ଓଡ଼ିଆ ଡିଜିଟାଲ ସ୍ଵାସ୍ଥ୍ୟ ମାଗାଜିନ୍ର ମାଗଣା ହ୍ୱାଟ୍ସଆପ୍ ସବ୍ସ୍କ୍ରିପ୍ସନ୍ ପାଇବା ପାଇଁ ଏହି ଲିଙ୍କରେ କ୍ଲିକ୍ କରି https://bit.ly/SubscribeToSwasthyaPlusOdia ମେସେଜ୍ ପଠାନ୍ତୁ।
ଆଜିର ଅତ୍ୟାଧୁନିକ ତଥା ବ୍ୟସ୍ତବହୁଳ ଜୀବନ ଭିତରେ ଆମ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହୋଇଛି ନିଜର ସ୍ୱାସ୍ଥ୍ୟ ଠିକ୍ ରଖିବା। ସେହିପରି ବିଭିନ୍ନ ରୋଗର ସଂକ୍ରମଣରୁ ନିଜକୁ ମୁକ୍ତ ରଖିବା ଏବଂ ଆବଶ୍ୟକ ସମୟରେ ଉଚିତ ସ୍ୱାସ୍ଥ୍ୟ ସେବା ପାଇପାରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ବିଷୟକୁ ନଜରରେ ରଖି ଖୁବ୍ଶୀଘ୍ର ପ୍ରକାଶ ପାଇବାକୁ ଯାଉଛି ଡିଜିଟାଲ ସ୍ୱାସ୍ଥ୍ୟ ମାଗାଜିନ୍।
ଓଡ଼ିଶା ତଥା ଓଡ଼ିଶା ବାହାରେ ରହୁଥିବା ଓଡ଼ିଆ ଲୋକଙ୍କ ପାଇଁ ଏହି ମାଗାଜିନ୍ ବେଶ୍ ଉପାଦେୟ ହେବ। ମୋବାଇଲ ମାଧ୍ୟମରେ ଲୋକେ ବିନା ଶୁଳ୍କରେ ଏହି ମାଗାଜିନ୍କୁ ପଢ଼ିପାରିବେ।
ସ୍ଵାସ୍ଥ୍ୟ ମାଗାଜିନ୍ରେ ରହିଛି ଓଡ଼ିଶାର ଜଣାଶୁଣା ଡାକ୍ତରଙ୍କ ସାକ୍ଷାତକାର, ସ୍ୱାସ୍ଥ୍ୟ ସଚେତନତା, ଡାକ୍ତରଙ୍କ ସ୍ୱାସ୍ଥ୍ୟ ଟିପ୍ସ, ମହାମାରୀ କରୋନା ସମ୍ପର୍କିତ ସମସ୍ତ ତଥ୍ୟ, ବିଭିନ୍ନ ସଂକ୍ରମଣ ଓ ରୋଗ ପ୍ରତିଷେଧକ, ପ୍ୟାରେଣ୍ଟିଂ, ମାନସିକ ସ୍ୱାସ୍ଥ୍ୟ, ଖାଦ୍ୟ ଓ ପୋଷକ ତତ୍ୱ, ସ୍ଵାସ୍ଥ୍ୟ ସମ୍ପର୍କିତ ଟିପ୍ସ ବା ସୂଚନା ଏବଂ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଟିକିନିଖି ଖବର ଇତ୍ୟାଦି।
‘‘ଓଡ଼ିଆ ଭାଷାରେ ସ୍ୱାସ୍ଥ୍ୟ ସମ୍ପର୍କିତ ଏକ ଡିଜିଟାଲ ମାଗାଜିନ୍ର ଆବଶ୍ୟକତା ରହିଛି। କାରଣ ଆଜି ସମସ୍ତଙ୍କ ହାତ ମୁଠାରେ ମୋବାଇଲ୍। ଏହି ମୋବାଇଲ୍ ମାଧ୍ୟମରେ ଲୋକ ନିଜର ସ୍ୱାସ୍ଥ୍ୟ ରକ୍ଷା ସମ୍ପର୍କରେ ଅନେକ କଥା ଜାଣିବାକୁ ଚାହୁଁଛନ୍ତି। ସ୍ୱାସ୍ଥ୍ୟ ସୂଚନା ହେଉ କି ସିଧାସଳଖ ଡାକ୍ତରଙ୍କ ମୁହଁରୁ ଆସୁଥିବା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ – ଆପଣ ପ୍ରତିଦିନ ଖୋଜୁଥିବା ଏଭଳି ଅନେକ ବିଷୟକୁ ଉପସ୍ଥାପନ କରିବା ପାଇଁ ଚେଷ୍ଟା କରିଆସୁଛି ଆମ ସ୍ୱାସ୍ଥ୍ୟ ପ୍ଲସ୍ ଟିମ’’, କହିଛନ୍ତି ଏହି ସ୍ୱାସ୍ଥ୍ୟ ପୋର୍ଟାଲର ପରିଚାଳନା ସମ୍ପାଦକ ତଥା ପ୍ରକାଶକ ପ୍ରଣତୀ ପରିଡା।
ପିଲାଙ୍କ ସ୍ୱାସ୍ଥ୍ୟ, ଗର୍ଭବତୀ ମହିଳାଙ୍କ ସ୍ୱାସ୍ଥ୍ୟ, ବୟସ୍କ ନାଗରିକଙ୍କ ସୁସ୍ଥ ଜୀବନ ଧାରା, ମାନସିକ ସ୍ୱାସ୍ଥ୍ୟ, ଆଧୁନିକ ଜୀବନଶୈଳୀ, ଖାଦ୍ୟ ରୁଚି, ବ୍ୟାୟାମ ଓ ଫିଟନେସ୍, ରୂପଚର୍ଯା – ଏହିଭଳି ବ୍ୟାପକ ବିଷୟକୁ ନେଇ ପ୍ରସ୍ତୁତ ହେଉଛି ସ୍ୱାସ୍ଥ୍ୟ ପ୍ଲସ ମାଗାଜିନ୍ର କଣ୍ଟେଣ୍ଟ। ତେଣୁ ଏହା ବିଭିନ୍ନ ବୟସ, ବର୍ଗ ଓ ରୁଚିର ଲୋକଙ୍କ ପାଇଁ ଏକ ଉପାଦେୟ ଡିଜିଟାଲ୍ ମାଗାଜିନ୍ ହୋଇପାରିବ ବୋଲି ସ୍ୱାସ୍ଥ୍ୟ ପ୍ଲସର ସମ୍ପାଦନା ମଣ୍ଡଳୀ କହିଛନ୍ତି।
ଆମ ହାତପାଆନ୍ତାରେ ବିଶେଷକରି ନିଜ ଘର ଭିତରେ ଏପରି ଅନେକ ଖାଦ୍ୟ ରହିଛି ଯାହା ଆମକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ। ଯେପରି ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ହଳଦୀ, ତମ୍ବା ପାତ୍ରରେ ପାଣି ପିଇଲେ କ’ଣ ଲାଭ ହୁଏ? ଏହିଭଳି ଛୋଟ ଛୋଟ ବିଷୟକୁ ଓଡ଼ିଆ ଭାଷାରେ ଓଡ଼ିଆ ଡିଜିଟାଲ ସ୍ୱାସ୍ଥ୍ୟ ମାଗାଜିନ୍ ମାଧ୍ୟମରେ ପ୍ରସ୍ତୁତ କରୁଛି ଓଡ଼ିଶାର ପ୍ରଥମ ସ୍ୱାସ୍ଥ୍ୟ ପୋର୍ଟାଲ୍ ‘ସ୍ୱାସ୍ଥ୍ୟ ପ୍ଲସ୍ ଓଡ଼ିଆ’।
ଡିଜିଟାଲ ସ୍ୱାସ୍ଥ୍ୟ ମାଗାଜିନ ଭାବରେ ଆପଣ ଏଥିରେ ବିଭିନ୍ନ ସ୍ୱାସ୍ଥ୍ୟଭିତ୍ତିକ ଭିଡିଓ ଦେଖିପାରିବେ, ସ୍ୱାସ୍ଥ୍ୟ ପ୍ରଡକ୍ଟ କିଣିପାରିବେ, ସ୍ୱାସ୍ଥ୍ୟ କୁଇଜରେ ଭାଗ ନେଇ ପାରିବେ ଏମିତି ଅନେକ କିଛି। ଏହି ଓଡ଼ିଆ ଡିଜିଟାଲ ‘ସ୍ୱାସ୍ଥ୍ୟ ମାଗାଜିନ୍’ର ଫ୍ରି ହ୍ୱାଟ୍ସାପ୍ ସବ୍ସ୍କ୍ରିପ୍ସନ୍ ପାଇଁ ଏହି ଲିଙ୍କ୍ (https://bit.ly/SubscribeToSwasthyaPlusOdia)ରେ କ୍ଲିକ୍ କରନ୍ତୁ।