ଅଧିକ ପଢ଼ନ୍ତୁ: ମେଦ ବହୁଳତା ଯୋଗୁଁ କ’ଣ ଅସୁବିଧା ହୁଏ?
ମୋଟାପଣ କମେଇବା ପାଇଁ ଖାଦ୍ୟରେ ପରିବର୍ତ୍ତନ ଆଣନ୍ତୁ।
ମୋଟାପଣର ମୂଳ କାରଣ ହେଉଛି ଜୀବନଶୈଳୀ। ପୂର୍ବରୁ ଲୋକେମାନେ ଅଧିକ ଶାରୀରିକ ପରିଶ୍ରମ କରୁଥିଲେ, ଛୋଟ ଛୁଆମାନେ ଖେଳାଖେଳି କରୁଥିଲେ ଓ ଘର କାମ ବି କରୁଥିଲେ। ହେଲେ ବର୍ତ୍ତମାନ ଛୋଟ ଛୁଆମାନେ ମୋବାଇଲରେ ଭିଡିଓ ଗେମ୍ ଖେଳୁଛନ୍ତି, ଟିଭି ଦେଖୁଛନ୍ତି ହେଲେ ବାହାରକୁ ଖେଳିବାକୁ ଯାଉନାହାନ୍ତି ଫଳରେ ଛୁଆମାନେ ମୋଟାପଣର ଶୀକାର ହେଉଛନ୍ତି। ବର୍ତ୍ତମାନ ସମୟରେ ଲୋକେ ଫଳଠୁ ଅଧିକ ବିସ୍କୁଟ୍ ମିକ୍ଚର, ଚକୋଲେଟ୍ ଖାଉଛନ୍ତି। ଏହାଦ୍ଵାରା ବେଦବହୁଳତା ବଢ଼ୁଛି।
ଅଧିକାଂଶ ଲୋକଙ୍କର ଅଭିଯୋଗ ଥାଏ ଯେ, ସେମାନେ ଅଳ୍ପ ଖାଉଛନ୍ତି ତଥାପି ମୋଟା ହୋଇଯାଉଛନ୍ତି। ଏହାର କାରଣ ହେଉଛି ହଜମଶକ୍ତି କମିଯିବା। ଫଳରେ ଯାହା ଖାଉଛନ୍ତି, ତାହା ଦେହରେ ଲାଗିଯାଏ।
ଅଧିକ ପଢ଼ନ୍ତୁ: ପିଲାଙ୍କୁ ଫିଟ୍ ରଖିବା ପାଇଁ ଆପଣାନ୍ତୁ ଏହି ୫ଟି ଟିପ୍ସ
ମୋଟାପଣ ନିୟନ୍ତ୍ରଣ କରିବା ପାଇଁ ଖାଦ୍ୟ କ’ଣ ହେବା ଦରକାର?
ଦୈନିକ ଖାଦ୍ୟରେ ଶାଗ, ସକାଳ କିମ୍ବା ମଧ୍ୟାହ୍ନ ଭୋଜନରେ ସାଲାଡ, ଘୋଳଦହି ସାମିଲ କରନ୍ତୁ।
ସକାଳୁ ଉଠିବାର ଗୋଟେ ଘଣ୍ଟା ଭିତରେ ସକାଳ ଭୋଜନ କରିବା ଦରକାର। ସକାଳୁ, ଚୂଡ଼ା ଚକଟା, ଛତୁଆ, ରୁଟି ତରକାରି, ରୁଟି ସନ୍ତୁଳା ଖାଇପାରିବେ।
ମଧ୍ୟାହ୍ନ ଭୋଜନରେ ଉଷୁନା ଭାତ, ମୁଗ ଡାଲି, ଶାଗ, ସନ୍ତୁଳା, ଘୋଳଦହି ଓ ସାଲାଡ ରହିବା ଦରକାର।
ସୂର୍ଯ୍ୟସ୍ଥ ପରେ ହଜମ ଶକ୍ତି କମିଯାଏ। ତେଣୁ ରାତିରେ ସବୁବେଳେ ହାଲ୍କା ଖାଦ୍ୟ ଖାଆନ୍ତୁ ଏବଂ ରାତି ୮ଟା ଭିତରେ ଖାଆନ୍ତୁ। ରାତିରେ ରୁଟି ଦୁଇଟା ଓ ସନ୍ତୁଳା ଖାଇପାରିବେ। ବେଶୀ ତେଲ ମସଲା ରହିବ ନାହିଁ। ଯଦି ଓଜନ କମ୍ କରିବାକୁ ଚାହୁଁଛନ୍ତି, ତେବେ କେବଳ ସବୁଜ ସାଲାଡ, ସୁଝା ମୁଗଡ଼ାଲି, ସିଝା ପରିବା ଖାଇପାରିବେ।
ରୋଷେଇ କରିବା ବେଳେ ସୋରିଷ ତେଲ, ରାଇସ୍ବ୍ରାନ୍ ତେଲ ବ୍ୟବହାର କରିପାରିବେ। ଲୋକେ ଅଲିଭ ତେଲକୁ ରୋଷେଇରେ ବ୍ୟବହାର କରନ୍ତି, ହେଲେ ଅଲିଭ ତେଲକୁ କେବଳ ରୋଷେଇ ସରିବା ପରେ ବ୍ୟବହାର କରିପାରିବେ।
ଖାଦ୍ୟରେ ଗାଈ ଘିଅ ବ୍ୟବହାର କରିପାରିବେ। ହେଲେ ରାତି ସମୟରେ ଘିଅ ଖାଆନ୍ତୁ ନାହିଁ।