ମାତ୍ର ୧୦ ମିନିଟ୍‌ର ସ୍କିପିଂ କରିବା ୮ କିଲୋମିଟର ଚାଲିବା ସହ ସମାନ।

  • ବ୍ୟାୟାମ ମଧ୍ୟରେ ସ୍କିପିଂ ହେଉଛି ସବୁଠାରୁ ଭଲ ବ୍ୟାୟାମ। ଏହା ଶରୀରରେ ଅମ୍ଳଜାନ ପରିମାଣ ବୃଦ୍ଧି କରାଇବା ସହ ରକ୍ତ ସଞ୍ଚାଳନ କରିବାରେ ସାହାଯ୍ୟ କରେ।
  • ସ୍କିପିଂ ଉଭୟ ହାତ ଓ ଗୋଡ଼ର ମାଂସପେଶୀକୁ ଶକ୍ତ କରିଥାଏ।
  • ଏହି ବ୍ୟାୟାମ କରିବା ଦ୍ୱାରା ଶରୀରରୁ ପ୍ରଚୁର ଝାଳ ବାହାରେ ଫଳରେ ଅତ୍ୟଧିକ କ୍ୟାଲୋରୀ ହ୍ରାସ ପାଏ ଏବଂ ଶରୀରରୁ ଅଦରକାରୀ ଚର୍ବି କମିଯାଏ।
  • ସ୍କିପିଂ କରିବା ସମୟରେ ଫୁସଫୁସକୁ ପର୍ଯ୍ୟାପ୍ତ ପରିମାଣରେ ଅମ୍ଳଜାନ ପହଞ୍ଚୁଥବା ଯୋଗୁଁ ଶ୍ଵାସକ୍ରିୟା ଜନିତ ସମସ୍ୟା ଦୂର ହୋଇଥାଏ।
  • ସ୍କିପିଂ ହୃତ୍‌ପିଣ୍ଡକୁ ସୁସ୍ଥ ରଖିଥାଏ। ଏହା ଏକ କାର୍ଡିଓଭାସ୍କୁଲାର ବ୍ୟାୟାମ।
  • ସ୍କିପିଂ ଶରୀରର ପତ୍ୟେକ ଅଙ୍ଗ ପାଇଁ କାର୍ଯ୍ୟ କରିଥାଏ।
  • ପ୍ରତିଦିନ ସ୍କିପିଂ କରିବା ଦ୍ୱାରା ଶରୀରରେ ଦୃଢ଼ତା ଆସିବା ସହ ଷ୍ଟାମିନା ବଢ଼ିଥାଏ।
  • ମାନସିକ ଶାନ୍ତି ପାଇଁ ସ୍କିପିଂ ସବୁଠାରୁ ଭଲ ବ୍ୟାୟାମ।
  • ସ୍କିଫି କରିବାବେଳେ ଅଧିକ ଉଚ୍ଚକୁ ଡେଇଁବା ଆବଶ୍ୟକ ନାହିଁ। ଡେଇଁବା ସମୟରେ ଧୀରେ ଧୀରେ ବେଗ ବଢ଼ାନ୍ତୁ। ଆଉ ସ୍କିଫି ବନ୍ଦ କରିବା ବେଳକୁ ପୁଣିଥରେ ବେଗ ଧୀରେ ଧୀରେ କମାଇ ଦିଅନ୍ତୁ।