mustard oil

ଅଧିକାଂଶ ଲୋକଙ୍କ ମନରେ ପ୍ରଶ୍ନ ଆସିଥାଏ ଯେ, କେଉଁ ତେଲ ଖାଇବା ଦରକାର? ହେଲେ କେଉଁ ତେଲ ଖାଇବା ଯେତିକି ଗୁରୁତ୍ୱପୂର୍ଣ୍ଣ ନୁହେଁ, କେତେ ମାତ୍ରାରେ ତେଲ ଖାଦ୍ୟରେ ବ୍ୟବହାର କରିବା ତାହା ଗୁରୁତ୍ଵପୂର୍ଣ୍ଣ।

ଖାଦ୍ୟରେ ସବୁବେଳେ ତେଲର ମାତ୍ରା କମ୍‌ ରହିବା ଜରୁରୀ। ସାଧାରଣତଃ ଗୋଟିଏ ଦିନରେ ୫ ଚାମଚରୁ କମ୍‌ ତେଲ ଖାଇବା ଆବଶ୍ୟକ। ଆମେ ଖାଦ୍ୟରେ ଯେଉଁ ତେଲ ବ୍ୟବହାର କରୁ, ତାହା ସାଧାରଣତଃ ଉଦ୍ଭିଦରୁ ମିଳିଥାଏ। କିନ୍ତୁ, ତାହା ଆମ ଯକୃତରେ କୋଲେଷ୍ଟ୍ରୋଲ ତିଆରି କରିଥାଏ।

ତେଲ ମଧ୍ୟରେ ସବୁଠାରୁ ଭଲ ହେଉଛି ଅଲିଭ୍‌ ଅଏଲ୍‌। ପାଶ୍ଚାତ୍‌ ଦେଶମାନଙ୍କରେ ଖାଦ୍ୟରେ ଅଲିଭ ଅଏଲକୁ ଶେଷରେ ମିଶାଇ ବ୍ୟବହାର କରାଯାଏ। ହେଲେ ଅଲିଭ୍‌ ଅଏଲ୍‌କୁ ଛଣାଛଣି କରିବା ପାଇଁ ବ୍ୟବହାର କରାଯାଇ ନ ଥାଏ। ଏହାଦ୍ଵାରା ଅଲିଭ୍‌ ଅଏଲ୍‌ରେ ଥିବା ଆଣ୍ଟିଅକ୍ସିଡାଣ୍ଟ ନଷ୍ଟ ହୋଇଯାଏ।

ଭାରତୀୟ ଖାଦ୍ୟ ପ୍ରଣାଳୀରେ କୌଣସି ଖାଦ୍ୟକୁ ଛାଣି କରି ଖାଇବା, ଅଧିକ ତେଲରେ ରାନ୍ଧିକରି ଖିଆଯାଏ।

ରାଇସ୍‌ବ୍ରାନ୍‌, ବାଦାମ୍‌ ଓ ସୋରିଷ ତେଲକୁ ଯେତେ କମ୍‌ ପରିମାଣରେ ବ୍ୟବହାର କରିପାରିବା ସେତେ ଭଲ। ଏହାସହ ଗୋଟିଏ ପ୍ରକାର ତେଲକୁ ସବୁଦିନ ବ୍ୟବହାର ନ କରି ଭିନ୍ନ ଭିନ୍ନ ତେଲକୁ ଭିନ୍ନ ଭିନ୍ନ ଦିନରେ କମ୍‌ ପରିମାଣରେ ବ୍ୟବହାର କରିବା ଦରକାର। ଉଦାହରଣ ସ୍ଵରୁପ, ଗୋଟେ ମାସରେ ଆପଣ ରାଇସ୍‌ବ୍ରାନ୍‌ ତେଲ ବ୍ୟବହାର କରୁଛନ୍ତି, ତେବେ ଅନ୍ୟ ମାସରେ ସନ୍‌ଫ୍ଲାଓ୍ୱାର ତେଲ କିଣନ୍ତୁ।। ଖାଦ୍ୟରେ ଘିଅର ସେବନ ଯେତେ କମ୍‌ କରିପାରିବେ ତାହା ସେତେ ଭଲ।

ଏହାଛଡ଼ା ଛଣାଛଣି ଓ ଅଧିକ ତେଲର ବ୍ୟବହାରକୁ କମ୍‌ କରିବାକୁ ପଡ଼ିବ।

ସାଧାରଣତଃ ଆମେ ମାଛକୁ ଛାଣୁ ବା ଭାଜି କରି ଖାଇଥାଉ। ଏହା କରିବା ଦ୍ୱାରା ମାଛରେ ତେଲ ମିଶିଯାଏ, ଯାହା ଶରୀରକୁ ଯାଇଥାଏ।

ବୟସ୍କଙ୍କ ପାଇଁ ରନ୍ଧନ ତେଲର ଦୈନିକ ପ୍ରାୟ ୪ ଚାମଚ ବ୍ୟବହାର କରିବା ଦରକାର। ଓଜନ ନିୟନ୍ତ୍ରଣ କରିବା ପାଇଁ ଖାଦ୍ୟରେ ୩ ଚାମଚ ତେଲ ବ୍ୟବହାର କରିବା ଉଚିତ।