ଆୟୁର୍ବେଦ ଅନୁସାରେ ନଡ଼ିଆ ତେଲ ତ୍ୱଚା ପାଇଁ ଖୁବ୍ ଉପକାରୀ। ଏହା ପ୍ରାକୃତିକ ମଏଶ୍ଚରାଇଜର ଭାବେ କାମ କରିଥାଏ।

ଏହି ତେଲ ବ୍ୟବହାର କଲେ କୌଣସି ପାର୍ଶ୍ୱପ୍ରତିକ୍ରିୟା ହୋଇ ନଥାଏ। ଏହାକୁ ଚର୍ମ ରୋଗ, ଡର୍ମିଟାଇଟିସ୍, ଏକ ଆୟୁର୍ବେଦ ଅନୁସାରେ ନଡ଼ିଆ ତେଲ ତ୍ୱଚା ପାଇଁ ଖୁବ୍ ଉପକାରୀ। ଏହା ପ୍ରାକୃତିକ ମଏଶ୍ଚରାଇଜର ଭାବେ କାମ କରିଥାଏ। ଏହା ମୃତ ତ୍ୱଚାକୁ ବାହାର କରି ତ୍ୱଚାର ରଙ୍ଗକୁ ଉଜ୍ଜ୍ୱଳ କରିଥାଏ।ଜିମା ଓ ସ୍କିନ୍ ବର୍ଣ୍ଣରେ ବ୍ୟବହାର କରାଯାଏ।

ସେହିଭଳି ତ୍ୱଚାରେ ହୋଇଥିବା ଦାଗ, ଚିହ୍ନକୁ ଦୂର କରିବା ସହ ଓଠ ଫାଟିବାରୁ ମୁକ୍ତି ଦେଇଥାଏ। 

ପ୍ରାଚୀନ କାଳରୁ ନଡ଼ିଆ ତେଲକୁ କେଶ ସମସ୍ୟା ପାଇଁ ବ୍ୟବହାର କରାଯାଏ। କେଶର ମୂଳରେ ନଡ଼ିଆ ତେଲ ମାଲିସ୍‌ କରିବା ଦ୍ୱାରା କେଶ ଦୀର୍ଘ, ଘନ ଓ କଳା ହୋଇଥାଏ। ଏହାଛଡ଼ା ମୁଣ୍ଡରେ ରକ୍ତ ସଞ୍ଚାଳନ ଠିକ୍ ହୋଇଥାଏ।

ମେକ୍‌ଅପ୍‌ ଛଡ଼ାଇବା ପାଇଁ ନଡ଼ିଆ ତେଲର ବ୍ୟବହାର କରିପାରିବେ। ବାହାରୁ ଆସିବା ପରେ ଗୋଟେ ତୂଳାରେ ନଡ଼ିଆ ତେଲ ଲଗାଇ ମୁହଁ ପୋଛିଦିଅନ୍ତୁ। ଏହାଦ୍ୱାରା ମୁହଁରୁ ଧୂଳି ମଳି, ମେକ୍‌ଅପ୍‌ ଛାଡ଼ିଯାଏ। ଏହାପରେ ଉଷୁମ ପାଣିରେ ମୁହଁକୁ ଧୋଇଦିଅନ୍ତୁ।

ଓଠ ଫାଟୁଥିଲେ ନଡ଼ିଆ ତେଲକୁ ଓଠରେ ଲଗାନ୍ତୁ। ଏହା ଦ୍ୱାରା ଓଠରୁ ଶୁଷ୍କତା ମଧ୍ୟ ଦୂର ହୁଏ।