ଅଧିକ ପଢ଼ନ୍ତୁ: ମହିଳାଙ୍କ ପାଇଁ ଧୂମପାନ କେତେ କ୍ଷତିକାରକ?

ଆପଣ ଜାଣିଛନ୍ତି କି, କାଠ ଏବଂ ଫସଲର ଅବଶୋଷକୁ ଚୁଲିରେ ବ୍ୟବହାର କଲେ ବିଷାକ୍ତ ଧୂଆଁ ବାହାରିଥାଏ। ସେହି ଧୂଆଁ ଯୋଗୁଁ ଘର ଭିତରର ବାୟୁ ପ୍ରଦୂଷଣ ହୋଇଥାଏ। ଅନୁମାନ କରାଯାଏ, ଏହି ବିଷାକ୍ତ ଧୂଆଁ ଦ୍ୱାରା ପ୍ରତିବର୍ଷ ଭାରତରେ ପ୍ରାୟ ୫ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟିଥାଏ। ଏହାସହ ଅନେକ ବିଭିନ୍ନ ରୋଗରେ ପଡ଼ିଥା’ନ୍ତି।

ଚୁଲିର ଧୂଆଁ ଦ୍ୱାରା ହେଉଥିବା ବିଭିନ୍ନ ରୋଗ ମଧ୍ୟରୁ ଟିବି, ଫୁସ୍‌ଫୁସ୍‌ କ୍ୟାନସର, ଆସ୍ଥମା, ଲ୍ୟୁକୋମିଆ, ହୃଦରୋଗ, ଆଖିରେ ମୋତିଆବିନ୍ଦୁ ଅନ୍ୟତମ।

ଚୁଲି ଧୂଆଁରେ ଘର ଭିତର ହେଉଥିବା ବାୟୁ ପ୍ରଦୂଷଣ ବାହ୍ୟ ପ୍ରଦୂଷଣଠାରୁ ୧୦ ଗୁଣ ଅଧିକ ବିପଦଜନକ। ତେଣୁ ଚୁଲିରେ ରୋଷେଇ କରିବା ବନ୍ଦ କରିବା ସହିତ ଗ୍ୟାସ୍‌  ଚୁଲା (ଏଲ୍‌ପିଜି) ବ୍ୟବହାର କରନ୍ତୁ।

health_pollution

ଅଧିକ ପଢ଼ନ୍ତୁ: ଧୂମପାନ ଛାଡ଼ନ୍ତୁ, ଏକ ସୁସ୍ଥ ଜୀବନ ବିତାନ୍ତୁ

ନିଜକୁ କେମିତି ରଖିବେ ସୁରକ୍ଷିତ?

ଯଥା ସମ୍ଭବ ଏଲ୍‌ପିଜି କିମ୍ବା ବାୟୋଗ୍ୟାସ ବ୍ୟବହାର କରନ୍ତୁ। ଗ୍ୟାସ୍‌ ଚୁଲା ବ୍ୟବହାର ଦ୍ୱାରା ବାୟୁ ପ୍ରଦୂଷଣ ହୋଇନଥାଏ। ଖାଦ୍ୟ ରୋଷେଇ ସମୟରେ ପ୍ରେସର କୁକର ବ୍ୟବହାର କରନ୍ତୁ। ଯଦି ଆପଣ ପ୍ରେସର କୁକର ବ୍ୟବହାର କରୁଥାଆନ୍ତି, ତେବେ ୭୫ ପ୍ରତିଶତ ବିଷାକ୍ତ ବାୟୁର ପ୍ରଭାବରୁ ନିଜକୁ ସୁରକ୍ଷିତ ରଖିପାରିବେ।

ପ୍ରେସର କୁକର ବ୍ୟବହାର କଲେ ୫୩ ପ୍ରତିଶତ ଇନ୍ଧନ ଏବଂ ପଇସା ସଞ୍ଚୟ

  • ୨୯ ପ୍ରତିଶତ କମ୍‌ ପାଣି ଆବଶ୍ୟକ
  • କୀଟାଣୁ ଏବଂ ବ୍ୟାକ୍ଟେରିଆ ନାଶ କରେ
  • ଖାଦ୍ୟର ପୋଷକ ତତ୍ତ୍ୱ ପୂର୍ବ ଭଳି ରଖେ