ଚାଲିବା ହେଉଛି ଏକ ପ୍ରକାର କାର୍ଡିଓଭାସ୍କୁଲାର ଏକ୍ସରସାଇଜ୍‌। ନିୟମିତ ୩୦ରୁ ଘଣ୍ଟେ ଚାଲିବା ଦ୍ୱାରା ବିଭିନ୍ନପ୍ରକାର ଫାଇଦା ମିଳିଥାଏ। ଆସନ୍ତୁ ଜାଣିବା ଚାଲିବାର ଫାଇଦା।

ଆପଣଙ୍କ ଓଜନ ଯେତିକି ଅଛି, ତାକୁ ନିୟନ୍ତ୍ରଣ କରିବାକୁ ହେଲେ ଚାଲିବା ହେଉଛି ଉତ୍ତମ ବ୍ୟାୟାମ। କିନ୍ତୁ, ଓଜନ କମ୍‌ କରିବାକୁ ଚାହୁଁଥିଲେ ୩୦ ମିନିଟ୍‌ ଦ୍ରୁତ ଗତିରେ ଚାଲିବା ଦ୍ୱାରା ଲାଭ ମିଳିଥାଏ।

ଚାଲିବା ଦ୍ୱାରା ଷ୍ଟ୍ରେସ୍‌ ଦୂର ହୋଇଥାଏ, ଶରୀରକୁ ଶକ୍ତି ମିଳିଥାଏ ଓ ଥକ୍କା ଅନୁଭବ ହୋଇନଥାଏ।

ବିଶେଷଜ୍ଞ ମତରେ, ଯଦି ଆପଣ ଗୋଟେ ଘଣ୍ଟା ଦ୍ରୁତ ଗତିରେ ଚାଲୁଛନ୍ତି, ତେବେ ଦିନ ତମାମ ଆପଣଙ୍କୁ ଅଳସୁଆ ଲାଗିବା ନାହିଁ ଓ ଆପଣ ସତେଜ ଅନୁଭବ କରିବେ।

ଅଫିସ୍‌ରେ ୮ରୁ ୧୦ ଘଣ୍ଟା ବସିରହି କାର୍ଯ୍ୟ କରୁଥିଲେ ଓଜନ ବୃଦ୍ଧି ହେବାର ଓ ପେଟ ବଢ଼ିବାର ସମ୍ଭାବନା ଥାଏ। ଏଭଳି କ୍ଷେତ୍ରରେ ପ୍ରତି ୩୦ ମିନିଟ୍‌ରେ ଥରେ କିଛି ସମୟ ପାଇଁ ଏପଟସେପଟ ହୁଅନ୍ତୁ ବା ଛିଡ଼ା ହୁଅନ୍ତୁ।

ଡାଏବେଟିସ୍‌ ରୋଗୀଙ୍କ ପାଇଁ ଚାଲିବା ଏକ ଉତ୍ତମ ବ୍ୟାୟାମ। ପ୍ରତ୍ୟେକ ଦିନ ଚାଲିବା ଦ୍ୱାରା ରକ୍ତ ଶର୍କରା ନିୟନ୍ତ୍ରଣରେ ରହିଥାଏ।

ହୃଦ୍‌ରୋଗୀଙ୍କ ପାଇଁ ଚାଲିବା ଏକ ଭଲ ଓ ଲାଭଦାୟକ ବ୍ୟାୟାମ। ଚାଲିବା ଦ୍ୱାରା କୋଲେଷ୍ଟ୍ରୋଲ, ଉଜ୍ଜ ରକ୍ତଚାପ, ମଧୁମେହ, ମୋଟାପଣ, ଷ୍ଟ୍ରେସ୍‌ ଦୂର ହୋଇଥାଏ।