ଅଧିକ ପଢ଼ନ୍ତୁ: ଜାଣନ୍ତୁ, ପାଣି ପିଇବାର ସଠିକ୍ ଶୈଳୀ
ଆମ ଶରୀରର ମୋଟ ଓଜନର ପ୍ରାୟ ଶତକଡ଼ା ୭୫ ପ୍ରତିଶତ ଜଳ, ଯାହା ଆମର ଶାରୀରିକ ଏବଂ ମାନସିକ କାର୍ଯ୍ୟକଳାପ କରିବାରେ ସାହାଯ୍ୟ କରେ। ପାଣି କେବଳ ଆମକୁ ବଞ୍ଚିବା ପାଇଁ ଆବଶ୍ୟକ ନୁହେଁ, ବରଂ ଏହା ଆମ ଶରୀରରେ ଏକ ପ୍ରକାର ସନ୍ତୁଳନ ରକ୍ଷା କରିଥାଏ। ଶରୀରରେ ସୃଷ୍ଟି ହୋଇଥିବା ବିଷାକ୍ତ ପଦାର୍ଥକୁ ବାହାର କରିଥାଏ ପାଣି। ତେଣୁ ଜଣେ ସାଧାରଣ ବ୍ୟକ୍ତି ଦୈନିକ ୨ ଲିଟର ବା ୮ ଗ୍ଲାସ୍ ପାଣି ପିଇବା ଜରୁରୀ। କିନ୍ତୁ ଆପଣ ଜାଣିଛନ୍ତି କି ଠିକ୍ ସମୟରେ ପାଣି ପିଇବା ଦ୍ୱାରା ଅଧିକ ଲାଭ ମିଳିଥାଏ। ଜାଣନ୍ତୁ, କେଉଁ ସମୟରେ ପାଣି ପିଇବେ?
୧- ସକାଳୁ ଉଠିବା ପରେ ପାଣି ପିଇ ଦିନ ଆରମ୍ଭ କରନ୍ତୁ। ରାତିରେ ୬ରୁ ୮ ଘଣ୍ଟା ଶୋଇବା ଫଳରେ ଶରୀର ଡିହାଇଡ୍ରେଟ୍ ହୋଇଯାଏ ଏବଂ ଜଳ ଅଭାବରୁ ଆପଣ କ୍ଳାନ୍ତ ଅନୁଭବ କରିଥାଆନ୍ତି। ତେଣୁ ସକାଳେ ପାଣି ପିଇବା ଏକ ଭଲ ଅଭ୍ୟାସ।
ଅଧିକ ପଢ଼ନ୍ତୁ: କମିବ ଓଜନ – ଖାଲିପେଟରେ ପିଅନ୍ତୁ ଏହି ପାନୀୟ
୨- ଖାଦ୍ୟ ଖାଇବା ପୂର୍ବରୁ ପାଣି ପିଇବା ଦ୍ୱାରା ଆମକୁ ଅନେକ ଲାଭ ମିଳିଥାଏ। ଯଦି ଆପଣ ଭୋଜନ ପୂର୍ବରୁ ଏକ ଗ୍ଲାସ୍ ପାଣି ପିଅନ୍ତି, ତେବେ ଏହା ଓଜନ ହ୍ରାସ କରିବାରେ ମଧ୍ୟ ସାହାଯ୍ୟ କରିଥାଏ। ଭୋଜନ ପୂର୍ବରୁ ପାଣି ପିଇବା ଦ୍ୱାରା ଆପଣଙ୍କ ପେଟ ଭରିଯାଏ ଏବଂ ଭୋକ କମିଯାଏ। ଭୋକ କମିବା ଦ୍ୱାରା ଖାଦ୍ୟର ପରିମାଣ ହ୍ରାସ ହୋଇଥାଏ, ଯାହା ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ।
୩- ବ୍ୟାୟାମ ପୂର୍ବରୁ ଏବଂ ପରେ ପାଣି ପିଇବା ଲାଭଦାୟକ କାରଣ ବ୍ୟାୟାମ କରିବା ଦ୍ୱାରା ଆପଣଙ୍କ ଶରୀରରୁ ଝାଳ ବାହାରିଥାଏ। ବ୍ୟାୟାମ ସମୟରେ ଶରୀରରୁ ଅଧିକ ଜଳ ବାହାରିବା କାରଣରୁ ଶରୀର ଡିହାଇଡ୍ରେଟ୍ ହୋଇଥାଏ, ତେଣୁ ବ୍ୟାୟାମ କରିବା ପୂର୍ବରୁ ଏବଂ ପରେ ପାଣି ପିଇବା ଅତ୍ୟନ୍ତ ଜରୁରୀ। ଫଳରେ ଶରୀରରେ ଜଳୀୟ ଅଂଶ ବଜାୟ ରହେ।