ଶୀତଦିନରେ ଥଣ୍ଡାଜନିତ ସମସ୍ୟା କାହିଁକି ହୁଏ? ଏହାର କାରଣ ଓ ଚିକିତ୍ସା ବିଷୟରେ ବିଶିଷ୍ଟ ଭେଷଜ ବିଶେଷଜ୍ଞ ଶ୍ରୀକାନ୍ତ କୁମାର ଧର କ’ଣ କହୁଛନ୍ତି, ଆସନ୍ତୁ ଜାଣିବା।
- ଶୀତଦିନେ କାହିଁକି ବଢ଼ିଯାଏ ଥଣ୍ଡା ରୋଗ?
- ଇସନଫୁଲିଆ ସହିତ ଥଣ୍ଡାର ସମ୍ପର୍କ କ’ଣ?
- ଥଣ୍ଡା ରୋଗକୁ ରୋକିବା ପାଇଁ କ’ଣ କରିବେ?
- ଥଣ୍ଡା ରୋଗର ଚିକିତ୍ସା
- ଶୀତଦିନ ପାଇଁ କରୋନା ସତର୍କତା
ଶୀତଦିନ ଆରମ୍ଭ ହେଲେ ଅଧିକାଂଶ ଲୋକଙ୍କୁ ସାମାନ୍ୟ ଥଣ୍ଡା, ଜ୍ୱର, ଶ୍ୱାସ, କାଶ ଭଳି ସମସ୍ୟା ଲାଗିରହେ। ଏହାଛଡ଼ା କେତେକ ଲୋକଙ୍କର ଚର୍ମ ଶୁଷ୍କ ହୋଇଯିବା, ଚର୍ମ କୁଣ୍ଡାଇହେବା, ଆଖି ନାଲି ପଡ଼ିଯିବା, ଫ୍ଲୁ ଜନିତ ରୋଗ ଦେଖାଯାଏ। କୋଭିଡ୍-୧୯ ମଧ୍ୟ ଏକ ଭୂତାଣୁଜନିତ ରୋଗ, ଯାହା ପ୍ରଭାବରେ ଥଣ୍ଡା ଜନିତ ଲକ୍ଷଣ ଯେପରିକି ତଣ୍ଟି ଦରଜ ହେବା, ଶ୍ୱାସନଳୀ ସଂକ୍ରମଣ ହେବା, ନିଶ୍ୱାସ ନେବାରେ ଅସୁବିଧା ହେବା, ନାକ ବନ୍ଦ ହେବା, ନାକରୁ ପାଣି ବାହାରିବା ଭଳି ସମସ୍ୟା ଦେଖାଦିଏ।
ଶୀତଦିନେ କାହିଁକି ବଢ଼ିଯାଏ ଥଣ୍ଡା ରୋଗ? (Causes of Common Cold in Odia)
ଶୀତଦିନେ ତାପମାତ୍ରା କମିଯାଏ ଏବଂ ଧୂଳିକଣାଗୁଡ଼ିକ ବାୟୁମଣ୍ଡଳର ତଳସ୍ତରରେ ରହେ ଫଳରେ ପ୍ରଦୂଷଣରମାତ୍ରା ବଢ଼ିଯାଏ। ସେତେବେଳେ ଥଣ୍ଡାଜନିତ ରୋଗ ବଢ଼ିଯାଏ। କାରଣ ଧୂଳିକଣାଗୁଡ଼ିକ ଶ୍ଵାସନଳୀରେ ପସି ଆଲର୍ଜି ସୃଷ୍ଟି କରେ। ଯେଉଁ ବ୍ୟକ୍ତିଙ୍କୁ ଧୂଳିକଣାଜନିତ ଆଲର୍ଜି ଥାଏ, ସେମାନଙ୍କର ନାକ କୁଣ୍ଡାଇ ହୁଏ, ନାକରୁ ପାଣି ବାହାରେ, ନାକ ଚୁଣ୍ଟି ହୋଇଯାଏ ଏବଂ ଛିଙ୍କ ମଧ୍ୟ ହୋଇଥାଏ, ଯାହାକୁ ଆଲର୍ଜିକ୍ ରାଇନିଟିସ୍ (Allergic rhinitis) କୁହାଯାଏ।
