ଆଜିକାଲି କମ୍ ବୟସର ବ୍ୟକ୍ତି କିଡ୍‌ନି ସମସ୍ୟାର ଶିକାର ହେଉଛନ୍ତି। ଏହାସହ କିଡ୍‌ନି ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇ ଚାଲିଛି।ଜାଣନ୍ତୁ କେମିତି କିଡ୍‌ନିକୁ ରଖିବେ ସୁସ୍ଥ..

– କିଡ୍‌ନିକୁ ସୁସ୍ଥ ରଖିବାକୁ ହେଲେ କମ୍ ଲୁଣଯୁକ୍ତ ଖାଦ୍ୟ ପ୍ରସ୍ତୁତ କରି ଖାଆନ୍ତୁ। ବଜାରରେ ମିଳୁଥିବା ଫ୍ରୋଜନ୍ ଫୁଡ୍‌କୁ  ଯଥାସମ୍ଭବ ଏଡ଼ାଇ ଯାଆନ୍ତୁ। କାରଣ ସେଥିରେ ସୋଡିୟମ ପରିମାଣ ଖୁବ୍ ଅଧିକ ଥାଏ।

-ଖାଇବା ପୂର୍ବରୁ ସମସ୍ତ ପରିବାକୁ ଭଲ ଭାବେ ଧୁଅନ୍ତୁ। ଆବଶ୍ୟକ ପଡ଼ିଲେ ଗରମ ପାଣିରେ ସେଗୁଡ଼ିକୁ ଧୋଇ ଜୀବାଣୁ ନଷ୍ଟ କରିବାକୁ ପ୍ରୟାସ କରନ୍ତୁ।

– ପ୍ରୋଟିନ୍ ଜାତୀୟ ଖାଦ୍ୟକୁ ନିର୍ଦ୍ଦିଷ୍ଟ ପରିମାଣରେ ଖାଆନ୍ତୁ। ମାଛ, ମାଂସ, ଅଣ୍ଡା ପରି ଆମିଷ ଖାଦ୍ୟକୁ ଏଡ଼ାଇ ଚାଲନ୍ତୁ। ନିହାତି ଇଚ୍ଛା ହେଲେ ଖୁବ୍ କମ୍ ପରିମାଣରେ ଖାଇପାରିବେ।

-କିଡ୍‌ନି ରୋଗ ସହିତ ହୃଦ୍‌ରୋଗରେ ଗଭୀର ସମ୍ବନ୍ଧ ରହିଛି। ତେଣୁ ହୃତ୍‌ପିଣ୍ଡକୁ ସୁସ୍ଥ ରଖିବା ଭଳି ଖାଦ୍ୟ ଯେପରିକି ସବୁଜ ପନିପାରିବା, ଶାଗ, ଫଳ ଇତ୍ୟାଦିକୁ ପ୍ରଚୁର ପରିମାଣରେ ଖାଆନ୍ତୁ।

-ତେଲରେ ଭଲ ଭାବେ ଭଜା ହୋଇଥିବା ଖାଦ୍ୟ ବଦଳରେ ଆପଣ ସ୍ୱାଦ ପାଇଁ ତାକୁ ପୋଡ଼ି କରି ଖାଇପାରିବେ। ଆଜିକାଲି ତ ମାଛଠାରୁ ଆରମ୍ଭ କରି ବିଭିନ୍ନ ଆମିଷ ଖାଦ୍ୟର ପତ୍ରପୋଡ଼ା ଟ୍ରେଣ୍ଡରେ ରହିଛି । ଇଚ୍ଛା ହେଲେ ଆପଣ ସେଥିରୁ କିଛି ଖାଇପାରିବେ। ସେଥିରେ ତେଲମସଲାର ପରିମାଣ କମ୍ ହୋଇଥିବାରୁ ଆପଣଙ୍କୁ ଖୁବ୍ ଭଲ ଲାଗିବ।

-କ୍ଷୀରରୁ ସର କାଢ଼ି ପିଅନ୍ତୁ। ସେହିପରି କମ୍ କ୍ୟାଲୋରୀଯୁକ୍ତ ଦହି, ଛେନା ଇତ୍ୟାଦି ଆପଣଙ୍କୁ ଫିଟ୍ ରଖିବ।

-ଉପଯୁକ୍ତ ପରିମାଣରେ ପୋଟାସିୟମ୍ ଯୁକ୍ତ ଖାଦ୍ୟ ଖାଇବାକୁ ପ୍ରୟାସ କରନ୍ତୁ। ସେଓ, ଗାଜର, କମଳା, କଦଳୀ, ଆଳୁ, ଟମାଟୋରେ ପ୍ରଚୁର କ୍ୟାଲସିୟମ୍ ଥାଏ। ସେସବୁ ଖାଦ୍ୟକୁ ଖାଇବାକୁ ଚେଷ୍ଟା କରନ୍ତୁ।