ଭାରତରେ ପଇଡ଼, ପଇଡ଼ ପାଣି, ନଡ଼ିଆ ବେଶୀ ଲୋକପ୍ରିୟ। ଏଥିରେ ପ୍ରାକୃତିକ ଚିନି ଓ ଇଲେକ୍ଟ୍ରୋଲାଇଟ୍ ରହିଛି, ଯାହା ସ୍ୱାସ୍ଥ୍ୟ ପାଇଁ ବେଶ୍ ଉପକାରୀ।
ପଇଡ଼ ପାଣିରେ ବିଭିନ୍ନ ପ୍ରକାର ଭିଟାମିନ୍ ଏବଂ ମିନେରାଲ୍ସ ଥାଏ, ଯାହା ଶରୀରରେ ଥିବା ଇଲେକ୍ଟ୍ରୋଲାଇଟ୍ର ଆବଶ୍ୟକତାକୁ ପୂରଣ କରେ। ଏହା ଶରୀରରେ ଜଳୀୟଅଂଶର ଅଭାବକୁ ଦୂର କରେ ଫଳରେ ଦିନତମାତ ସତେଜ ଅନୁଭବ ହୁଏ। ଆସନ୍ତୁ ଜାଣିବା ପଇଡ଼ ପାଣିର ଫାଇଦା ସମ୍ପର୍କରେ।
ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ
ପଇଡ଼ ପାଣିରେ ଭରପୂର ମାତ୍ରାରେ ପୋଷକ ତତ୍ୱ ଥାଏ ଏବଂ ରିବୋଫ୍ଲାବିନ୍, ନିଆସିନ୍, ଥିଆମିନ୍, ପାଇରିଡୋକ୍ସିନ୍, ଫୋଲେଟ୍ ଭଳି ଭିଟାମିନ୍ ପ୍ରସ୍ତୁତ ଥାଏ। ପଇଡ଼ ପାଣିରେ ଆଣ୍ଟି ଭାଇରାଲ, ଆଣ୍ଟିବ୍ୟାକ୍ଟେରିଆଲ ତତ୍ୱ ରହିଛି, ଯାହା ଶରୀରର ପ୍ରତିରକ୍ଷା କ୍ଷମତାକୁ ବୃଦ୍ଧି କରିବା ସହ ବିଭିନ୍ନ ଭୂତାଣୁ ସହ ଲଢ଼ିବାରେ ସାହାଯ୍ୟ କରେ।
ଅଧିକ ପଢ଼ନ୍ତୁ: ବହୁତ ଜରୁରୀ ଖଜୁରି
ଖେଳାଳିମାନଙ୍କ ପାଇଁ ଏନର୍ଜି ଡ୍ରିଙ୍କ୍
ଖେଳିବା ପୂର୍ବରୁ ଏବଂ ପରେ ପଇଡ଼ ପାଣି ପିଇବା ଦ୍ଵାରା ଶରୀରକୁ ଶକ୍ତି ମିଳିଥାଏ। ବ୍ୟାୟାମ କରିବା ପୂର୍ବରୁ ମଧ୍ୟ ଏହାକୁ ପିଇପାରିବେ, ଫଳରେ ଶରୀରକୁ ବ୍ୟାୟାମ କରିବା ପାଇଁ ଶକ୍ତି ମିଳିବ। ଏଥିରେ ପୋଟାସିୟମ୍ ମାତ୍ରା ଅଧିକ ଥାଏ। ତେଣୁ ଅନ୍ୟ କୌଣସି ଏନର୍ଜି ଡ୍ରିଙ୍କ୍ ଅପେକ୍ଷା ପଇଡ଼ ପାଣି ପିଇବା ବେଶ୍ ଭଲ।
ଓଜନ ହ୍ରାସ କରିବାରେ ସାହାଯ୍ୟ କରେ
ପଇଡ଼ ପାଣିରେ କ୍ୟାଲୋରିର ମାତ୍ରା କମ୍ ଥାଏ। ଏଥିରେ ଥିବା ବାୟୋ-ଆକ୍ଟିଭ୍ ଏନ୍ଜାଇମ୍ ହଜମଶକ୍ତିକୁ ତ୍ୱରିତ କରେ ଓ ମେଟାବଲିଜିମ୍କୁ ସୁଦୃଢ଼ କରିବାରେ ସାହାଯ୍ୟ କରେ।
ଅଧିକ ପଢ଼ନ୍ତୁ: ଡାଳିମ୍ବ – ଜାଣନ୍ତୁ ଏହାର ଫାଇଦା ବିଷୟରେ
ତ୍ୱଚା ପାଇଁ ଭଲ
ଯଦି ଆପଣଙ୍କର ବ୍ରଣ କିମ୍ବା ବ୍ରଣ ଦାଗ ଅଛି, ତେବେ ନିୟମିତ ପଇଡ଼ ପାଣି ପିଅନ୍ତୁ ଓ ପ୍ରତ୍ୟେହ ରାତିରେ ପଇଡ଼ ପାଣିକୁ ମୁହଁରେ ଲଗାଇ ଶୋଇଯାଆନ୍ତୁ। ପରଦିନ ସକାଳେ ମୁହଁକୁ ସାଧା ପାଣିରେ ଧୋଇଦିଅନ୍ତୁ।
ହାଡ଼ଫୁଟିର ଦାଗ ଦୂର କରେ ପଇଡ଼ ପାଣି। ନିୟମିତ ରାତିରେ ହାଡ଼ଫୁଟି ଦାଗରେ ପଇଡ଼ ପାଣି ଲଗାଇବା ଦ୍ୱାରା ଦାଗ ଦୂର ହୋଇଥାଏ।