ସୋରିଆସିସ୍ କାହିଁକି ହୁଏ? କେମିତି କରିବେ ଏହାର ଚିକିତ୍ସା? ଏନେଇ ବିଶିଷ୍ଟ ଚର୍ମରୋଗ ବିଶେଷଜ୍ଞ ଡାକ୍ତର ଦିପ୍ତୀରଞ୍ଜନୀ ବିଶୋଈଙ୍କଠାରୁ ବିସ୍ତୃତ ଭାବରେ ଜାଣନ୍ତୁ।
- ସୋରିଆସିସ୍ କାହିଁକି ହୁଏ?
- ସୋରିଆସିସ୍ ରୋଗର ଲକ୍ଷଣ
- ସୋରିଆସିସ୍ କେତେ ପ୍ରକାରର?
- ସୋରିଆସିସ୍ ଡିଆଁ ରୋଗ କି?
- ଗର୍ଭବତୀ ମହିଳାଙ୍କ ଉପରେ ସୋରିଆସିସର ପ୍ରଭାବ
- ସୋରିଆସିସ୍ ରୋଗର ଚିକିତ୍ସା
- ସୋରିଆସିସ୍ ରୋଗୀଙ୍କ ପାଇଁ ଶୀତଦିନିଆ ଟିପ୍ସ
ସୋରିଆସିସ୍ ହେଉଛି ଏକ ପ୍ରକାରର ଚର୍ମରୋଗ। ଏହା ଶରୀରର ଯେକୌଣସି ସ୍ଥାନରେ ହୋଇପାରେ। ଏହି ରୋଗ ହେଲେ ଚର୍ମରେ ନାଲି ପଡ଼ିଯିବା ସହ କୁଣ୍ଡାଇ ହୋଇ ଧଳା ଧଳା ଚୋପା ଛାଡ଼ିଥାଏ। ଏହା ଶରୀରର ଯେକୌଣସି ସ୍ଥାନରେ ହୋଇପାରେ।
ସୋରିଆସିସ୍ କାହିଁକି ହୁଏ? (Causes of Psoriasis in Odia)
ଜିନ୍ଗତ ତ୍ରୁଟି ଯୋଗୁଁ ସୋରିଆସିସ୍.ହୋଇପାରେ। ଏହା ଏକ ଅଟୋ ଇମ୍ୟୁନ୍ ରୋଗ।
ସୋରିଆସିସ୍ ରୋଗର ଲକ୍ଷଣ (Symptoms of Psoriasis in odia)
ସୋରିଆସିସ୍ ଶରୀରର କେଉଁ ଅଙ୍ଗରେ ହୋଇଛି, ସେହି ଅନୁଯାୟୀ ତା’ର ଲକ୍ଷଣ ଭିନ୍ନ ଭିନ୍ନ ହୋଇଥାଏ। ସୋରିଆସିସ୍ ଦେହରେ ହୋଇଥିଲେ ଏହା ଲାଲ ହୋଇଥାଏ, ଚୋପା ଛାଡ଼ିଥାଏ ଏବଂ କୁଣ୍ଡେଇ ହୋଇଥାଏ। କହୁଣୀ, ଆଣ୍ଠୁ ଆଦିରେ ସୋରିଆସିସ୍ ହୋଇପାରେ। ବେଳେ ବେଳେ ଦେହରେ ଛୋଟ ଛୋଟ ଦାନା ଭଳି ହୁଏ ଓ ଏହା ଧୀରେ ଧୀରେ ବଡ଼ ହୁଏ। ଯେତେ ବଡ଼ ବଡ଼ ହୁଏ ଚୋପା ଛାଡ଼ିବା ଆରମ୍ଭ କରେ। ସୋରିଆସିସ୍ ପୂରା ଦେହରେ ମଧ୍ୟ ହୋଇପାରେ, ଯାହାକୁ ଏରିଥ୍ରୋଡର୍ମା କୁହାଯାଏ।
ସୋରିଆସିସ୍ ନଖରେ ହେଲେ ନଖର ରଙ୍ଗ ଧଳା ପଡ଼ିଯାଏ।
କେତେକ କ୍ଷେତ୍ରରେ ସୋରିଆସିସ୍ ଯୋଗୁଁ ଆଣ୍ଠୁଗଣ୍ଠି ବଥା ହୋଇଥାଏ, ଯାହାକୁ ସୋରିଆଟିକ୍ ଆର୍ଥାଇଟିସ୍ କୁହାଯାଏ।
ସୋରିଆସିସ୍ ଯୋଗୁଁ ୧୦୦ରୁ ୨୦ ପ୍ରତିଶତ ଲୋକଙ୍କର ଜିଭରେ ଏକ ପ୍ରକାର ପରିବର୍ତ୍ତନ ଆସିଥାଏ। ଜିଭରେ ନାଲି ଛାଲ ଭଳି ପଡ଼ିଯାଏ।

ଅଧିକ ପଢ଼ନ୍ତୁ: କାହିଁକି ହୁଏ ରୁପି? ଜାଣନ୍ତୁ ଡାକ୍ତରଙ୍କ ଟିପ୍ସ
ସୋରିଆସିସ୍ କେତେ ପ୍ରକାରର? (Different types of Psoriasis in Odia)
ସୋରିଆସିସ୍ କହୁଣୀ କିମ୍ବା ଆଣ୍ଠୁର ଚର୍ମରେ ହେଲେ ତାକୁ ସୋରିଆସିସ୍ ଭଲଗାରିସ୍ କୁହାଯାଏ।
ସୋରିଆସିସ୍ ପୂରା ଦେହରେ ମଧ୍ୟ ହୋଇପାରେ, ଯାହାକୁ ଏରିଥ୍ରୋଡର୍ମା କୁହାଯାଏ। ଏହା ଶରୀରର ସମସ୍ତ ଅଙ୍ଗକୁ ପ୍ରଭାବିତ କରିଥାଏ। ଏଥିପାଇଁ ରୋଗୀକୁ ହସ୍ପିଟାଲରେ ଆଡ୍ମିଟ୍ କରିବାକୁ ପଡ଼ିଥାଏ।
