ବର୍ତ୍ତମାନ ସମୟରେ ଛୁଆଠୁ ଆରମ୍ଭ କରି ବୁଢ଼ାଙ୍କର ଦୃଷ୍ଟିଶକ୍ତି ଦୁର୍ବଳ ହେଉଛି। ଏଥିପାଇଁ ଲୋକମାନେ ଚଷମାର ସାହାର ନେଉଛନ୍ତି। ହେଲେ ଚଷମା କେତେକଙ୍କୁ ଅସୁବିଧା କରାଉଥିବା ବେଳେ କେତେ ଜଣ ପିନ୍ଧିବାକୁ ପସନ୍ଦ କରନ୍ତି ନାହିଁ। ଏଭଳି କ୍ଷେତ୍ରରେ କଣ୍ଟାକ୍ଟ ଲେନ୍ସ ବ୍ୟବହାର କରିପାରିବେ।

ସାଧାରଣତଃ କଣ୍ଟାକ୍ଟ ଲେନ୍ସକୁ ଆଖିର କର୍ଣ୍ଣିଆ ଉପରେ ଲଗାଯାଏ। ଚଷମା ଭଳି କଣ୍ଟାକ୍ଟ ଲେନ୍ସ କାମ କରିଥାଏ। ଖେଳାଳିମାନେ ଚଷମା ପିନ୍ଧି ଖେଳିବା କଷ୍ଟକର ହୋଇଥାଏ, ଯେଉଁମାନେ ଅଭିନୟ କରୁଛନ୍ତି ସେମାନେ ସାଧାରଣତଃ କଣ୍ଟାକ୍ଟ ଲେନ୍ସ ବ୍ୟବହାର କରିଥା’ନ୍ତି।

କଣ୍ଟାକ୍ଟ ଲେନ୍ସକୁ କେମିତି ଲଗାଇବେ?

 ପ୍ରଥମେ ସାବୁନରେ ହାତ ଧୋଇ ସଫା ତଉଲିଆରେ ହାତ ପୋଛିଦିଅନ୍ତୁ।

ଲେନ୍ସରୁ ମଇଳା ସଫା କରିବା ପାଇଁ ଲେନ୍ସକୁ ସଲ୍ୟୁସନ୍‌ରେ ବୁଡ଼ାଇ ଧୋଇଦିଅନ୍ତୁ।

ଏବେ ଲେନ୍ସକୁ ତର୍ଜନୀ ଆଙ୍ଗୁଠିର ଉପରେ ରଖ।

ଅନ୍ୟ ହାତରେ ଆଖିକୁ ଉପର ଉଠାଇ ଖୋଲି ଧରନ୍ତୁ ଏବଂ ଲେନ୍ସକୁ ଆଖିରେ ରଖନ୍ତୁ।

ଆଖିକୁ ଉପରକୁ ଦେଖି ଲେନ୍ସକୁ ତଳକୁ ଟାଣନ୍ତୁ।

ବର୍ତ୍ତମାନ ଧୀରେ ଧୀରେ ଆଖିରୁ ହାତ କାଢ଼ି କିଛି କ୍ଷଣ ପାଇଁ ଆଖିକୁ ବନ୍ଦ କରିଦିଅନ୍ତୁ।

ଏବେ ଆଖିକୁ ଖୋଲନ୍ତୁ ଓ ବନ୍ଦ କରନ୍ତୁ।

କଣ୍ଟାକ୍ଟ ଲେନ୍ସ ଲଗାଇବାର ଫାଇଦା

ସାଧାରଣତଃ ଚଷମାରେ ଆଲୋକ ପଡ଼ିଲେ ରିଫ୍ଲେକ୍ସନ୍‌ ହୋଇଥାଏ, ଯାହା କଣ୍ଟାକ୍ଟ ଲେନ୍ସରେ ହୋଇନଥାଏ।

ଲେନ୍ସ ଆଖିର ଭିତରେ ଥିବାରୁ ଏହା ଭଲ ଭାବରେ ଦେଖିବାରେ ସାହାଯ୍ୟ କରେ।

କଣ୍ଟାକ୍ଟ ଲେନ୍ସ ପିନ୍ଧିଥିଲେ ଖେଳିବା ବେଳେ କୌଣସି ଅସୁବିଧା ହୁଏ ନାହିଁ।

କେତେକ ଲୋକ ଚଷମା କାଢ଼ି କେଉଁଠି ରଖିଦେଇଥା’ନ୍ତି ଭୁଲିଯାଆନ୍ତି। ହେଲେ ଲେନ୍ସ ଲଗାଇଥିଲେ ଏହା ହୋଇନଥାଏ।