ହ୍ୱାଟ୍ସଆପ୍ରେ ମାଗଣାରେ ପାଆନ୍ତୁ ଓଡ଼ିଆ ଡିଜିଟାଲ ସ୍ୱାସ୍ଥ୍ୟ ମାଗାଜିନ୍। ଲିଙ୍କରେ କ୍ଲିକ୍ କରନ୍ତୁ:https://bit.ly/SubscribeToSwasthyaPlusOdia
୧୦୦ ଗ୍ରାମ୍ ଚିନାବାଦାମରେ ରହିଛି:
- କ୍ୟାଲୋରି – ୫୬୭
- ପ୍ରୋଟିନ୍ – ୨୫.୮ ଗ୍ରାମ୍
- କାର୍ବୋହାଇଡ୍ରେଟ – ୧୬.୧ ଗ୍ରାମ୍
- ସୁଗାର – ୪.୭ ଗ୍ରାମ୍
- ଫାଇବର – ୮.୫ ଗ୍ରାମ୍
- ଫ୍ୟାଟ୍ – ୪୯.୨ ଗ୍ରାମ୍
ଚିନାବାଦାମ ଖାଇଲେ ଶରୀରକୁ ବେଶ୍ ଫାଇଦା ମିଳିଥାଏ। କାରଣ ଏଥିରେ ପ୍ରୋଟିନ୍ ସହ ଭିଟାମିନ୍ ଏ, ବି, ସି ଏବଂ ୨୬ ପ୍ରକାର ମିନେରାଲ୍ସ ଭରି ରହିଥାଏ। ୧୦୦ ଗ୍ରାମ୍ ଚିନାବାଦାମରେ ପାଖାପାଖି ୫୬୭ କ୍ୟାଲୋରି ଥାଏ। ପ୍ରତିଦିନ ଅଳ୍ପ ଅଳ୍ପ ଚିନାବାଦାମ ଖାଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ।
ଅଧିକ ପଢ଼ନ୍ତୁ: ଗର୍ଭାବସ୍ଥାରେ କେଉଁଭଳି ଖାଦ୍ୟ ଖାଇବେ?
ଚିନାବାଦାମର ଫାଇଦା (Benefits of peanuts in odia)
ଭିଟାମିନ୍ ଇ, ବାୟୋଟିନ୍, ମିନେରାଲ୍ସ ଏବଂ ବିଭିନ୍ନ ପ୍ରକାର ପୋଷକ ତତ୍ୱରେ ଭରପୂର ଚିନାବାଦାମ ତ୍ୱଚା ଓ କେଶକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ। ଶୀତଦିନେ ଚିନାବାଦାମ ଖାଇବା ଦ୍ୱାରା ଶରୀର ଗରମ ରହିଥାଏ।
ଏହାସହ ଯଦି ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି ତେବେ ମଧ୍ୟ ଚିନାବାଦାମ ଲାଭଦାୟକ। ଉଚ୍ଚ କ୍ୟାଲୋରୀ ଯୁକ୍ତ ହେବା ସତ୍ତ୍ୱେ ଚିନାବାଦମରେ ଭରପୂର ପରିମାଣର ପ୍ରୋଟିନ୍, ଫାଇବର୍ ମହଜୁଦ୍ ଥିବାରୁ ଏହାକୁ ଖାଇଲେ ବହୁ ସମୟ ପର୍ଯ୍ୟନ୍ତ ଭୋକ ହୁଏନି, ଯାହାଦ୍ୱାରା ଆପଣ ଦିନରେ କମ୍ କ୍ୟାଲୋରୀ ଗ୍ରହଣ କରିବେ।
ଚିନାବାଦାମରେ ଓମେଗା-୬ ଫ୍ୟାଟି ଏସିଡ୍ ଥାଏ, ଯାହା ଶରୀରକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ।
ଦୈନିକ କେତେ ଚିନାବାଦାମ ଖାଇପାରିବେ?(How much peanut should be eaten in Odia)
ପ୍ରତ୍ୟେହ ମୁଠାଏ ଚିନାବାଦାମ ଖାଇପାରିବେ। ଯଦି ପିନଟ୍ ବଟର ଖାଉଛନ୍ତି, ତେବେ ଦୈନିକ ଦେଢ଼ ଚାମଚ ପିନଟ୍ ବଟର ଖାଇପାରିବେ। ସବୁବେଳେ ଭଜା ଚିନାବାଦାମ ଖାଆନ୍ତୁ। ଏଥିରେ ଲୁଣ କିମ୍ବା ଚିନି ମିଶାନ୍ତୁ ନାହିଁ।
ଚିନାବାଦାମକୁ ସକାଳ ସମୟରେ ଖାଇବା ଉଚିତ। କାରଣ ସନ୍ଧ୍ୟା କିମ୍ବା ରାତି ବେଳେ ଖାଇଲେ ପେଟ ଭାରି ଲାଗିଥାଏ।