ନେଲ୍ ସୋରିଆସିସ୍ – ଏଥିରେ ନଖର ରଙ୍ଗରେ ପରିବର୍ତ୍ତନ ହୋଇଥାଏ।
ହାତର ଗଣ୍ଠି ଅଞ୍ଚଳରେ ହୋଇଥିଲେ ହାତର ଗଣ୍ଠି ଫୁଲିଯାଏ।
ସୋରିଆସିସ୍ ଡିଆଁ ରୋଗ କି? (Is Psoriasis Contagious in Odia)
ଅଧିକାଂଶ ଲୋକ ଚର୍ମ ରୋଗକୁ ଛୁଆଁ ରୋଗ ବୋଲି ଭାବିଥା’ନ୍ତି। କିନ୍ତୁ, ସୋରିଆସିସ୍ ଡିଆଁ ରୋଗ ନୁହେଁ ଏବଂ ଏହାକୁ ଛୁଇଁବା ଦ୍ଵାରା ରୋଗ ଅନ୍ୟ କାହାକୁ ବ୍ୟାପିନଥାଏ। ଯେହେତୁ ଏହା ଜେନେଟିକ୍ କାରଣରୁ ହୋଇଥାଏ। ତେଣୁ ବାପା କିମ୍ବା ମା’ଙ୍କର ସୋରିଆସିସ୍ ହୋଇଥିଲେ ପିଲାକୁ ହେବାର ଆଶଙ୍କା ରହିଛି।

ଅଧିକ ପଢ଼ନ୍ତୁ: ଯାଦୁରୁ କେମିତି ପାଇବେ ମୁକ୍ତି?
ଗର୍ଭବତୀ ମହିଳାଙ୍କ ଉପରେ ସୋରିଆସିସର ପ୍ରଭାବ (Effect of psoriasis on pregnant women in Odia)
ସୋରିଆସିସ୍ ଏକ ଜେନେଟିକ ରୋଗ। ଏହି ରୋଗ ଥିଲେ ମହିଳା ଗର୍ଭଧାରଣ କରିପାରିବେ। ଏହା ଯୋଗୁଁ ପ୍ରସବରେ କୌଣସି ସମସ୍ୟା ହୁଏ ନାହିଁ।
ସୋରିଆସିସ୍ ରୋଗ ଚିକିତ୍ସା (Treatment of Psoriasis in Odia)
ଯେହେତୁ ସୋରିଆସିସ୍ ଏକ ଅଟୋ ଇମ୍ୟୁନ୍ ରୋଗ। ତେଣୁ, ଲାଇଫଷ୍ଟାଇଲ୍ରେ ପରିବର୍ତ୍ତନ ଆଣିବାକୁ ହେବ, ବ୍ୟାୟାମ କରିବାକୁ ହେବ, ଓଜନ ନିୟନ୍ତ୍ରଣ କରିବାକୁ ହେବ। ଯଦି ଦେହର ଅଳ୍ପ ଅଂଶରେ ସୋରିଆସିସ୍ ଆରମ୍ଭ ହୁଏ, ତେବେ ନଡ଼ିଆ ତେଲ ଓ ଭ୍ୟାସେଲିନ୍ ଲଗାଇପାରିବେ। ଏସବୁ ଘରୋଇ ଚିକିତ୍ସା କଲା ପରେ ଯଦି ନ କମେ ତାହାହେଲେ ଚର୍ମ ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ।
ସୋରିଆସିସ୍ର ଆକାର ଛୋଟ ହୋଇଥିଲେ ଟପିକାଲ ଷ୍ଟିରୋଏଡ୍ ଦିଆଯାଏ। ଯଦି ସିଭିୟର ହୋଇଥାଏ, ତେବେ ହସ୍ପିଟାଲରେ ଆଡମିଟ୍ କରି ଚିକିତ୍ସା କରାଯାଏ।
ସୋରିଆସିସ୍ ରୋଗୀଙ୍କ ପାଇଁ ଶୀତଦିନିଆ ଟିପ୍ସ (Winter tips for Psoriasis Patient in Odia)
ସାଧାରଣତଃ ଶୀତ ଦିନେ ସୋରିଆସିସ୍ ରୋଗ ଅଧିକ ଦେଖାଦେଇଥାଏ। କାରଣ ଶୀତଦିନେ ତ୍ୱଚା ଅଧିକ ଶୁଷ୍କ ଥାଏ। ତେଣୁ ଶୀତଦିନ ଆରମ୍ଭରୁ ତ୍ୱଚାକୁ ମଇଶ୍ଚରାଇଜ୍ କରନ୍ତୁ। ସବୁବେଳେ ଗାଧୋଇ ସାରିବା ପରେ ତ୍ୱଚାରେ ମଇଶ୍ଚରାଇଜର ଲଗାନ୍ତୁ।
(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ଦିପ୍ତୀ ରଞ୍ଜନୀ ବିଶୋଈଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)
Note: This information on Psoriasis, in Odia language, is based on an extensive interview with Dermatologist Dr Diptiranjani Bisoyi.