ଅଧିକ ପଢ଼ନ୍ତୁ: ସ୍ତନ୍ୟପାନର ଆବଶ୍ୟକତା
ଅଧିକାଂଶ ମହିଳାଙ୍କ ଧାରଣା ଥାଏ ଯେ, ସ୍ତନ୍ୟପାନ କରିବା ଦ୍ୱାରା ଶରୀରର ଗଠନରେ ପରିବର୍ତ୍ତନ ହୋଇଥାଏ। ହେଲେ ଏହା ସମ୍ପୂର୍ଣ୍ଣ ଭୁଲ। ସ୍ତନ୍ୟପାନ ଶିଶୁର ସ୍ୱାସ୍ଥ୍ୟ ପାଇଁ ଯେତିକି ଭଲ, ସ୍ତନ୍ୟପାନ କରାଇବା ମା’ର ସ୍ୱାସ୍ଥ୍ୟ ପାଇଁ ମଧ୍ୟ ସେତିକି ଭଲ। ସ୍ତନ୍ୟପାନ କରାଇଲେ ମା’ମାନେ ଅନେକ ରୋଗଠାରୁ ନିଜକୁ ଦୂରେଇ ରଖିପାରିବେ।
ଗବେଷଣା ଅନୁଯାୟୀ ସ୍ତନ୍ୟପାନ କରାଇବା ଦ୍ୱାରା ମହିଳାମାନେ ସ୍ତନକର୍କଟ ଭଳି ମାରାତ୍ମକ ରୋଗରୁ ରକ୍ଷା ପାଇପାରିବେ। ଏହାଛଡ଼ା ପ୍ରୀ-ମେନୋପୋଜାଲ ଓଭାରିଆନ କ୍ୟାନସର, ହାଇପରଟେନ୍ସନ୍ ଏବଂ ହୃଦରୋଗ ପରି ରୋଗରେ ପଡ଼ିବାର ଆଶଙ୍କା କମ୍ ହୋଇଯାଏ। ତେଣୁ ସ୍ତନ୍ୟପାନ କରାଇବା ନିହାତି ଜରୁରୀ।
ଜନ୍ମ ହେବାର ଅଧ ଘଣ୍ଟା ଭିତରେ ଶିଶୁକୁ ସ୍ତନ୍ୟପାନ କରାଇବା ଦରକାର।
ଶିଶୁକୁ ବାରମ୍ବାର କ୍ଷୀର ପିଆଇଲେ ମା’ର କ୍ଷୀର ବୃଦ୍ଧି ପାଇଥାଏ।
ସ୍ତନ୍ୟପାନ ଦ୍ୱାରା ଶିଶୁକୁ ମାରାତ୍ମକ ରୋଗରୁ ରକ୍ଷା ମିଳିଥାଏ। ଏହାଦ୍ଵାରା ମା’ ଏବଂ ଶିଶୁ ମଧ୍ୟରେ ଏକ ବିଶେଷ ସମ୍ପର୍କ ମଧ୍ୟ ବଢ଼ିଥାଏ।
ସ୍ତନ୍ୟପାନ- ଶିଶୁ ବିକାଶର ବଳିଷ୍ଠ ଉତ୍ସ
ବୋତଲରେ କ୍ଷୀର ପିଆଇଲେ ରୋଗର ଭୟ ରହିଥାଏ। ଯଦି କୌଣସି ମାତା ନିଜ ଶିଶୁକୁ ସ୍ତନ୍ୟପାନ କରାଇ ନପାରନ୍ତି ତେବେ ମା’ର କ୍ଷୀରକୁ ଏକ ପରିଷ୍କାର ପାତ୍ରକୁ ନିଷ୍କାସନ କରି ଶିଶୁକୁ ପିଆଇବା ଦରକାର।
ଛଅ ମାସ ବୟସରେ ଶିଶୁକୁ ମା’ର କ୍ଷୀର ସହ ବିଭିନ୍ନ ପ୍ରକାରର ଅନ୍ୟ ଖାଦ୍ୟ ମଧ୍ୟ ଦେବା ଦରକାର। କିନ୍ତୁ ଶିଶୁକୁ ଦୁଇ ବର୍ଷ ପର୍ଯ୍ୟନ୍ତ ଏବଂ ଏହାର ପରବର୍ତ୍ତୀ ସମୟରେ ମଧ୍ୟ ସ୍ତନ୍ୟପାନ କରାଯିବା ଦରକାର।
୬-୧୨ ମାସ ପର୍ଯ୍ୟନ୍ତ: ବାରମ୍ବାର ସ୍ତନ୍ୟପାନ କରାନ୍ତୁ ଏବଂ ଦିନରେ ତିନିରୁ ପାଞ୍ଚଥର ଅନ୍ୟ ଜିନିଷ ଖୁଆନ୍ତୁ।
୧୨-୧୪ ମାସ ପର୍ଯ୍ୟନ୍ତ ଶିଶୁଙ୍କୁ: ବାରମ୍ଭାର ସ୍ତନ୍ୟପାନ କରାନ୍ତୁ ଏବଂ ଦିନରେ ପାଞ୍ଚଥର ଘର ତିଆରି ଖାଦ୍ୟ ଖୁଆନ୍ତୁ।
୨୪ ମାସ ପରେ: ଯଦି ମା’ ଏବଂ ଶିଶୁ ଚାହାନ୍ତି ତେବେ ସ୍ତନ୍ୟପାନ କରାନ୍ତୁ ଏବଂ ଦିନରେ ପାଞ୍ଚ ଥର ପ୍ରସ୍ତୁତ ହୋଇଥିବା ହାଲୁକା ଖାଦ୍ୟ ଖୁଆନ୍ତୁ।