ଶରୀର ପାଇଁ ଉଭୟ ହଳଦୀ ଏବଂ କ୍ଷୀର ବେଶ୍‌ ଲାଭଦାୟକ। ଥଣ୍ଡା, କାଶଠାରୁ ଆରମ୍ଭ କରି ବିଭିନ୍ନ ଶାରୀରିକ ଯନ୍ତ୍ରଣା ଦୂର କରିଥାଏ ହଳଦୀ କ୍ଷୀର।

turmeric milk

ହଳଦୀରେ ଆଣ୍ଟି ବ୍ୟାକ୍ଟେିରିଆଲ, ଆଣ୍ଟି ଫଙ୍ଗାଲ, ଆଣ୍ଟିଭାଇରାଲ ଗୁଣ ରହିଛି, ଯାହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ। ଥଣ୍ଡା, ଜ୍ୱର, କାଶ କିମ୍ବା କଫ ହୋଇଥିଲେ ରାତିରେ ଉଷୁମ କ୍ଷୀରରେ ହଳଦୀ ମିଶାଇ ପିଇଲେ ଆରାମ ମିଳିଥାଏ।

ଯେଉଁ ଲୋକଙ୍କୁ ଖୁବ ଶୀଘ୍ର ଭାଇରାଲ ଇନଫେକସନ ହୋଇଯାଏ ସେମାନଙ୍କ ପାଇଁ ହଳଦି ମିଶ୍ରିତ କ୍ଷୀର କୌଣସି ଔଷଧଠାରୁ କମ୍ ହୋଇ ନଥାଏ। ଏହା ପିଇବା ଦ୍ୱାରା ଇମ୍ୟୁନିଟି ଶକ୍ତି ବଢ଼ିଥାଏ। ଡାକ୍ତରଙ୍କ କହିବା ଅନୁସାରେ ହଳଦୀ ମିଶ୍ରିତ କ୍ଷୀର ସକାଳ ସମୟରେ କିମ୍ବା ରାତିରେ ଶୋଇବାର ଏକ ଘଣ୍ଟା ପୁର୍ବରୁ ପିଇଲେ ଏଲର୍ଜି ଏବଂ ଫ୍ଲୁ ହୋଇନଥାଏ।

ଥଣ୍ଡା ଏବଂ କାଶ ଦୁଇଟି ସମସ୍ୟା ବ୍ୟକ୍ତିକୁ ଅସ୍ତବ୍ୟସ୍ତ କରିପକାଏ। କିନ୍ତୁ ଏହାର ପ୍ରତିକାର ପାଇଁ ଔଷଧ ଖାଇଲେ ସମସ୍ୟା ଦୂର ହୋଇଯାଏ କିନ୍ତୁ ଶରୀରର ଇନଫେକସନ ସମ୍ପୁର୍ଣ୍ଣ ଭାବରେ ଭଲ ହୋଇ ନଥାଏ। ଯାହା ଦ୍ୱାରା ଏହି ରୋଗରେ ବ୍ୟକ୍ତି ପୁଣି ଥରେ ପୀଡ଼ିତ ହୋଇଥାଏ। ତେଣୁ ଏହିଭଳି ସମସ୍ୟାରେ ହଳଦୀ ମିଶ୍ରିତ କ୍ଷୀର ପିଲେ ଥଣ୍ଡା ଓ କାଶରୁ ମୁକ୍ତି ମିଳିଥାଏ।

ତ୍ୱଚା ସମ୍ବନ୍ଧୀୟ ସଂକ୍ରମଣ କିମ୍ବା ଆଲର୍ଜି ପାଇଁ ହଳଦୀ କ୍ଷୀର ଲାଭଦାୟକ।

turmeric milk

ଘା ଶୁଖିବାରେ ଜଲଦି ସାହାଯ୍ୟ କରେ ହଳଦୀ କ୍ଷୀର।

ଆଣ୍ଠୁଗଣ୍ଠି ଯନ୍ତ୍ରଣା ଥିବା ଲୋକ କିମ୍ବା ଅଷ୍ଟିଓପୋରୋସିସ୍‌ ଥିବା ଲୋକଙ୍କ ପାଇଁ ଉଭୟ ହଳଦୀ ଏବଂ କ୍ଷୀର ହିତକର ହୋଇଥାଏ।

ହଳଦୀରେ ଥିବା କୁର୍କୁମିନ ଚର୍ବି ଘଟାଇଥାଏ, ଫଳରେ ଓଜନ ହ୍ରାସ ହୋଇଥାଏ।

ମନେ ରଖନ୍ତୁ: ସବୁବେଳେ କ୍ଷୀରରୁ ସର କାଢ଼ି କ୍ଷୀର ପିଅନ୍ତୁ।