ତରଳ ଝାଡ଼ା ହେଉଥିଲେ ଶିଶୁ ଓ ପିଲାଙ୍କୁ କେଉଁ ଭଳି ପାନୀୟ ଦେବା ଉଚିତ, ଜାଣିରଖନ୍ତୁ।

  • ତୋରାଣୀ
  • ଫଳରସ
  • ପଇଡ ପାଣି
  • ପରିଷ୍କାର ପିଇବା ପାଣି।
  • ପାଣି ପରିଷ୍କାର ନଥିଲେ ତାକୁ ଫୁଟାଇ, ଛାଣି ପରିଷ୍କାର କରି ପିଇବା ଦରକାର।
  • ଜଳଶୂନ୍ୟତା ନହେବା ପାଇଁ ଶିଶୁ ଯେତେ ଥର ସମ୍ଭବ ମା’କ୍ଷୀର ଖାଇବା ଦରକାର।
  • ଶିଶୁଙ୍କୁ ମା’କ୍ଷୀର (ମା’ ସାଧାରଣ ସମୟ ଅପେକ୍ଷା ଅଧିକ ଥର କ୍ଷୀର ଖୁଆଇବା ଦରକାର)।
  • ଶିଶୁର ବାନ୍ତି ହେଉଥିଲେ ଦଶ ମିନିଟ ଅପେକ୍ଷା କରି ତା’ ପରେ ଧୀରେ ଧୀରେ ଅଳ୍ପ ଅଳ୍ପ କରି ପିଇବାକୁ ଦେବା ଦିଅନ୍ତୁ।
  • ତରଳ ଝାଡ଼ା ବନ୍ଦ ହେବା ଯାଏଁ ଶିଶୁକୁ ତରଳ ପାନୀୟ ଦେବା ଜରୁରୀ।
  • ସାଧାରଣତଃ ତିନି ଚାରି ଦିନ ପରେ ତରଳ ଝାଡ଼ା ବନ୍ଦ ହୋଇଯାଏ। ଯଦି ଏହା ସପ୍ତାହରୁ ଅଧିକ ଦିନ ଧରି ଲାଗିରହେ ତେବେ ତୁରନ୍ତ ଡାକ୍ତରଙ୍କୁ ପରାମର୍ଶ କରିବା ଜରୁରୀ।
  • ଯଦି ଘଣ୍ଟାକ ଭିତରେ ଅନେକ ଥର ଶିଶୁର ତରଳ ଝାଡ଼ା ହୁଏ, ତେବେ ସ୍ୱାସ୍ଥ୍ୟକର୍ମୀଙ୍କ ସହାୟତା ନେବା ଦରକାର।