ସାଧାରଣତଃ ଶୀତଦିନେ ଭୂତାଣୁଗୁଡ଼ିକ ବଂଶବୃଦ୍ଧି କରନ୍ତି ଏବଂ ସେମାନଙ୍କର ସଂଖ୍ୟା ବଢ଼ିଯାଏ। ତେଣୁ ଶୀତଦିନେ ଥଣ୍ଡାଜନିତ ସମସ୍ୟା ଅଧିକ ଦେଖାଯାଏ। ଯେଉଁମାନଙ୍କୁ ଆଲର୍ଜି ଥାଏ, ସେମାନଙ୍କର ଶୀତଦିନେ ଶ୍ୱାସଜନିତ ସମସ୍ୟା ବଢ଼ିଯାଏ। ସେମାନଙ୍କର ଛାତି ବଥା ହୁଏ, ନିଶ୍ୱାସ ନେବାରେ ଅସୁବିଧା ହୁଏ. ଛାତି ଦରଜ ହୁଏ କିମ୍ବା ଛାତି ଟାଇଟ୍ ଲାଗିବା ଭଳି ଲକ୍ଷଣମାନ ଦେଖାଦିଏ।
ଅଧିକ ପଢ଼ନ୍ତୁ: ଥଣ୍ଡା ଦୂର କରିବା ପାଇଁ ଆପଣାନ୍ତୁ ଏହି ୧୦ଟି ଟିପ୍ସ
ଇସନଫୁଲିଆ ସହିତ ଥଣ୍ଡାର ସମ୍ପର୍କ କ’ଣ? (Difference between Eosinophilia and Common Cold in Odia)
ଦେହରେ କୌଣସି ଆଲର୍ଜି ହେଲେ ରକ୍ତକଣିକାରେ ଇଓସିନୋଫିଲ୍ ଥାଏ, ତାହା ବଢ଼ିଯାଏ, ଯାହାକୁ ଇସନଫୁଲିଆ ବୋଲି କହିଥାଉ। ଶରୀରରେ କୌଣସି ଆଲର୍ଜି ହେଲେ, କୃମି ହୋଇଥିଲେ, ତେବେ ମଧ୍ୟ ଇଓସିନୋଫିଲ୍ ବଢ଼ିଯାଏ। ଇସନ୍ଫୁଲିଆ ରୋଗ ନୁହେଁ।
କେଉଁ କାରଣରୁ ଇଓସିନୋଫିଲ୍ ବଢ଼ିଥାଏ, ତାର ଚିକିତ୍ସା କରାଯିବା ଦରକାର। ତେଣୁ ଡାକ୍ତରଙ୍କ ପରାମର୍ଶ କରି ଚିକିତ୍ସା କରାନ୍ତୁ।
ଥଣ୍ଡା ରୋଗକୁ ରୋକିବା ପାଇଁ କ’ଣ କରିବେ? (Prevention of Common Cold in Odia)
ଥଣ୍ଡାର ପ୍ରମୁଖ କାରଣ ହେଉଛି ଜଳବାୟୁ କାରକ। ଧୂଆଁ, ଧୂଳିକଣା, ସିଗାରେଟ୍ ଧୂଆଁ, ଜଳବାୟୁ ପରିବର୍ତ୍ତନ ଯୋଗୁଁ ଆଲର୍ଜି ହୋଇଥାଏ। ତେଣୁ ସେସବୁରୁ ଦୂରେଇ ରହିବା ଜରୁରୀ। ଘରୋଇ ଚିକିତ୍ସା ମାଧ୍ୟମରେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ଜରୁରୀ ଫଳରେ ଭୂତାଣୁ ଜନିତ ସଂକ୍ରମଣ ହେବ ନାହିଁ। ଯେଉଁ ଜିନିଷଠାରୁ ଆଲର୍ଜିଥାଏ, ତା’ଠାରୁ ଦୂରେଇ ରହିବେ। ବ୍ୟବହାର କରୁଥିବା ଲୁଗାପଟା, ଚାଦର, କମ୍ବଳକୁ ସଫା ରଖିବେ। ଶୀତବସ୍ତ୍ରକୁ ଅଳ୍ପ ଦିନରେ ବଦଳାଇବେ, କାରଣ ଏଥିରେ ଧୂଳିକଣା ରହିଯାଏ, ଫଳରେ ଆଲର୍ଜି ସୃଷ୍ଟି ହୁଏ। ଘର ଚାରିପାଖ, ଘର ସଫା ରଖିବେ।
