ବଦ୍ହଜମୀ ସମସ୍ୟାକୁ ନେଇ ଚିନ୍ତିତ କି? ପିଅନ୍ତୁ ତେଜପତ୍ର ଚା’। ଜାଣନ୍ତୁ ପ୍ରସ୍ତୁତି ପ୍ରଣାଳୀ।
ତେଜପତ୍ର ଆଣ୍ଟିଅକ୍ସିଡାଣ୍ଟ, ଭିଟାମିନ୍ ଏ, ସି, ବି୬, ଆଇରନ୍, ପୋଟାସିୟମ୍, ନିଆସିନ୍, ଫୋଲେଟ୍, ମ୍ୟାଗ୍ନେସିୟମ୍, ଫସ୍ଫରସ୍, ଜିଙ୍କ, କପର୍ ଭଳି ପୋଷକ ତତ୍ୱରେ ଭରପୂର ଅଛି। ଷ୍ଟ୍ରେସ୍ ହର୍ମୋନ୍ ନିୟନ୍ତ୍ରଣ କରିଥାଏ ତେଜପତ୍ର। ଏହାଛଡ଼ା ତେଜପତ୍ର ବଦ୍ହଜମୀ ଦୂର କରିବା ସହ ପେଟ ସମସ୍ୟା ଦୂର କରିଥାଏ।
୧୦୦ ଗ୍ରାମ୍ ତେଜପତ୍ରରେ ୩୧୩ କ୍ୟାଲୋରି ଏନର୍ଜି, ୭.୬ ଗ୍ରାମ୍ ପ୍ରୋଟିନ୍, ୫.୪ ଗ୍ରାମ୍ ଜଳୀୟଅଂଶ, ୭୫ ଗ୍ରାମ୍ କାର୍ବୋହାଇଡ୍ରେଟ୍, ୮.୪ ଗ୍ରାମ୍ ଫ୍ୟାଟ୍, ମନୋସାଚୁରେଟେଡ୍ ୧.୬ ଗ୍ରାମ୍, ପଲିସାଚୁରେଟେଡ୍ ଫ୍ୟାଟ୍ ୨.୩ ଗ୍ରାମ୍, ଓମୋଗା-୩ ଫ୍ୟାଟି ଏସିଡ୍ ୧.୧ ଗ୍ରାମ୍ ଏବଂ ଓମେଗା-୬ ଫ୍ୟାଟି ଏସିଡ୍ ୧.୨ ଗ୍ରାମ୍ ରହିଛି।
ଜାଣନ୍ତୁ, କେମିତି ପ୍ରସ୍ତୁତ କରିବେ ତେଜପତ୍ର ଚା’?
ଗୋଟେ ବଡ଼ ତେଜପତ୍ର
ଅଧ ଛୋଟ ଚାମଚ ଡାଲଚିନି ପାଉଡର
୨ କପ୍ ପାଣି
ପ୍ରସ୍ତୁତି ପ୍ରଣାଳୀ
୨ କପ୍ ପାଣିରେ ତେଜପତ୍ର ଓ ଡାଲିଚିନି ମିଶାଇ ୫ରୁ ୬ ମିନିଟ୍ ଫୁଟାନ୍ତୁ।
ଏହାପରେ ଢାଙ୍କୁଣି ଘୋଡ଼ାଇ ୩ରୁ ୪ ମିନିଟ୍ ଛାଡ଼ିଦିଅନ୍ତୁ। ଏହାଦ୍ୱାରା ପାଣିରେ ତେଜପତ୍ର ଡାଲଚିନି ମିଶିଥାଏ।
ଏହାପରେ ଏହି ଚା’କୁ କପ୍ରେ କାଢ଼ି ଏଥିରେ ଲେମ୍ବୁ କିମ୍ବା ମହୁ ମିଶାଇ ପିଇପାରିବେ।