ଔଷଧୀୟ ଗୁଣରେ ଭରପୂର ରହିଛି ଭୃସଙ୍ଗ ପତ୍ର ବା ଭୁରୁସୁଙ୍ଗା ପତ୍ର। ଏହା ଖାଦ୍ୟରେ ସ୍ୱାଦ ବଢ଼ାଇବା ପାଇଁ ବ୍ୟବହାର କରାଯାଇଥାଏ। କିନ୍ତୁ, ଭୃସଙ୍ଗ ପତ୍ର ସ୍ୱାସ୍ଥ୍ୟ ପାଇଁ ବି ବେଶ୍ ଉପକାରୀ। ଭୃସଙ୍ଗ ପତ୍ରରେ ମ୍ୟାଗ୍ନେସିୟମ୍, କ୍ୟାଲ୍ସିୟମ୍, ଫସ୍ଫରସ୍, ଆଇରନ୍, କପର ଓ ଭିଟାମିନ୍ କେ ଭଳି ଗୁଣ ଭରପୂର ରହିଛି, ଯାହା ଅଗଣିତ ସ୍ୱାସ୍ଥ୍ୟ ଲାଭ ଦେଇଥାଏ। ଆସନ୍ତୁ, ଜାଣିବା ଭୃସଙ୍ଗ ପତ୍ରର ଫାଇଦା ବିଷୟରେ।
ରକ୍ତ ଶର୍କରା ନିୟନ୍ତ୍ରଣ କରେ
ବର୍ତ୍ତମାନ ସମୟରେ ଡାଏବେଟିସ୍ ଏକ ସାଧାରଣ ସମସ୍ୟା ଭାବେ ମୁଣ୍ଡ ଟେକିଛି। ଅଧିକାଂଶ ଲୋକ ଏହି ସମସ୍ୟାରେ ଚିନ୍ତିତ। ଭୃସଙ୍ଗ ପତ୍ରରେ ହାଇପରଗ୍ଲାଇସେମିଆର ଗୁଣ ରହିଛି, ଯାହାକି ଶରୀରରେ ଶର୍କରା ସ୍ତରକୁ କମ୍ କରିବାରେ ସାହାଯ୍ୟ କରିଥାଏ।
କୋଲେଷ୍ଟ୍ରଲ କମ୍ କରେ
କୋଲେଷ୍ଟ୍ରଲକୁ କମ୍ କରିବା ପାଇଁ ଭୃସଙ୍ଗ ପତ୍ରର ବ୍ୟବହାର କରାଯାଇଥାଏ। କାରଣ ଭୃସଙ୍ଗ ପତ୍ରରେ ଭିଟାମିନ୍ ସି ସହ ଆଣ୍ଟିଅକ୍ସିଡାଣ୍ଟ ଓ ଆଣ୍ଟିଇନ୍ଫ୍ଲାମେଟୋରି ଗୁଣ ରହିଛି, ଯାହା କୋଲେଷ୍ଟ୍ରଲର ସ୍ତରକୁ କମ୍ କରିଥାଏ।
କେଶ ସମସ୍ୟା
କେଶର ମୂଳକୁ ମଜଭୁତ କରିଥାଏ ଭୃସଙ୍ଗ ପତ୍ର। ଏହା କେଶକୁ କଳା କରିବାରେ ଓ କେଶ ଝଡ଼ିବାକୁ ରୋକିଥାଏ।
କେଶକୁ ମଜଭୁତ କରିବା ପାଇଁ ନଡ଼ିଆ ତେଲରେ ୧୦ ପାଖୁଡ଼ା ଭୃସଙ୍ଗ ପତ୍ରକୁ ଫୁଟାଇବେ। ତା’ପରେ ଏହି ତେଲକୁ ଥଣ୍ଡାକରି ଛାଣି ବୋତଲରେ ରଖିବେ ଓ ଏହି ତେଲକୁ ନିୟମିତ କେଶରେ ମାଲିସ୍ କରିବା ଦ୍ୱାରା କେଶ ମଜଭୁତ ହୋଇଥାଏ।