healthy morning

ସୁସ୍ଥ ଜୀବନଶୈଳୀ କରିବା କୌଣସି ମୁସ୍‌କିଲ୍‌ର କାମ ନାହିଁ କେବଳ କିଛି ସୁସ୍ଥ ଅଭ୍ୟାସର ଧ୍ୟାନ ରଖିବା ଉଚିତ।

ନୂତନ ବର୍ଷର ସୁଯୋଗରେ ଲକ୍ଷ ଲକ୍ଷ ଲୋକ ନିଜ ନିଜର କ୍ୟାରିୟର, ଶିକ୍ଷା, ଚାକିରିର ପ୍ରମୋଶନ୍‌ ଏବଂ କିଛି ନୂତନ ଶିକ୍ଷା ଓ ବ୍ୟବହାରରେ ସକାରାତ୍ମକ ପରିବର୍ତ୍ତନ ଆଣିବା ପରି ବହୁତ ସାରା ସଂକଳ୍ପ ନେଇଥା’ନ୍ତି। କିଛି ଲୋକ ନିଜର ନ୍ୟୁ ଇୟର ରିଜୋଲ୍ୟୁସନ୍‌କୁ କିଛି ବାଟ ପର୍ଯ୍ୟନ୍ତ ପୂରା କରିବାରେ ସଫଳ ବି ହୋଇଥା’ନ୍ତି। ବର୍ଷ ସାରା ଏହି ସଂକଳ୍ପ ଓ ପାରିବାରିକ ଦାୟିତ୍ୱକୁ ପୂରା କରିବାର ଚକ୍କରରେ ନିଜ ଦେହ ପ୍ରତି ଧ୍ୟାନ ଦେଇନଥାନ୍ତି। ପରିବର୍ତ୍ତିତ ଜୀବନଶୈଳୀ କାରଣରୁ ଆଜିକାଲି କମ ବୟସରେ ଓବେସିଟି, ଡାଏବେଟିସ୍‌, ବ୍ୟସ୍ତତା, ଅବସାଦ, ଆଣ୍ଠୁ ଗଣ୍ଠିରେ ଯନ୍ତ୍ରଣା, ଅଣ୍ଟା ବ୍ୟଥା, ଷ୍ଟ୍ରୋକ ଓ ହାର୍ଟ ଆଟାକ୍‌ ପରି ଗମ୍ଭୀର ରୋଗ ତୀବ୍ର ଗତିରେ ବଢ଼ିଚାଲିଛି। ଏଥିପାଇଁ କିଛି ସ୍ୱାସ୍ଥ୍ୟ ନିୟମକୁ ଆପଣେଇ ସୁସ୍ଥ ଶରୀର ଓ ସୁଖି ଜୀବନର ଆରମ୍ଭ କରାଯାଇପାରିବ।

obesity

ମୋଟାପଣ ବଢ଼ିବାକୁ ନ ଦେବା – ଆଜିକାଲି ତୈଳଜାତୀୟ ଓ ମସଲାଯୁକ୍ତ ଫାଷ୍ଟଫୁଡ୍‌ ପ୍ରତି ଲୋକମାନଙ୍କର ଆଗ୍ରହ ବଢ଼ିବାରେ ଲାଗିଛି ଯାହାଫଳରେ ସେମାନଙ୍କ ଶରୀରରେ ଆବଶ୍ୟକତାଠାରୁ ଅଧିକ ଚର୍ବି ବଢ଼ିଯାଇଥାଏ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ରିପୋର୍ଟ ଅନୁସାରେ ମୋଟାପଣ ସ୍ୱାସ୍ଥ୍ୟ ପ୍ରତି ସବୁଠୁ ବିପଦ। ଯାହାକି ଡାଏବେଟିସ୍‌, ହାର୍ଟ ଫେଲ୍ୟୁଅର, ଆଣ୍ଠୁଗଣ୍ଠିରେ ଯନ୍ତ୍ରଣା ଆଦି ଗମ୍ଭୀର ରୋଗକୁ ଡାକିଆଣିଥାଏ। ଏଥିରୁ ବଞ୍ଚିବା ପାଇଁ ସନ୍ତୁଳିତ ଆହାର ଏବଂ ନିୟମିତ ବ୍ୟାୟାମକୁ ଦିନଚର୍ଯ୍ୟାରେ ସାମିଲ କରିବା ଆବଶ୍ୟକ।