ଲେମ୍ବୁ ଭଳି ଲେମ୍ବୁ ପତ୍ରର ବହୁ ଔଷଧୀୟ ଗୁଣ ରହିଛି। ବିଭିନ୍ନ ସମସ୍ୟା ପାଇଁ ଏହି ପତ୍ର ବେଶ୍‌ ଲାଭଦାୟକ। ଆସନ୍ତୁ ଜାଣିବା ଏହାର ଫାଇଦା ବିଷୟରେ।

ରକ୍ତ ପରିସ୍ରା କିମ୍ବା ପରିସ୍ରା ପୋଡ଼ା ହେଉଥିଲେ ଲେମ୍ବୁ ପତ୍ରକୁ ବାଟି ଏଥିରେ ଗୁଡ଼ ମିଶାଇ ପିଇବା ଦ୍ୱାରା ଉପଶମ ମିଳିଥାଏ।

ଲେମ୍ବୁ ପତ୍ର ପେଟ ଥଣ୍ଡା କରିଥାଏ। ଏହାସହ ଭଲ ନିଦ ହେବାରେ ମଧ୍ୟ ସାହାଯ୍ୟ କରିଥାଏ।

ଲେମ୍ବୁରେ ଜଳର ପରିମାଣ ଅଧିକ ଥାଏ। ଏହାସହ ଏଥିରେ ଭିଟାମିନ୍‌ ସି ଓ ମିନେରାଲ୍ସ ଅଧିକ ପରିମାଣରେ ଥାଏ।

ବିଶେଷକରି ଶ୍ୱାସ ରୋଗୀମାନେ ଲେମ୍ବୁ ପତ୍ରକୁ ଗରମ ପାଣିରେ ପକାଇ ସେହି ପାଣିକୁ ପିଇବା ଦ୍ୱାରା ଲାଭ ମିଳିଥାଏ।

ମୁଣ୍ଡ ବିନ୍ଧା ଲାଗି ରହୁଥିଲେ ଲେମ୍ବୁ ପତ୍ରକୁ ବାଟି ତା’ର ରସକୁ ଶୁଙ୍ଘିବା ଦ୍ୱାରା ଉପଶମ ମିଳିଥାଏ।