ଶରୀର ପାଇଁ ପାଣିର ଆବଶ୍ୟକତା ଯେତିକି ଗୁରୁତ୍ୱପୂର୍ଣ୍ଣ, ତା’ଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ହେଉଛି ପାଣି ପିଇବାର ସଠିକ୍‌ ଶୈଳୀ। ଅଧିକାଂଶ ଲୋକ ପାଣି ପିଇବାର ସଠିକ ଶୈଳୀ ବିଷୟରେ ଜାଣିନଥା’ନ୍ତି।

  • ସବୁବେଳେ ବସିକି ପାଣି ପିଅନ୍ତୁ।
  • ପାଣିକୁ ଏକାଥରକେ ନ ପିଇ, ଢୋକେ ଢୋକେ ପିଅନ୍ତୁ।
  • ଅତ୍ୟଧିକ ଥଣ୍ଡା ପାଣି ପିଅନ୍ତୁ ନାହିଁ।
  • ଖାଇବା ପୂର୍ବରୁ ଅତ୍ୟଧିକ ପାଣି ପିଅନ୍ତୁ ନାହିଁ।

ପାଣି ପିଇବାର ସଠିକ୍‌ ସମୟ

  • ସକାଳେ ବିଛଣା ଛାଡ଼ିବା ପରେ ଗୋଟିଏ ଗ୍ଲାସ୍‌ ପାଣି ପିଅନ୍ତୁ।
  • ଖାଇବାର ଅଧ ଘଣ୍ଟା ପୂର୍ବରୁ ଗୋଟେ ଗ୍ଲାସ୍‌ ପାଣି ପିଅନ୍ତୁ।
  • ଗାଧୋଇବା ପୂର୍ବରୁ ଗୋଟେ ଗ୍ଲାସ୍‌ ପାଣି ପିଇବା ଆବଶ୍ୟକ।
  • ଶୋଇବାକୁ ଯିବା ପୂର୍ବରୁ ଗୋଟେ ଗ୍ଲାସ୍‌ ପାଣି ପିଅନ୍ତୁ।
  • ବ୍ୟାୟାମ କରିବା ପୂର୍ବରୁ ଓ ପରେ ଗୋଟେ ଗ୍ଲାସ୍‌ ପାଣି ପିଅନ୍ତୁ।
  • ସିଧାସଳଖ ବୋତଲରୁ ପାଣି ପିଅନ୍ତୁ ନାହିଁ।
  • ଗୋଟେ ଥରକରେ ଅଧିକ ପାଣି ପିଅନ୍ତୁ ନାହିଁ।
  • ଅସୁସ୍ଥ ଥିବା ବେଳେ ଅଧିକ ପାଣି ପିଅନ୍ତୁ।