାଲନଟ୍, କାଜୁ ଭଳି ଡ୍ରାଏଫ୍ରୁଟ୍ସ ସେବନ କରନ୍ତୁ।
ଅଧିକ ପଢ଼ନ୍ତୁ: ପତଳା ହେବାକୁ ଚାହୁଁଥିଲେ କରନ୍ତୁ ଏହିସବୁ ବ୍ୟାୟାମ
ମାଛ
ସାଲମନ୍ ଭଳି ଚର୍ବିଯୁକ୍ତ ମାଛକୁ ଖାଦ୍ୟରେ ସାମିଲ କରନ୍ତୁ। ଏହା ଓଜନ ବୃଦ୍ଧି କରିବା ସହ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରେ।
ଅଣ୍ଡା
ଓଜନ ବୃଦ୍ଧି ପାଇଁ ଅଣ୍ଡା ସର୍ବୋତ୍ତମ ଉତ୍ସ। ଅଣ୍ଡାରେ ପ୍ରୋଟିନ୍, କ୍ୟାଲ୍ସିୟମ୍ ଏବଂ ସ୍ଵାସ୍ଥ୍ୟକର ଚର୍ବି ଥାଏ। ଏହା ମାଂସପେଶୀ ସୁଦୃଢ଼ କରିଥାଏ। ତେଣୁ ନିୟମିତ ଗୋଟେ ପୂରା ଅଣ୍ଡା ସେବନ କରନ୍ତୁ। ଓଜନ ବୃଦ୍ଧି କରିବା ପାଇଁ ଅଣ୍ଡାର ହଳଦିଆ ଅଂଶ ଖାଇବା ଉଚିତ।
ପ୍ରୋଟିନ୍ ସେକ୍
ବ୍ୟାୟାମ କରିବା ପରେ ଗୋଟେ ଗ୍ଲାସ୍ ପ୍ରୋଟିନ୍ ସେକ୍ ପିଇବା ଦ୍ୱାରା ଓଜନ ବୃଦ୍ଧି ହୋଇଥାଏ। କଦଳୀ, କ୍ଷୀର, ଡ୍ରାଏଫ୍ରୁଟ୍ସକୁ ମିଶାଇ ସେକ୍ ପ୍ରସ୍ତୁତ କରି ପିଇପାରିବେ। ଏହା ଓଜନ ବୃଦ୍ଧି କରିବାରେ ସହାୟକ ହୋଇଥାଏ।