ମହିଳାଙ୍କ ଅପେକ୍ଷା ପୁରୁଷମାନଙ୍କ ତ୍ୱଚା ଅଧିକ ତେଲିଆ ଆଉ ଅଠାଳିଆ ହୋଇଥାଏ। ଯଦି ଆପଣ ବି ଏମିତି କିଛି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତେବେ ଏମିତି କିଛି ଟିପ୍ସ ଆପଣେଇ ପାରିବେ।

–  ଘରେ ଅରେଞ୍ଜ୍ ପିଲ୍ ଅଫ୍ ଫେସ୍ ମାସ୍କ୍ ପ୍ରସ୍ତୁତ କରି ଲଗାନ୍ତୁ। ଗୋଟିଏ କପରେ ୨ ଚାମଚ ଜିଲାଟିନ୍ ଆଉ୪ ଚାମଚ କମଳା ରସ ପକାଇ ପେଷ୍ଟ୍ ପ୍ରସ୍ତୁତ କରନ୍ତୁ। ଏହାପରେ ଏହାକୁ ଫେସ୍‌ ମାସ୍କ୍ ଭଳି ଲଗାନ୍ତୁ। ମାସ୍କଟି ଶୁଖିଯିବା ପରେ ବାହାର କରିଦିଅନ୍ତୁ।

–  କ୍ଷୀର ଫେସ୍ ମାସ୍କ୍ ତେଲିଆ ଅଂଶକୁ କମ୍ କରିଥାଏ। କ୍ଷୀରରେ ପୋଷକ ତତ୍ତ୍ୱ ରହିଛି। ଗୋଟିଏ କପ୍ ରେ ୨ ଚାମଚ ଜିଲାଟିନ୍ ଏବଂ ୪ ଚାମଚ କ୍ଷୀରକୁ ମିଶାଇ ଗରମ ପାଣିରେ ରଖନ୍ତୁ। ପରେ ଏହାକୁ ତରଳାଇ ଫେସ୍ ମାସ୍କ୍ ପ୍ରସ୍ତୁତ କରି ବ୍ୟବହାର କରନ୍ତୁ।

– ଅଣ୍ଡା ଫେସ୍ ମାସ୍କ୍ ତେଲିଆ ମୁହଁ ପାଇଁ ଲାଭପ୍ରଦ। ଏହା ତ୍ୱଚାକୁ ଭିତରୁ ସଫା କରିବ। ଗୋଟିଏ ଅଣ୍ଡାର ଧଳା ଭାଗକୁ ବାହାର କରି ସେଥିରେ ୧ ଚାମଚ ଲେମ୍ବୁ ରସ ଆଉ ଜିଲାଟିନ୍ ମିଶାଇ ମିଶ୍ରଣକୁ ଗରମ ପାଣିରେ ଟିକିଏ ସମୟ ରଖନ୍ତୁ। ପରେ ଏହାକୁ ତରଳାଇ ଫେସ୍ ମାସ୍କ୍ ଭଳି ବ୍ୟବହାର କରନ୍ତୁ।

–   ପ୍ରତ୍ୟେକ ଦିନ ଉଷୁମ ପାଣି କରି ମୁହଁ ସଫା କରନ୍ତୁ। ଏହା ପରେ ଟୋନିଙ୍ଗ କରି ମଇଶ୍ଚରାଇଜିଙ୍ଗ୍ କରନ୍ତୁ।

–   ସପ୍ତାହକୁ ୪ଦିନ ସ୍କ୍ରବିଂ କରନ୍ତୁ। ଏହାଦ୍ୱାରା ବ୍ଲାକ୍ ହେଡ୍ସ୍ କମ୍ ହୋଇଥାଏ।

–  ଘରୁ କୁଆଡ଼େ ବାହାରକୁ ଗଲେ ମୁହଁରେ ସନ୍ ସ୍କ୍ରିନ୍ ଲୋଶନ୍ ଲଗାନ୍ତୁ।

– ତେଲମସଲା, ଛଣାଛଣି ଖାଦ୍ୟ ତ୍ୱଚାକୁ ଅଧିକ ତେଲିଆ କରିଦିଏ। ତେଣୁ ପ୍ରଚୁର ପରିମାଣରେ ପାଣି ପିଇବା ସହିତ କାକୁଡ଼ି, କମଳା, ବ୍ରୋକୋଲି, ନଡ଼ିଆ ପାଣି, ଲେମ୍ବୁ, କଦଳୀ, ତରଭୁଜ, ଡାଲି ଆଦି ଦୈନିକ ଖାଦ୍ୟପାନରେ ରଖନ୍ତୁ।