ଦଲିଆ ଫାଇବର, ପ୍ରୋଟିନ୍, ଭିଟାମିନ୍ ବିରେ ଭରପୂର ରହିଛି। ଏହା ସହଜରେ ଏବଂ ଶୀଘ୍ର ହଜମ ହୋଇଥାଏ। ଦଲିଆରେ କ୍ୟାଲୋରି ପରିମାଣ କମ୍ ଥିବାରୁ ଏହାକୁ ଓଜନ କମ୍ କରିବାକୁ ଚାହୁଁଥିବା ଲୋକ ଖାଇପାରିବେ। ତେବେ, ଦଲିଆକୁ କିଭଳି ପ୍ରସ୍ତୁତ କରିବେ ଜାଣିରଖନ୍ତୁ।
ଜାଣନ୍ତୁ, କେମିତି କରିବେ ପ୍ରସ୍ତୁତ?
ପ୍ରଥମେ ଗ୍ୟାସ୍ରେ ଗୋଟେ ପ୍ୟାନ୍ ବସାନ୍ତୁ। ଏଥିରେ ଘିଅ କିମ୍ବା ସୂର୍ଯ୍ୟମୂଖୀ ତେଲ କିମ୍ବା ରାଇସ୍ବ୍ରାନ୍ ତେଲ ଗୋଟେ ଚାମଚ ପକାନ୍ତୁ। ଏବେ ଗୋଟେ କପ୍ ଦଲିଆ ପକାଇ ଭାଜନ୍ତୁ । ଦଲିଆ ଭାଜିବା ବେଳେ ଏହା ଅଳ୍ପ ଫୁଲିଯାଏ। ହାଲ୍କା ବାଦାମୀ ହୋଇଗଲେ ବା ଗହମର ବାସ୍ନା ଆସିଲେ ଏହାକୁ ଗୋଟେ ପାତ୍ରରେ କାଢ଼ିଦେବେ।
ଗୋଟେ ଗାଜର କାଟିଦିଅନ୍ତୁ, ୬-୮ଟି ବିନ୍ସ କାଟିଦିଅନ୍ତୁ, ଗୋଟେ ଅଦାକୁ ଛୋଟ ଛୋଟ କାଟିଦିଅନ୍ତୁ, ଗୋଟେ କଞ୍ଚା ଲଙ୍କା କାଟିଦିଅନ୍ତୁ, କାଜୁ, ଚିନାବାଦାମ, ଗୋଟେ ବଡ଼ ପିଆଜ କାଟି ଦିଅନ୍ତୁ।
ଏବେ ଗ୍ୟାସ୍ରେ ପ୍ୟାନ୍ ବସାନ୍ତୁ। ଏଥିରେ ଗୋଟେ ଚାମଚ ତେଲ ପକାଇବେ। ଏବେ ଏଥିରେ ୧ଟା ଶୁଖିଲା ଲଙ୍କା, ୩-୪ଟି ଗୋଲମରିଚ, ଡାଲଚିନି ପକାଇ ୨ ସେକେଣ୍ଡ ଭାଜନ୍ତୁ। ଏବେ ଏଥିରେ୫-୬ଟି ଭୃସୁଙ୍ଗାପତ୍ର, ଅଳ୍ପ ଅଦାକୁ କାଟି ପକାନ୍ତୁ। ଏବେ ଏଥିରେ ଗୋଟେ ବଡ଼ ପିଆଜ କାଟି ପକାନ୍ତୁ। ପିଆଜ ଟିକେ ଭାଜି ହେଲେ ଏଥିରେ ଗୋଟେ ଗାଜର, ବିନ୍ସ କାଟି ମିଶାନ୍ତୁ। ଏଥିରେ ଆବଶ୍ୟକ ମୁତାବକ ଲୁଣ, ହଳଦୀ, ନାଲି ଲଙ୍କା ଗୁଣ୍ଡ ମିଶାନ୍ତୁ। ବର୍ତ୍ତମାନ ଅଢ଼େଇ କପ୍ ପାଣି ଢାଳନ୍ତୁ। ପାଣି ଅଳ୍ପ ଫୁଟିଗଲେ ଏଥିରେ ପୂର୍ବରୁ ଭଜା ହୋଇଥିବା ଦଲିଆ ମିଶାନ୍ତୁ। ଏବେ ଗୋଟେ ଢାଙ୍କୁଣି ଘୋଡ଼ାଇଦିଅନ୍ତୁ। କିଛି ସମୟ ପରେ ଦଲିଆ ଓ ପରିବା ଭଲ ଭାବରେ ସିଝିଯିବ। ଏହାକୁ ସକାଳ ଜଳଖିଆ ଭାବେ ଖାଇପାରିବେ।