ଅଧିକ ପଢ଼ନ୍ତୁ: କାହିଁକି ହୁଏ ରୁପି? ଜାଣନ୍ତୁ ଡାକ୍ତରଙ୍କ ଟିପ୍ସ

ସାଧାରଣତଃ ଲୋକମାନେ ଶୀତଦିନେ ସନସ୍କ୍ରିନ୍‌ ବ୍ୟବହାର କରନ୍ତି ନାହିଁ। ସେମାନେ କେବଳ ଖରାଦିନେ ସନ୍‌ସ୍କ୍ରିନ୍‌ ଲଗାଇବାକୁ ଗୁରୁତ୍ୱ ଦେଇଥା’ନ୍ତି। ହେଲେ ଏହା ସମ୍ପୂର୍ଣ୍ଣ ଭୁଲ। ଶୀତଦିନେ ମଧ୍ୟ ଗରମ ଦିନ ପରି ତ୍ୱଚା ଟ୍ୟାନ୍‌ ପଡ଼ିଥାଏ। ତେଣୁ ତ୍ୱଚାକୁ ସୂର୍ଯ୍ୟକିରଣରୁ ରକ୍ଷା କରିବା ଲାଗି ସନସ୍କ୍ରିନ୍‌ର ବ୍ୟବହାର କରିବା ଜରୁରୀ।

ଅଧିକାଂଶ ଲୋକ ଶୀତଦିନେ ଶୀତରୁ ରକ୍ଷା ପାଇବା ପାଇଁ ଘଣ୍ଟା ଘଣ୍ଟା ଖରାରେ ବସନ୍ତି। ହେଲେ ଏଭଳି କରିବା ଦ୍ୱାରା ତ୍ୱଚା ଟ୍ୟାନ୍‌ ପଡ଼ିଯାଏ। ଶୀତଦିନେ ସୂର୍ଯ୍ୟକିରଣରୁ ବାହାରୁଥିବା ଅଲଟ୍ରାଭାଇଓଲେଟ୍‌ କିରଣ ତ୍ଵଚା ପାଇଁ କ୍ଷତିକାରକ ହୋଇଥାଏ। ଏହି ସମୟରେ ୟୁବିବି କିରଣ ଅପେକ୍ଷା ୟୁବିଏ କିରଣ ଅଧିକ ବାହାରେ। ତେଣୁ ତ୍ୱଚାରେ ସନବର୍ଣ୍ଣ, ଦାଗ, କୁଞ୍ଚନ ଓ ବୟସ ପୂର୍ବରୁ ବୟସ ଛାପ ପଡ଼ିଯାଏ। ଏହି କିରଣରୁ ରକ୍ଷା ପାଇବା ଲାଗି ସନସ୍କ୍ରିନ ଲୋସନର ଖୁବ ଆବଶ୍ୟକତା ରହିଛି।

ଅଧିକ ପଢ଼ନ୍ତୁ: ଯାଦୁରୁ କେମିତି ପାଇବେ ମୁକ୍ତି?

-ଶୀତଦିନେ କୋହଲା ପାଗ ଯୋଗୁଁ ତ୍ୱଚାରେ ଜ୍ୱଳନକୁ ସହଜରେ ଅନୁଭବ କରିହୁଏ ନାହିଁ। ପ୍ରକୃତରେ କିନ୍ତୁ ଗରମ ଦିନ ଅପେକ୍ଷା ଏହି ସମୟରେ ତ୍ୱଚା କ୍ଷତିଗ୍ରସ୍ତ ହେବାର ଅଧିକ ଆଶଙ୍କା ରହିଥାଏ। କାରଣ ଗରମ ଦିନରେ ଶରୀରରୁ ବିଷାକ୍ତ ତତ୍ତ୍ୱ ଝାଳ ରୂପେ ବୋହି ଯାଇଥାଏ। ଶୀତଦିନେ ତାହା ହେଉନଥିବାରୁ ତ୍ୱଚାକୁ ଅଧିକ କ୍ଷତି ପହଞ୍ଚେ।

-ଶୀତଦିନେ ହେଉବା ଖରାଦିନେ ପ୍ରତି ୨ଘଣ୍ଟାରେ ଥରେ ସନସ୍କ୍ରିନ ଲଗାନ୍ତୁ।

-ଶୀତଦିନେ ବାହାରୁଥିବା ୟୁବି କିରଣ ଯୋଗୁଁ ଚର୍ମକର୍କଟ ହେବାର ଆଶଙ୍କା ଅଧିକ ରହେ। କାରଣ ଏହି ସମୟରେ ଓଜନ ସ୍ତର ଖୁବ ପତଳା ହୋଇଯାଏ। ଏପରିସ୍ଥଳେ କେବଳ ମୁହଁ ନୁହେଁ, ଗଳା ଓ ହାତରେ ମଧ୍ୟ ସନସ୍କ୍ରିନ ଲଗାନ୍ତୁ।

-ବଜାରରେ ଏସପିଏଫ୍ ୭ରୁ ଆରମ୍ଭ କରି ଏସପିଏଫ୍ ୧୦୦ ପର୍ଯ୍ୟନ୍ତ ସନସ୍କ୍ରିନ ଲୋସନ ମିଳୁଛି। ତେବେ ବିଶେଷଜ୍ଞଙ୍କ ଅନୁସାରେ ଭାରତର ପାଣିପାଗକୁ ଦେଖି ଏଠାରେ ଏସପିଏଫ୍ ୨୦-୩୦ ମଧ୍ୟରେ ଥିବା ସନସ୍କ୍ରିନ ଲୋସନ ବ୍ୟବହାର କରିବା ଆବଶ୍ୟକ। ଅତ୍ୟଧିକ ଏସପିଏଫ୍ ଯୁକ୍ତ ଲୋସନ ତ୍ୱଚାକୁ କ୍ଷତିକରିବାର ଆଶଙ୍କା ରହିଥାଏ।