ଏଡ୍ସ ରୋଗ କାହିଁକି ହୁଏ? ଏହାର ସଂକ୍ରମଣକୁ କେମିତି ରୋକି ପାରିବା, ସେନେଇ ବିଶିଷ୍ଟ ଭେଷଜ ବିଶେଷଜ୍ଞ ଡାକ୍ତର ଶ୍ରୀକାନ୍ତ କୁମାର ଧରଙ୍କଠାରୁ ଆସନ୍ତୁ ଜାଣିବା।
HIV (human immunodeficiency virus) କୌଣସି ରୋଗ ନୁହେଁ। ଏହାଦ୍ୱାରା ସୃଷ୍ଟି ହେଉଥିବା ରୋଗ ଅଧିକ ଦିନ ଧରି ଦେହରେ ରହିବା ଦ୍ଵାରା ଯେଉଁ ଲକ୍ଷଣ ସମୂହ ଦେଖାଦିଏ, ତାକୁ ଏଡ୍ସ (AIDS – acute immuno deficiency syndrome) ବୋଲି କୁହାଯାଏ।
ଭାରତରେ ପାଖାପାଖି ୨.୧ ମିଲିୟନ୍ ଲୋକ ଏଡ୍ସ ଦ୍ୱାରା ଆକ୍ରାନ୍ତ। ଓଡ଼ିଶାରେ ପ୍ରାୟ ୫୦ ହଜାର ଲୋକ ଏଡ୍ସ ଭାଇରସ୍ ଦ୍ୱାରା ସଂକ୍ରମିତ।
ଏଡ୍ସ ରୋଗର ଲକ୍ଷଣ (Symptoms of AIDS in Odia)
ପ୍ରଥମ ପର୍ଯ୍ୟାୟରେ ସାଧାରଣତଃ ଥଣ୍ଡା, କାଶ, ତଣ୍ଟି ଦରଜ ହେବା, ଜ୍ଵର ହେବା ଭଳି ଳକ୍ଷଣ ଦେଖାଦିଏ। କେତେକ କ୍ଷେତ୍ରରେ କୌଣସି ଲକ୍ଷଣ ପରିଲିକ୍ଷିତ ହୁଏ ନାହିଁ। ହେଲେ ଏହି ଭାଇରସ୍ ରହି ରହି ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ପ୍ରଭାବ ପକାଏ। ଫଳରେ ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହୋଇଯାଏ।
ଏଡ୍ସ ଆକ୍ରାନ୍ତ ହେଲେ ବ୍ୟକ୍ତିଙ୍କୁ ଜ୍ୱର ହେଲେ ଛାଡ଼ିବନି।
ମାସ ମାସ ଧରି ଜ୍ୱର ଲାଗି ରହିବ।
ମାସ ମାସ ଧରି ଝାଡ଼ା ହେବ।
ପାଟିରେ ଘା’ ହେବ।
ଏଚ୍ଆଇଭି କେମିତି ବ୍ୟାପେ? (How does HIV spread in Odia)
୯୦ ପ୍ରତିଶତ କ୍ଷେତ୍ରରେ ଏଡ୍ସ ରକ୍ତ ଦ୍ୱାରା ବ୍ୟାପିଥାଏ। ଏହା ମୁଖ୍ୟତଃ ଅସୁରକ୍ଷିତ ଯୌନ କ୍ରିୟା ଦ୍ଵାରା ବ୍ୟାପି ଥାଏ। ଗର୍ଭ ସମୟରେ ମା’ଠାରୁ ଛୁଆକୁ ଏଡ୍ସ ସଂକ୍ରମଣ ହୋଇଥାଏ।
ଏଡ୍ସ ରୋଗକୁ କେମିତି ଚିହ୍ନିବେ?
ଯଦି ଡାକ୍ତର ସନ୍ଦେହ କରନ୍ତି ଯେ, ଏହି ବ୍ୟକ୍ତିଙ୍କୁ ଏଚ୍ଆଇ ସଂକ୍ରମିତ ହୋଇଥାଇପାରେ। ତେବେ ତାଙ୍କର ଏଚ୍ଆଇଭି ପରୀକ୍ଷା କରାଯାଏ। ଏଚ୍ଆଇଭି ପଜିଟିଭ୍ ଆସିଲେ ବ୍ୟକ୍ତିଙ୍କୁ ଚିକିତ୍ସା ପଦ୍ଧତିରେ ରଖାଯାଏ।
ସ୍ଵାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ ପ୍ଲାଟ୍ଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ଶ୍ରୀକାନ୍ତ କୁମାର ଧରଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।
Note: This information on AIDS, in Odia language, is based on an extensive interview with a Medicine Specialist Dr Srikant Kumar Dhar.