ଆଣ୍ଟି ବ୍ୟାକ୍ଟେରିଆଲ ଓ ଆଣ୍ଟି ଭାଇରାଲ ଗୁଣରେ ଭରପୂର ନିମ୍ବ ପତ୍ର। ନିଜ ଦୈନନ୍ଦିନ ଜୀବନରେ ଏହାର ବ୍ୟବହାର କିଭଳି କରିବେ, ଜାଣନ୍ତୁ।  

  • ମୁହଁରେ ବ୍ରଣ ହେଉଥିଲେ ନିମ୍ବ ପତ୍ରକୁ ବାଟି ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହି ମିଶ୍ରଣକୁ ମୁହଁରେ ଲଗାନ୍ତୁ। ୧୫ ମିନିଟ୍‌ ପରେ ମୁହଁକୁ ସାଧା ପାଣିରେ ଧୋଇ ଦିଅନ୍ତୁ। କିଛି ଦିନ ଲଗାଇବା ଦ୍ୱାରା ମୁହଁରୁ ବ୍ରଣ ଦୂର ହୋଇଥାଏ।
  • ସକାଳୁ ଉଠି ୧୦ଟି ନିମ୍ବ ପତ୍ରକୁ ଖାଲି ପେଟରେ ଖାଆନ୍ତୁ। ନିୟମିତ ଖାଇବା ଦ୍ୱାରା ପେଟରୁ କୃମି କରିଯାଆନ୍ତି।
  • ଯଦି ପିଠିରେ ଏବଂ ପିଚାରେ କାଠ ବ୍ରଣ ବାହାରୁଛି। ତା’ହେଲେ ନିମ୍ବ ପତ୍ରକୁ ପାଣିରେ ଫୁଟାଇ ସେହି ପାଣିରେ ଗାଧାନ୍ତୁ। ଏହା କିଛି ଦିନ କରିବା ଦ୍ୱାରା ବ୍ରଣ ଦୂର ହୋଇଥାଏ।
  • ଚର୍ମଜନିତ ସମସ୍ୟା, ଯେପରିକି ଆଲର୍ଜି ହେଉଥିଲେ ନିମ୍ବ ପାଣିରେ ଗାଧାନ୍ତୁ। ସପ୍ତାହରେ ତିନି ଥର ଏପରି କରନ୍ତୁ।
  • ଦାନ୍ତ ପୋକ ଖାଉଥିଲେ କିମ୍ବା ପାଟିରୁ ଦୁର୍ଗନ୍ଧ ବାହାରୁଥିଲେ ନିମ୍ବ ଗଛର କାଠିରେ ଦାନ୍ତ ଘଷନ୍ତୁ। ଫଳରେ ଦାନ୍ତରୁ ଜୀବାଣୁ ନଷ୍ଟ ହୋଇଯାଆନ୍ତି।
  • ରୁପି ସମସ୍ୟାରୁ ମୁକ୍ତି ପାଇବା ପାଇଁ ମଧ୍ୟ ନିମ୍ବ ପତ୍ରର ପାଣି ବ୍ୟବହାର କରିପାରିବେ। ନିମ୍ବ ପତ୍ର ପାଣିରେ କେଶ ଧୋଇବା ଦ୍ୱାରା ରୁପି ସମସ୍ୟା ଦୂର ହେବା ସହ କେଶରେ ଉକୁଣୀ ମଧ୍ୟ ହୁଅନ୍ତି ନାହିଁ।