କମ୍ପବାତ ବା ପାର୍କିନ୍ସନ୍ ରୋଗର କାରଣ କ’ଣ? ଏନେଇ ବିଶିଷ୍ଟ ସ୍ନାୟୁ ରୋଗ ବିଶେଷଜ୍ଞ ଅମିତାଭ ରଥ କ’ଣ କହୁଛନ୍ତି ଆସନ୍ତୁ ଜାଣିବା।
ପାର୍କିନ୍ସନ୍ ରୋଗ ବା କମ୍ପବାତ ହେଉଛି ଏକ ସ୍ନାୟୁଗତ ସମସ୍ୟା। ଉଭୟ ପୁରୁଷ ଏବଂ ମହିଳାମାନେ ଏହି ରୋଗର ଶିକାର ହୋଇପାରନ୍ତି। ମସ୍ତିଷ୍କରେ ଥିବା ଡୋପାମାଇନ୍ ହରମୋନ୍ ହ୍ରାସ ହେଲେ ପାର୍କିନସନ ରୋଗର ଲକ୍ଷଣ ଦେଖାଯାଇଥାଏ।
ପାର୍କିନ୍ସନ୍ ରୋଗର ଲକ୍ଷଣ (Symptoms of Parkinson’s disease in Odia)
ହାତ ଥରିବା।
ଧୀରେ ଧୀରେ ଚାଲିବା।
ଚାଲିବା ବେଳେ ରହିଯିବା।
ନଇଁ ନଇଁ ଚାଲୁଥିବେ।
କିଛି ଲୋକଙ୍କର ଥୋଡ଼ି ଅଂଶ ଥରିଥାଏ।

ଅଧିକ ପଢ଼ନ୍ତୁ: ନ୍ୟୁରୋପାଥୀ ରୋଗର କାରଣ କ’ଣ?
ପାର୍କିନ୍ସନ୍ ରୋଗ କାହାକୁ ହୁଏ?
ପାର୍କିନ୍ସନ୍ ରୋଗ ଯେକୌଣସି ବ୍ୟକ୍ତିଙ୍କୁ ହୋଇପାରେ। କିନ୍ତୁ, ଯେଉଁ ଲୋକଙ୍କର ମୁଣ୍ଡରେ ବାରମ୍ବାର ଆଘାତ ଲାଗିଥାଏ, ଅତ୍ୟଧିକ ମଦ୍ୟପାନ ଓ ଧୂମପାନ କରୁଥିବା ବ୍ୟକ୍ତି, ଅନିୟନ୍ତ୍ରିତ ଡାଏବେଟିସ୍ ଥିବା ବ୍ୟକ୍ତି, ଖରାପ ଜୀବନଶୈଳୀ, ଶୋଇବାରେ ଅନିୟମିତତା ଥିବା ଲୋକଙ୍କର ଯଦି ପାର୍କିନ୍ସନ୍ ରୋଗ ହୁଏ, ତେବେ ସେମାନଙ୍କ ଅବସ୍ଥା ଗୁରୁତର ହୋଇପାରେ।
ପାର୍କିନସନ୍ ରୋଗର କାରଣ (Causes of Parkinson’s disease in Odia)
ମସ୍ତିଷ୍କରେ ଡୋପାମାଇନ୍ ନାମକ ଏକ କେମିକାଲ ଥାଏ। କୌଣସି କାରଣ ଯୋଗୁଁ ଯଦି ଏହି ଡୋପାମାଇନ୍ କମିଯାଏ, ତେବେ ସ୍ନାୟୁଗତ ସମସ୍ୟା ସୃଷ୍ଟି ହୁଏ। ଧୀରେ ଧୀରେ ମଣିଷ ଧୀର ଗତିରେ ସମସ୍ତ କାମ କରିଥାଏ ଓ ତାହାର ହାତ ଥରିଥାଏ।
ଅନେକ କ୍ଷେତ୍ରରେ ପାର୍କିନ୍ସନ୍ ରୋଗର କାରଣ ଜଣାପଡ଼ି ନଥାଏ।
କେମିତି ଚିହ୍ନିବା ପାର୍କିନ୍ସନ୍ ରୋଗ (How to diagnose Parkinson’s disease?)
