ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ଡାଲଚିନି ବେଶ୍‌ ଲାଭଦାୟକ।

cinamon for health

ବଦ୍‌ହଜମୀ, ଦାନ୍ତ ସମସ୍ୟା, ମୁଣ୍ଡ ବିନ୍ଧା, ମାସିକ ଋତୁଚକ୍ରରେ ହେଉଥିବା ଯନ୍ତ୍ରଣା ଆଦି ସମସ୍ୟାର ସମାଧାନ ପାଇଁ ଡାଲଚିନି ବ୍ୟବହାର କରାଯାଇଥାଏ।

ଦାନ୍ତ ବିନ୍ଧା ହେଲେ ଡାଲଚିନିର ତେଲକୁ ଏକ ତୂଳା ସାହାଯ୍ୟରେ ଦାନ୍ତରେ ଲଗାଇଲେ ଉପଶମ ମିଳିଥାଏ।

ମୁଣ୍ଡ ବିନ୍ଧା ହେଉଥିଲେ ଡାଲଚିନିକୁ ବାଟି ତାହାର ଲେପକୁ ମଥା ଉପରେ ଲଗାଇଲେ ଆରାମ ମିଳିଥାଏ।

ଥଣ୍ଡା, ସର୍ଦ୍ଦିର ଉପଶମ ପାଇଁ ଡାଲଚିନି ବ୍ୟବହାର କରାଯାଇଥାଏ। କିଛି ଡାଲଚିନି ଗୁଣ୍ଡରେ ମହୁ ମିଶାଇ ଖାଇବା ଦ୍ୱାରା ଥଣ୍ଡା ଦୂର ହୋଇଥାଏ।

hot milk

ପ୍ରତିଦିନ ରାତିରେ ଗ୍ଲାସ୍‌ ଉଷୁମ୍‌ କ୍ଷୀରରେ ଅଧ ଚାମଚ ଡାଲଚିନି ମିଶାଇ ପିଅନ୍ତୁ। ଏହାଦ୍ୱାରା ଭଲ ନିଦ ହେବ।

ମୁହଁରେ ବ୍ରଣ ବାହାରିଥିଲେ ରାତିରେ ଶୋଇବା ବେଳେ ଡାଲଚିନି ଗୁଣ୍ଡରେ ମହୁ ମିଶାଇ ଲଗାନ୍ତୁ। ତା’ ପରଦିନ ମୁହଁ ଧୋଇଦିଅନ୍ତୁ। ଏହା କରିବ ଦ୍ୱାରା ବ୍ରଣ ଶୀଘ୍ର ଭଲ ହୋଇଥାଏ।

ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ଡାଲଚିନି ବେଶ୍‌ ଲାଭକାରୀ। ତେଣୁ, ଶୀତଦିନେ ହେଉଥିବା ସଂକ୍ରମଣରୁ ନିଜକୁ ରକ୍ଷା କରିବା ପାଇଁ ପ୍ରତିଦିନ ଖାଦ୍ୟରେ ଡାଲଚିନି ସାମିଲ କରନ୍ତୁ।