angry mood

ବର୍ତ୍ତମାନ ସମୟରେ କାମର ଚାପ, କାର୍ଯ୍ୟବ୍ୟସ୍ତତା, ପାରିବାରିକ କଳହ ଓ ଅନ୍ୟାନ୍ୟ କାରଣ ଯୋଗୁଁ ବ୍ୟକ୍ତି ଛୋଟ ଛୋଟ କଥାରେ ରାଗିଯାଆନ୍ତି। ହଠାତ୍‌ ରାଗିବା ଯୋଗୁଁ ସମ୍ପର୍କ ଖରାପ ହେବା ସହ ମନ ଅଶାନ୍ତ, ମନ ଦୁଃଖ ଓ ମାନସିକ ଅବସାଦ ଦେଇ ମଣିଷ ଗତି କରେ। ତେବେ ଜାଣନ୍ତୁ, କ୍ରୋଧକୁ ନିୟନ୍ତ୍ରଣ କେମିତି କରିବେ?

ରାଗ ଆସିବା ବେଳେ ୫ ମିନିଟ୍‌ ପାଇଁ ଚୁପ୍‌ଚାପ ବସନ୍ତୁ। କାହାକୁ କିଛି କହନ୍ତୁ ନାହିଁ। କାରଣ ରାଗ ଆସିବା ବେଳେ କିଛି ସମୟ ଚୁପ୍‌ ରହିଗଲେ ରାଗ ନିୟନ୍ତ୍ରଣକୁ ଆସିଥାଏ।

ମନକୁ କ୍ରୋଧ ଆସିଲେ ସେ ସ୍ଥାନ ଛାଡ଼ି ଦିଅନ୍ତୁ। ଦେଖିବେ ରାଗ ନିୟନ୍ତ୍ରଣରେ ରହିବ।

ସବୁବେଳେ ସକରାତ୍ମକ ଚିନ୍ତା କରନ୍ତୁ।

ମନରେ କିଛି ଦ୍ୱନ୍ଦ୍ୱ ଥିଲେ ନିଜର ଭଲ ସାଙ୍ଗ କିମ୍ବା ପାରିବାରର କାହା ସହିତ ସେୟାର କରନ୍ତୁ।

ନିଜ ମନରେ କିଛି କଥା ଥିଲେ ନିଜ ପ୍ରିୟଜନଙ୍କ ସହ ସେୟାର ନିଶ୍ଚୟ କରନ୍ତୁ। ମନରେ କଥା ରଖିଲେ ପରମୁହୂର୍ତ୍ତରେ ଆପଣଙ୍କୁ କଷ୍ଟ ଲାଗିବ।

ରାଗ ଶାନ୍ତ କରିବାର ଭଲ ମାଧ୍ୟମ ହେଉଛି ହସିବା। ହସିବା ଦ୍ୱାରା ରାଗ ନିୟନ୍ତ୍ରଣରେ ରହିଥାଏ। କ୍ରୋଧ ମନକୁ ଆସିଲେ କିଛି ହାସ୍ୟାତ୍ମକ ଭିଡିଓ ଦେଖି ଆପଣ ହସିପାରିବେ।

ରାଗ ଶାନ୍ତ କରିବାର ଆଉ ଏକ ଉପାୟ ହେଉଛି ସଙ୍ଗୀତ ଶୁଣିବା। ଏହା ମନକୁ ଆନନ୍ଦ ଦିଏ।

ପ୍ରତିଦିନ କିଛି ନା କିଛି ବ୍ୟାୟାମ କିମ୍ବା ମେଡିଟେସନ୍‌ କରନ୍ତୁ।