ପ୍ରାଥମିକ ଅବସ୍ଥାରେ ରୋଗୀଙ୍କୁ ଦେଖି ଡାକ୍ତରମାନେ ପାର୍କିନ୍ସନ୍ ରୋଗ ଚିହ୍ନଟ କରିପାରନ୍ତି। ଏହାଛଡ଼ା ରୋଗୀଙ୍କର ପେଟ୍ ସ୍କାନ କରି ରୋଗ ସମ୍ପର୍କରେ ଜଣାପଡ଼ିଥାଏ।

ଅଧିକ ପଢ଼ନ୍ତୁ: ଲକ୍ଷଣରୁ ବ୍ରେନ୍ ଷ୍ଟ୍ରୋକ୍କୁ ଚିହ୍ନନ୍ତୁ
ପାର୍କିନ୍ସନ୍ ରୋଗର ଚିକିତ୍ସା (Treatment of Parkinson’s disease in Odia)
ପାର୍କିନ୍ସନ୍ ରୋଗରେ ପୀଡ଼ିତ ବ୍ୟକ୍ତିଙ୍କ ବୟସ ଦେଖି ଔଷଧ ଭିନ୍ନ ଭିନ୍ନ ଦିଆଯାଇଥାଏ। କାରଣ ଯୁବକମାନଙ୍କୁ ଯେଉଁ ମେଡିସିନ୍ ଦିଆଯାଏ ସେହି ମେଡିସିନ୍ ବୟସ୍କ ଲୋକଙ୍କଠାରେ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦିଏ। ଯେଉଁ ଲୋକଙ୍କର ଔଷଧ ଦ୍ୱାରା ଭଲ ହୁଏ ନାହିଁ, ସେମାନଙ୍କର ଡିବିଏସ୍ ସର୍ଜରୀ କରାଯାଏ। ବର୍ତ୍ତମାନ ଲେଜର ଜରିଆରେ ଚିକିତ୍ସା କରାଯାଏ।
ପାର୍କିନ୍ସନ୍ ମେଡିସିନ୍କୁ ଜୀବନସାରା ଖାଇବାକୁ ପଡ଼ିଥାଏ।
ପାର୍କିନ୍ସନ୍ ରୋଗର ଜଟିଳତା (Complications of Parkinson’s disease in Odia)
ପାର୍କିନ୍ସନ ରୋଗୀଙ୍କ କାମ କରିବା ଶୈଳୀ ଧୀର ହୋଇଯିବ। ଉଭୟ ଶାରୀରିକ ଓ ମାନସିକ କ୍ଷେତ୍ରରେ ମଣିଷ ଧୀର ହୋଇଯିବ।
ପାର୍କିନ୍ସନ୍ ରୋଗର ନିରାକରଣ (Prevention of Parkinson’s disease in Odia)
ଜୀବନଶୈଳୀରେ ପରିବର୍ତ୍ତନ କରିବାକୁ ହେବ, ଖାଇବା ପିଇବା ଠିକ୍ ସମୟରେ କରିବା ଦରକାର, ପ୍ରତିଦିନ ବ୍ୟାୟାମ କରିବା ଦରକାର ଓ ମଦ୍ୟପାନ ଧୂମାପାନଠାରୁ ଦୂରରେ ରହିବାକୁ ହେବ।
ଜଣେ ପାର୍କିନ୍ସନ୍ ରୋଗୀ ମଧ୍ୟ ଯୋଗ, ବ୍ୟାୟାମ କରିବା ଦରକାର।
(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ଅମିତାଭ ରଥଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)
Note: This information on causes, symptoms and treatments of Parkinson’s disease, in Odia language, is based on an extensive interview with Neurologist Dr Amitav Rath.