ଓଜନ କମ୍‌ କରିବା ପାଇଁ ଲୋକେ ନାନା ଉପାୟ ଆପଣେଇ ଥାଆନ୍ତି। କିଏ ଦିନ ଯାକ ଭୋକିଲା ରହନ୍ତି ତ କିଏ ଅତ୍ୟଧିକ ବ୍ୟାୟାମ କରିଥାଆନ୍ତି। ହେଲେ ଏସବୁ ଓଜନ କମ୍‌ କରିବା ବଦଳରେ ଦୁର୍ବଳ କରିଦିଏ। ଆସନ୍ତୁ ଜାଣିବା ଓଜନ କମ୍‌ କରିବାର ସବୁଠୁ ସରଳ ମନ୍ତ୍ର।

୧- ଦିନ ତମାମ୍‌ ପ୍ରଚୁର ପାଣି ପିଅନ୍ତୁ। ଖାସ୍‌କରି ଖାଇବା ପୂର୍ବରୁ ପାଣି ପିଅନ୍ତୁ। ଖାଇବା ପୂର୍ବରୁ ପାଣି ପିଇବା ଦ୍ୱାରା ପେଟ ପୂରିଲା ଭଳି ଲାଗେ, ଫଳରେ ଆପଣ କମ୍‌ ଖାଇବାକୁ ଇଛା ପ୍ରକାଶ କରିବେ।

୨- ଖାଇବା ବେଳେ ଅଣ୍ଡା ଖାଇବା ଦ୍ୱାରା ମଧ୍ୟ ଓଜନ ନିୟନ୍ତ୍ରଣରେ ରହିଥାଏ। ଅଟା, ମଇଦା, ସୁଜିରେ ପ୍ରସ୍ତୁତ ଖାଦ୍ୟ ଖାଇବା ବଦଳରେ ଅଣ୍ଡା ଖାଇବା ଦ୍ୱାରା ଲାଭ ମିଳିଥାଏ। କାରଣ ଅଣ୍ଡା ପ୍ରୋଟିନ୍‌ର ଉତ୍ତମ ଉତ୍ସ।

୩- ବ୍ଲାକ୍‌ କଫି ଆଣ୍ଟି ଅକ୍ସିଡାଣ୍ଟରେ ଭରପୂର। ଏହା ପିଇବା ଦ୍ୱାରା ଚର୍ବି କମ୍‌ ହୋଇଥାଏ। ହେଲେ କଫିରେ ଚିନି ମିଶାନ୍ତୁ ନାହିଁ।

ଅଧିକ ପଢ଼ନ୍ତୁ: ଏରୋବିକ୍‌ ଏକ୍ସରସାଇଜ୍‌ – ଓଜନ କମ୍‌ କରିବାର ସମାଧାନ

୪- ବ୍ଲାକ୍‌ କଫି ଭଳି ଆଣ୍ଟିଅକ୍ସିଡାଣ୍ଟରେ ଭରପୂର ଗ୍ରୀନ୍‌ ଟି ବି ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ।

୫- ଅଳ୍ପ ସମୟ ପାଇଁ ଉପବାସରେ ରହନ୍ତୁ। ଚାହିଁଲେ ଇଣ୍ଟରମିଟେଣ୍ଟ ଫାଷ୍ଟିଂ ବି କରିପାରିବେ। ଏହି ଉପବାସ ବେଳେ ପ୍ରଚୁର ପରିମାଣରେ ପାଣି, ଗ୍ରୀନ୍‌ ଟି ପିଇପାରିବେ। ଉପବାସ ଭାଙ୍ଗିବା ବେଳେ ଖଜୁରି, ଫଳ କିମ୍ବା କିସ୍‌ମିସ୍‌, ଆଲମଣ୍ଡ ଖାଇପାରିବେ।

୬- ଡାଏଟିଂ କରିବାଠୁ ଭଲ ସ୍ୱାସ୍ଥ୍ୟକର ଖାଦ୍ୟ ଖାଇବା ଭଲ। କାରଣ ଡାଏଟିଂ କରିବା ଦ୍ୱାରା ଦୁର୍ବଳ ଲାଗେ ଓ ଥକ୍କା ଲାଗେ ତେଣୁ ଖାଦ୍ୟରେ ଫଳ, ସବୁଜ ପନିପରିବା, ତନ୍ତୁଜାତୀୟ ଖାଦ୍ୟକୁ ସାମିଲ କରନ୍ତୁ।

୭- ଖରାପ ନିଦ ଓଜନ ବୃଦ୍ଧି ହେବାର କାରଣ। ତେଣୁ ଭଲ ନିଦରେ ଶୁଅନ୍ତୁ। ଏହାଛଡ଼ା ପ୍ରତ୍ୟେକ ୩୦ରୁ ୪୫ ମିନିଟ୍‌ ବ୍ୟାୟାମ କରନ୍ତୁ।