Vitamin D Food

ସୂର୍ଯ୍ୟକିରଣ ସଂସ୍ପର୍ଶରେ ଆସନ୍ତୁ, ଭିଟାମିନ୍‌ ଡି ଅଭାବ ଦୂର କରନ୍ତୁ।

ଆଜିକାଲି ଛୁଆଙ୍କଠାରୁ ଆରମ୍ଭ କରି ବଡ଼ ଲୋକ ପର୍ଯ୍ୟନ୍ତ ପ୍ରାୟ ସମସ୍ତ ପାଖରେ ଅସ୍ଥିଜନିତ ସମସ୍ୟା ଦେଖାଦେଉଛି। ଶରୀରରେ ଭିଟାମିନ ଡି ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିଥାଏ। ଏହି ଭିଟାମିନ ଫ୍ୟାଟ ସଲ୍ୟୁବୁଲ ଷ୍ଟ୍ରେରୋଏଡଗୁଡ଼ିକୁ ନେଇ ଗଠିତ। ଭିଟାମିନ୍‌ ଡି ଶରୀରରେ କ୍ୟାଲ୍‌ସିୟମ, ଆଇରନ୍‌, ମ୍ୟାଗ୍ନେସିୟମ୍‌, ଫସଫେଟ ଏବଂ ଜିଙ୍କ ଅବିଶୋଷଣ କରିବାରେ ସହାୟକ ହୋଇଥାଏ। ଭିଟାମିନ୍‌ ଡି ଅଭାବରୁ ମାଂସପେଶୀ ଦୁର୍ବଳ, ହାଡ଼ ଦୁର୍ବଳ, ଥକ୍କାପଣ, ମାନସିକ ଅବସାଦ, କେଶ ଝଡ଼ିବା, ବଦ୍‌ହଜମୀ ଭଳି ସମସ୍ୟା ଦେଖାଦିଏ।

ଭିଟାମିନ ଡି ମୁଖ୍ୟତଃ ଦୁଇ ପ୍ରକାର
୧. ଭିଟାମିନ ଡି୨ (ଇର୍‌ଗୋକାଲ୍‌ସିଫେରୋଲ)- ଏହା ଉଦ୍ଭିଦରୁ ପ୍ରସ୍ତୁତ ହୋଇଥାଏ।
୨. ଭିଟାମିନ ଡି୩ (କୋଲେକାଲସିଫେରୋଲ)- ସୂର୍ଯ୍ୟ କିରଣରୁ ଏହି ପ୍ରକାର ଭିଟାମିନ ମିଳିଥାଏ।

ଚୂନା ମାଛ, ଚିକେନ୍, ଅଣ୍ଡା, ଛତୁ, ସୋରିଷ ଶାଗ ଏବଂ କ୍ଷୀରରୁ ଭିଟାମିନ୍‌ ଡି ମିଳିଥାଏ। ହେଲେ, କେବଳ ଖାଦ୍ୟରୁ ପ୍ରର୍ଯ୍ୟାପ୍ତ ପରିମାଣର ଭିଟାମିନ୍‌ ଡି’ ମିଳିପାରି ନଥାଏ। ଏଥିପାଇଁ ସୂର୍ଯ୍ୟକିରଣ ସଂସ୍ପର୍ଶରେ ରହିବା ମଧ୍ୟ ଜରୁରୀ।

ଏହାସହ ପ୍ରତ୍ୟେକ ଦିନ ୩୦ ମିନିଟ୍‌ ଲେଖାଏଁ ସୂର୍ଯ୍ୟକିରଣ ସଂସ୍ପର୍ଶରେ ରହନ୍ତୁ। ହାଡ଼ ଭିତରେ କ୍ୟାଲସିୟମ୍‌ ପହଞ୍ଚାଇବାରେ ସୂର୍ଯ୍ୟକିରଣ ସାହାଯ୍ୟ କରିଥାଏ।। ଏହାଛଡ଼ା, ଡାକ୍ତରଙ୍କ ପରାମର୍ଶ କ୍ରମେ ଭିଟାମିନ୍‌ ଡି ସପ୍ଲିମେଣ୍ଟ ଖାଇପାରିବେ। ଆବଶ୍ୟକ ପରିମାଣର କ୍ୟାଲସିୟମ୍ ଖାଇବା । ଭିଟାମିନ୍ ‘ଡି’ ମିଳୁଥିବା ଖାଦ୍ୟ ଯାହାକି ଭିଟାମିନ୍ ‘ଏ’ ମଧ୍ୟ ଯୋଗାଇଥାଏ, ସେହି ଖାଦ୍ୟ ଖାଇବା। କଲିଜା, ମାଛତେଲ, ଅଣ୍ଡା କେଶର ଏବଂ ଦୁଗ୍ଧ ଖାଇବା ।

ପିଲାଙ୍କୁ ଭିଟାମିନ୍‌ ଡି’ ଅଭାବ ହେବାର ଲକ୍ଷଣ

ପିଲାଙ୍କୁ ଅବଶ ଲାଗେ।

ପେଟ ପାଖ ମାଂସପେଶୀଗୁଡ଼ିକ ଓହଳି ପଡ଼େ।

ରିକେଟ୍ ରୋଗରେ ପ୍ରଭାବିତ ପିଲାର ଅଭିବୃଦ୍ଧିରେ ବିଳମ୍ବ ଘଟିଥାଏ। ଯଥା ଡେରିରେ ଦାନ୍ତ ଉଠିବା, ଗୁରୁଣ୍ଡିବା ଇତ୍ୟାଦି।

ପିଲାଙ୍କ ତାଳୁ ଶୀଘ୍ର ପୁରିନଥାଏ ଏବଂ ଖପୁରୀର ଅସ୍ଥିଗୁଡିକ ଯୋଡ଼ି ହେବାରେ ବିଳମ୍ବ ହୁଏ।

ଦୁଇ ବର୍ଷରୁ ଅଧିକ ବୟସ ହେଲା ପର୍ଯ୍ୟନ୍ତ ଯଦି ପିଲାକୁ ଏହି ରୋଗ ଲାଗିରହେ ତେବେ ମେରୁହାଡରେ ବିକୃତି ଦେଖାଯାଇପାରେ।