କୋଭିଡ୍ରୁ ସୁସ୍ଥ ହେବା ପରେ ଭାବନ୍ତୁ ନାହିଁ ଯେ, ଆପଣ ସମ୍ପୂର୍ଣ୍ଣ ସୁରକ୍ଷିତ। ପୁଣି ସଂକ୍ରମଣ ହେବାର ଆଶଙ୍କା ମଧ୍ୟ ରହିଛି।
କୋଭିଡ୍-୧୯ରୁ ସୁସ୍ଥ ହେବା ପରେ ବ୍ୟକ୍ତି ଶାରୀରିକ ଓ ମାନସିକ ଭାବେ ଦୁର୍ବଳ ହୋଇପଡ଼ୁଛନ୍ତି। ଏହାସହ ସେମାନଙ୍କ ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହୋଇଯାଉଛି। ଫଳରେ ଅନ୍ୟାନ୍ୟ ସଂକ୍ରମଣ ହେବାର ଆଶଙ୍କା ଅଧିକ ରହୁଛି। ଏଭଳି କ୍ଷେତ୍ରରେ କୋଭିଡ୍ରୁ ସଦ୍ୟ ସୁସ୍ଥ ହୋଇଥିବା ବ୍ୟକ୍ତି କେତେଗୁଡ଼ିଏ ସାବଧାନତା ଅବଲମ୍ବନ କରିବା ଆବଶ୍ୟକ।
ଧୂଳି, ଧୂଆଁ ଓ କୁହୁଡ଼ିଠାରୁ ଦୂରେଇ ରହନ୍ତୁ।
ଖାସ୍କରି ଶୀତଦିନେ ବାହାରକୁ ଯାଉଥିଲେ ଶୀତବସ୍ତ୍ର ଓ ମୁଣ୍ଡରେ କ୍ୟାପ୍ ପିନ୍ଧି ବାହାରିବା ଦରକାର।
ବର୍ଷାରେ ଓଦା ହୁଅନ୍ତୁ ନାହିଁ।
ବାହାର ଖାଦ୍ୟ ଖାଆନ୍ତୁ ନାହିଁ।
ଜରୁରୀ ନଥିଲେ ବାହାରକୁ ଯାଆନ୍ତୁ ନାହିଁ।
ବସ୍, ଟ୍ରେନ୍ ଓ ଅଟୋ ଭଳି ସର୍ବସାଧାରଣ ଯାନ ବ୍ୟବହାର କରନ୍ତୁ ନାହିଁ।
ଶୀତ ଦିନେ ନଖ ଉଷୁମ ପାଣିରେ ଗାଧାନ୍ତୁ।
ବାହାରକୁ ଗଲେ ମାସ୍କ ପିନ୍ଧନ୍ତୁ।
ରାତି ଅନିଦ୍ରା ହୁଅନ୍ତୁ ନାହିଁ।
ସର୍ବସାଧାରଣ ପୁଲରେ ପହଁରନ୍ତୁ ନାହିଁ।
ଅଧିକ ଗହଳି ସ୍ଥାନକୁ ଯାଆନ୍ତୁ ନାହିଁ।