ଖାଦ୍ୟ ବିଶେଷଜ୍ଞଙ୍କ ଅନୁସାରେ ଯଦି ଆପଣ ପ୍ରତିଦିନ ଠିକ୍ ସମୟରେ ଖାଦ୍ୟ ଖାଉଛନ୍ତି ତେବେ ଏହା ଆପଣଙ୍କୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ।
ଅଧିକାଂଶ ଲୋକ ବିଶେଷକରି ଯେଉଁମାନେ ଅଫିସରେ କାମ କରୁଛନ୍ତି ସେମାନେ କାମ ବ୍ୟସ୍ତତା ଲାଗି ବିଳମ୍ବରେ ଲଞ୍ଚ କରିଥା’ନ୍ତି। ଏକ ସର୍ଭେରୁ ଜଣା ପଡ଼ିଛି କି ଯେଉଁ ଲୋକମାନେ ଦିନ ଅପରାହ୍ଣ ୩ଟା ପରେ ଲଞ୍ଚ କରିଥା’ନ୍ତି ସେମାନଙ୍କ କ୍ଷେତ୍ରରେ ଓଜନ ବଢ଼ିବାର ଅନେକ ଆଶଙ୍କା ଥାଏ। ଏହାର କାରଣ ହେଉଛି ଦିନ ୩ଟାପରେ ଖାଦ୍ୟ ଖାଇଲେ ତାହା ହଜମ ପ୍ରକ୍ରିୟା ଉପରେ ପ୍ରଭାବ ପକାଇଥାଏ ଅର୍ଥାତ ଖାଦ୍ୟ ହଜମ ହେବାକୁ ସମୟ ନେଇଥାଏ।
ଏକ ସର୍ଭେ ଅନୁସାରେ, ଯେଉଁଥିରେ କିଛି ଲୋକ ସାମିଲ ଥିଲେ ସେମାନେ ସାଧାରଣତଃ ଦିନ ୩ଟା ପରେ ଓ ରାତି ୧୧ଟାପରେ ଖାଦ୍ୟ ଗ୍ରହଣ କରୁଥିଲେ। ସେମାନଙ୍କ ମଧ୍ୟରୁ ଅଧିକାଂଶ ଲୋକଙ୍କ ଓଜନ ଅଧିକ ଥିଲା।
ଅନ୍ୟପଟେ ସର୍ଭେରେ କୁହାଯାଇଛି କି, ଲଞ୍ଚ ୧୨ଟାରୁ ୧ଟା ମଧ୍ୟରେ ଓ ଡିନର ସନ୍ଧ୍ୟା ୭ରୁ ୮ଟା ମଧ୍ୟରେ କରିବା ସବୁଠୁ ଭଲ। କାରଣ ଠିକ ସମୟରେ ଖାଦ୍ୟ ଖାଇଲେ ହଜମ ହେବା ଲାଗି ସମୟ ମିଳିଥାଏ।
କେତେକ ଲୋକ ରାତିରେ ଖାଇସାରିବା ପରେ ସିଧା ଶୋଇବାକୁ ଚାଲିଯାଆନ୍ତି। ହେଲେ ମନେ ରଖନ୍ତୁ, ରାତି ଖାଇବାର ଘଣ୍ଟେ କିମ୍ବା ୨ ଘଣ୍ଟା ପରେ ଶୋଇବା ଆବଶ୍ୟକ।