orange peel for skin

ଅଧିକାଂଶ ଲୋକ କମଳା ଖାଇବାକୁ ବେଶ୍‌ ପସନ୍ଦ କରିଥା’ନ୍ତି। ହେଲେ ବହୁତ କମ୍‌ ଲୋକ ଏହାର ଫାଇଦା ବିଷୟରେ ଜାଣିନଥିବେ। ତେବେ, ଜାଣନ୍ତୁ କମଳା ଖାଇବା ଦ୍ୱାରା କ’ଣ ସବୁ ଫାଇଦା ମିଳେ।

କମଳାରେ ପ୍ରଚୁର ପରିମାଣର ଭିଟାମିନ୍‌ ସି’ ଥାଏ, ଯାହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧିରେ ସାହାଯ୍ୟ କରେ। ଆପଣ ଶୁଣିଥିବେ, କରୋନା ସମୟରେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ହିଁ କରୋନାରୁ ରକ୍ଷା କରିଥାଏ। ସେଥିପାଇଁ ବିଭିନ୍ନ ଡାକ୍ତର ଭିଟାମିନ୍‌ ସି’ ଖାଇବାକୁ ପରାମର୍ଶ ଦେଉଛନ୍ତି। ହେଲେ ମେଡିସିନ୍‌ ଅପେକ୍ଷା ଆପଣ ଭିଟାମିନ୍‌ ସି’ ଯୁକ୍ତ ଖାଦ୍ୟ ନିଜ ଖାଦ୍ୟ ତାଲିକାରେ ସାମିଲ କରିବେ, ତେବେ ଲାଭ ମିଳିଥାଏ।

କେବଳ କମଳା ନୁହେଁ କମଳା ଚୋପାରୁ ଆମକୁ ଫାଇଦା ମିଳିଥାଏ। କମଳା ଚୋପାକୁ ଶୁଖାଇ ଏହାର ଗୁଣ୍ଡ କରି ତ୍ୱଚାରେ ଫେସ୍‌ପ୍ୟାକ୍‌ ଭଳି ଲଗାଇପାରିବେ। ଏହାଦ୍ୱାରା ତ୍ଵଚାରୁ ବ୍ରଣ, ବ୍ରଣର ଦାଗ, ତ୍ୱଚା ଉଜ୍ୱଳ ଓ ଚମକ ଆସେ।

ପ୍ରତିଦିନ ଗୋଟେ କମଳା ଖାଇବା ଦ୍ୱାରା ତ୍ୱଚା ଉଜ୍ୱଳ ଦେଖାଯାଏ। ଏହାସହିତ ଆଣ୍ଟିଅକ୍ସିଡାଣ୍ଟରେ ଭରପୂର କମଳା ଖାଇବା ଦ୍ୱାରା ତ୍ୱଚାରେ କୁଞ୍ଚନ ଜଲଦି ପଡ଼େ ନାହିଁ।

ମଧୁମେହ ରୋଗୀ ପ୍ରତ୍ୟେହ କମଳା ଖାଇବା ଆବଶ୍ୟକ। ଏହା ରକ୍ତ ଶର୍କରାକୁ ନିୟନ୍ତ୍ରଣରେ ରଖିଥାଏ।

କମଳାରେ ଉଭୟ ସଲ୍ୟୁବୁଲ ଏବଂ ଇନ୍‌ସଲ୍ୟୁବୁଲ ଫାଇବର ରହିଛି। ଏହା କୋଷ୍ଠକାଠିନ୍ୟ ସମସ୍ୟା କେତେକାଂଶରେ ଦୂର କରିଥାଏ।

ଫାଇବର ଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ଜଲଦି ଭୋକ ଲାଗିନଥାଏ। କମଳାରେ ଫାଇବର ଥିବାରୁ ଅଧିକ ସମୟ ଯାଏଁ ଭୋକ ଲାଗିନଥାଏ, ଯାହାକି ଓଜନ କମ୍‌ କରିବାରେ ସହାୟକ ହୋଇଥାଏ।

କ୍ୟାଲ୍‌ସିୟମ୍‌ରେ ଭରପୂର ଥିବା କମଳା ହାଡ଼ ଓ ଦାନ୍ତ ସୁସ୍ଥ ରଖିଥାଏ। ତେଣୁ ନିଜ ଡାଏଟ୍‌ରେ କମଳା ସାମିଲ କରନ୍ତୁ।