ଅଲଝାଇମର ରୋଗ ପ୍ରାୟ ୬୦ରୁ ୬୫ ବର୍ଷ ପରେ ଆରମ୍ଭ ହୋଇଥାଏ। ଏହାଯୋଗୁଁ ପ୍ରଥମେ ସ୍ମରଣ ଶକ୍ତି ଓ ଭାବନା ଶକ୍ତି ହ୍ରାସ ପାଇଥାଏ। ଏହି ରୋଗ ଜଟିଳ ରୂପ ଧାରଣ କଲେ, ରୋଗୀ ତା’ର ନିତିଦିନିଆ କାମ କରିବାକୁ ଭୁଲିଯାଏ। ଯେପରିକି, ଗାଧୋଇବା, ଖାଇବା ଆଦି ରୋଗୀ ଭୁଲିଯାଆନ୍ତି।
ଅଲଝାଇମର ରୋଗର କାରଣ (Causes of Alzheimer’s disease in Odia)
ଅଲଝାଇମର ଯୋଗୁଁ ମସ୍ତିଷ୍କରେ କୌଣସି କାରଣରୁ ସ୍ନାୟୁ ନଷ୍ଟ ହୋଇଯାଏ। ମୁଖ୍ୟତଃ ବଂଶଗତ କାରଣ ଯୋଗୁଁ ଏହା ହୋଇଥାଏ। ମୁଖ୍ୟତଃ ମସ୍ତିଷ୍କରେ କୌଣସି ଆଘାତ ହୋଇଥିଲେ, ମାନସିକ ବିଷାଦ ବା ଉଚ୍ଚ ରକ୍ତଚାପ ଏହି ରୋଗର ଆଶଙ୍କା ବଢ଼ିଯାଏ।
ଅଲଝାଇମର ଲକ୍ଷଣ (Symptoms of Alzheimer’s disease in Odia)
ଏହି ରୋଗ ହେଲେ ପ୍ରଥମେ ପ୍ରଥମେ ମନେ ରଖିବା ଶକ୍ତି କମିଯାଏ ଧୀରେ ଧୀରେ ବ୍ୟକ୍ତି ନିତିଦିନିଆ କାର୍ଯ୍ୟ କରିବାକୁ ଭୁଲିଯାଏ। କ୍ରମଶଃ କଥାବାର୍ତ୍ତା କରିବା ଓ ପୋଷାକପତ୍ର ପିନ୍ଧିବାରେ ମଧ୍ୟ ଅସୁବିଧା ହୋଇଥାଏ।
ଏହି ରୋଗର ପ୍ରଥମ ଲକ୍ଷଣ ହେଉଛି ପ୍ରଥମେ ପ୍ରଥମେ ଛୋଟ କାର୍ଯ୍ୟ ଯେପରିକି ଟଙ୍କା ପଇସା କେଉଁଠି ରଖିଛନ୍ତି ତାହା ଭୁଲିଯା’ନ୍ତି। ଆସ୍ତେ ଆସ୍ତେ ନିକଟ ଅତିତରେ ଘଟିଥିବା ଘଟଣାଗୁଡିକୁ ମଧ୍ୟ ରୋଗୀ ଭୁଲିଯାଆନ୍ତି। ଧୀରେ ଧୀରେ ନିଜର ପରିବାର ଲୋକଙ୍କୁ ଚିହ୍ନିପାରନ୍ତି ନାହିଁ। ନିଜର ଦୈନନ୍ଦିଦ କାମରେ ବ୍ୟବହାର ହେଉଥିବା ଜିନିଷ ଯେପରିକି ଘଣ୍ଟା ପାନିଆ ଆଦି କେଉଁଠି ରଖନ୍ତି ତାହା ମାନେ ରହେନାହିଁ । ଗୋଟିଏ ପ୍ରଶ୍ନକୁ ବାରମ୍ବାର ପଚାରନ୍ତି। ନିଜର ନିତ୍ୟକର୍ମ ଠିକ୍ ଭାବରେ କରିପାରନ୍ତି ନାହିଁ।
ଏହା ରୋଗ ଅଧିକ ଦିନ ଧରି ହେଲେ ରୋଗୀ ଆଦୌ ମନେ ରଖିପାରନ୍ତି ନାହିଁ। ଏପରି ଲୋକଙ୍କର ଦାୟିତ୍ଵ ନେବା ବହୁତ କଷ୍ଟ।
ଚିକିତ୍ସା (Treatment of Alzheimer’s disease in Odia)
କୌଣସି ପ୍ରକାର ଔଷଧ ଅଲଝାଇମର ରୋଗକୁ ସମ୍ପୁର୍ଣ୍ଣ ଭାବେ ଭଲ କରିପାରେ ନାହିଁ। ହେଲେ ଏହାର ଲକ୍ଷଣ କିଛି ମାତ୍ରାରେ କମ୍ କରିହେବ।
ଅଲଝାଇମର ରୋଗୀଙ୍କ ଦେଖାଶୁଣା କରିବା ପାଇଁ ପରିବାର ଲୋକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ଏପରି ରୋଗୀଙ୍କ ପାଇଁ ଟିଭି ଓ ରେଡିଓରେ ସାଉଣ୍ଡ କମ୍ ଦେବେ, ଦିନବେଳା ଲାଇଟ୍ ଜଳାଇବେ। କଥା ହେବାବେଳେ ତାଙ୍କର ଯଦି କୌଣସି ଶବ୍ଦ ବା କଥା ମନେ ପଡୁନ ଥିବ, ତାହାହେଲେ ତାଙ୍କୁ ମନେ ପକାଇଦେବା ଉଚିତ୍। ରୋଗୀ ପୋଷାକ ପିନ୍ଧିଲେ ତାଙ୍କୁ ଆରାମ ଲାଗିବ ସେହିପରି ପୋଷାକ ତାଙ୍କୁ ଦେବେ।
ସେମାନଙ୍କୁ ଥରକରେ ବେଶୀ ଖାଇବାକୁ ନ ଦେଇ ଅଳ୍ପ ଅଳ୍ପ କରି ଅଧିକ ଥର ଖାଇବାକୁ ଦେଲେ ଭଲ। ଖାଇବା ପାଇଁ ପ୍ଳେଟ ଅପେକ୍ଷା ଗିନା ବା ପାତ୍ରରେ ଦେଲେ ଖାଇବାକୁ ସୁବିଧା ହେବ।
ସବୁଦିନ ଶାରୀରିକ ପରିଶ୍ରମ ଯେପରିକି ଚାଲିବା କିମ୍ବା ଛୋଟ ଛୋଟ କାମ କରିବା ଉଚିତ। ବେଳେବେଳେ ରୋଗୀ ବେଡ୍ରେ ପରିସ୍ରା କରିଦିଅନ୍ତି। ଏହି ରୋଗର ସେଶ ଅବସ୍ଥାରେ କେତେକ ଲୋକ କିଛି ଜାଣି ନ ପାରି ରାସ୍ତାରେ ବୁଲନ୍ତି। ତେଣୁ ସେମାନଙ୍କ ପକେଟ୍ରେ ଘରର ଠିକଣା ଲେଖି ରଖନ୍ତୁ।
ନିୟମିତ ଭାବେ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ।