ଶୀତଦିନ ଆରମ୍ଭ ହେଲେ ଥଣ୍ଡା, ଜ୍ୱର, କାଶ, ନାକ ଚୁଣ୍ଟି ହେବା ଭଳି ଲକ୍ଷଣ ଦେଖାଦିଏ। ତେଣୁ, ଥଣ୍ଡାଦିନରେ ନିଜ ସ୍ଵାସ୍ଥ୍ୟର ଯତ୍ନ ନେବା ନିହାତି ଜରୁରୀ।
ଖାଦ୍ୟରେ ସବୁଜପନିପରିବା, ଶାଗ, ଋତୁଅନୁଯାୟୀ ପରିବା, ମିଠାଆଳୁ ସାମିଲ କରିବା ଜରୁରୀ। ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ସହ ବିଭିନ୍ନ ରୋଗରୁ ରକ୍ଷା କରିଥାଏ।
ପିଆଜ ଓ ରସୁଣକୁ ନିଜ ଖାଦ୍ୟରେ ସାମିଲ କରନ୍ତୁ। ଏହା ଆଣ୍ଟିଇନ୍ଫ୍ଲାମେଟୋରି ହୋଇଥିବାରୁ ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ।
ଖଟାଜାତୀୟ ଫଳରେ ଭିଟାମିନ୍ ସି’ ପ୍ରଚୁର ପରିମାଣରେ ଥାଏ। ତେଣୁ ଖାଦ୍ୟରେ ଲେମ୍ବୁ, କମଳାକୁ ସାମିଲ କରନ୍ତୁ।
ଭିଟାମିନ୍ ଡି’ର ଅଭାବ ହେଲେ ସଂକ୍ରମଣ ହେବାର ଆଶଙ୍କା ଅଧିକ। ତେଣୁ ପ୍ରତିଦିନ ସକାଳେ ସୂର୍ଯ୍ୟକିରଣରେ ଚଲାବୁଲା କରନ୍ତୁ। ଏହାସହ ଡାକ୍ତରଙ୍କ ପରାମର୍ଶ କ୍ରମେ ଭିଟାମିନ୍ ଡି ସପ୍ଲିମେଣ୍ଟ ମଧ୍ୟ ଖାଇପାରିବେ। ଖାଦ୍ୟରେ ଅଣ୍ଡା କେଶର, ଛତୁ, ସାଲମନ ଖାଇବା ସହ ୩୦ ମିନିଟ୍ ପାଇଁ ସୂର୍ଯ୍ୟକିରଣରେ ଚାଲିବେ।
ସବୁବେଳେ ସକ୍ରିୟ ରହନ୍ତୁ। ଦୈନିକ ଯୋଗ, ପ୍ରାଣାୟାମ ଓ ବ୍ୟାୟାମ କରନ୍ତୁ। ଏହା ଶରୀରରେ ସଠିକ୍ ଭାବେ ରକ୍ତ ସଞ୍ଚାଳନ କରିବା ସହ ଶରୀରକୁ ସୁଦୃଢ଼ ରଖେ।
ପ୍ରଚୁର ପରିମାଣରେ ପାଣି ପିଅନ୍ତୁ। ଖାଇବାର ଘଣ୍ଟେ ପରେ ପାଣି ପିଅନ୍ତୁ। ଏହା ଦ୍ୱାରା ଖାଦ୍ୟ ହଜମ ହେବା ସହ ଶରୀରରେ ଜଳୀୟଅଂଶ ଠିକ୍ ରହିଥାଏ।