ଶରୀରର ରୋଗ ପ୍ରତିରୋଧକ ଶକ୍ତି ମଜଭୁତ ରଖିବା ପାଇଁ ସୁଷମ ଖାଦ୍ୟ ଖାଆନ୍ତୁ, ପ୍ରତିଦିନ ବ୍ୟାୟାମ କରିନ୍ତୁ ଏବଂ ଯୋଗ କିମ୍ବା ପ୍ରାଣାୟାମ କରନ୍ତୁ। ଏହାଦ୍ୱାରା ଶ୍ପାସପ୍ରକ୍ରିୟା ଭଲ ରହିବ ଏବଂ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବ। ଏତଦ୍ବ୍ୟତୀତ ହଳଦୀ, ଅଦା, ରସୁଣ ଆଦି ଖାଦ୍ୟକୁ ନିଜ ଖାଦ୍ୟରେ ସାମିଲ କରନ୍ତୁ।
ଅଧିକ ପଢ଼ନ୍ତୁ: କାହିଁକି ହୁଏ ଆସ୍ଥମା? ଜାଣନ୍ତୁ ଡାକ୍ତରଙ୍କ ପରାମର୍ଶ
ଥଣ୍ଡା ରୋଗର ଚିକିତ୍ସା (Treatment of Common Cold in Odia)
ଆସ୍ଥମା ହେଲେ ଇନ୍ହେଲର ମାଧ୍ୟମରେ ଚିକିତ୍ସା କରାଯାଏ। ଏହାଛଡ଼ା ଯେଉଁ ଜିନିଷଠାରୁ ଆଲର୍ଜି ହେଉଛି, ତା’ଠାରୁ ଦୂରେଇ ରହିବେ। ନାକ ଯଦି ବନ୍ଦ ହୁଏ, ତେବେ ନାଜାଲ ଡ୍ରପ୍ ବ୍ୟବହାର କରିପାରିବେ। ଯେଉଁ ବ୍ୟକ୍ତିଙ୍କର ଆଲର୍ଜି ଅଧିକ ଦିନ ଧରି ଲାଗିରହେ, ସେମାନଙ୍କୁ ଷ୍ଟିରୋଏଡ୍ ଔଷଧ ଦେଇ କମ୍ କରାଯାଏ।
ଶୀତଦିନ ପାଇଁ କରୋନା ସତର୍କତା (Corona Awareness for Winter in Odia)
ବିଗତ କିଛି ମାସ ହେବ ଆମେ କରୋନା ସହ ସଂଘର୍ଷ କରିଆସୁଛେ। ଏବେ କୋଭିଡ୍-୧୯ର ନୂଆ ରୂପ ଚିହ୍ନଟ ହୋଇଛି। ତେଣୁ ପୂର୍ବରୁ ଯେଉଁଭଳି ସତର୍କତା ଅବଲମ୍ବନ କରୁଥିଲେ, ସେହିଭଳି ସତର୍କତା ମାନି ଚଳିବାକୁ ହେବ। ସାମାଜିକ ଦୂରତ୍ୱ,, ମାସ୍କର ବ୍ୟବହାର ଏବଂ ବାରମ୍ବାର ହାତ ଧୋଇବାକୁ ହେବ। କୋଭିଡ୍ର କୌଣସି ଲକ୍ଷଣ ଦେଖାଦେଲେ ତୁରନ୍ତ ଡାକ୍ତରଙ୍କୁ ପରାମର୍ଶ କରି କ୍ଵାରେଣ୍ଟାଇନ୍ରେ ରହିବା ଆବଶ୍ୟକ। ସୁସ୍ଥ ରହିଲେ ହିଁ ନିରୋଗୀ ରହିବେ।
ସ୍ଵାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ ପ୍ଲାଟ୍ଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ଶ୍ରୀକାନ୍ତ କୁମାର ଧରଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।
Note: This information on Common Cold, in Odia language, is based on an extensive interview with a Medicine Specialist Dr Srikant Kumar Dhar.