ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ଜରୁରୀ ଭିଟାମିନ୍‌ ସି’।

ଶରୀରକୁ ବିଭିନ୍ନ ରୋଗ ଦାଉରୁ ରକ୍ଷା କରିବା ପାଇଁ ଏବଂ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ଭିଟାମିନ୍‌ ସି’ର ଭୂମିକା ଗୁରୁତ୍ୱପୂର୍ଣ୍ଣ। ପ୍ରତିଦିନ ମହିଳାମାନେ ୭୫ ଏମ୍‌ଜିର ଭିଟାମିନ୍‌ ସି’ ଓ ପୁରୁଷମାନେ ୯୦ ଏମ୍‌ଜିର ଭିଟାମିନ୍‌ ସି ସେବନ କରିବା ଜରୁରୀ।

ତ୍ୱଚା ଓ ଚର୍ମ ସ୍ଵାସ୍ଥ୍ୟ ପାଇଁ ଭିଟାମିନ୍‌ ବେଶ୍‌ ଲାଭଦାୟକ। ଶରୀରରେ ଭିଟାମିନ୍‌ ସି’ ଅଭାବ ହେଲେ ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହୋଇଯାଏ, ହାଡ଼ ଦୁର୍ବଳ ହୋଇଯାଏ, ଥଣ୍ଡା, ଜ୍ୱର, କାଶ ଲାଗିରହେ, ମାଢ଼ିରୁ ରକ୍ତ ବାହାରେ, ଚର୍ମ ସମ୍ବନ୍ଧୀୟ ରୋଗ, ଆଲର୍ଜି, ଅଲସର, ହଜମ ଶକ୍ତି କମିଯିବା, ଭୋକ ନ ଲାଗିବା, ଚର୍ମରେ କୁଞ୍ଚନ ପଡ଼ିଯିବା ଆଦି ସମସ୍ୟା ଦେଖାଦିଏ।

ଭିଟାମିନ୍ ସି ଶରୀରରୁ ଅଧିକ ତରଳ ପଦାର୍ଥ ବାହାର କରି ଏକ ଡାଇୟୁରେଟିକ ଭାବରେ କାମ କରିପାରେ। ଏହା ରକ୍ତ ଶିରା ଭିତରେ ଥିବା ଚାପକୁ କମ କରିବାରେ ସାହାଯ୍ୟ କରିଥାଏ।

ସାଧାରଣତଃ ଖଟା ଜାତୀୟ ଖାଦ୍ୟରୁ ଭିଟାମିନ୍‌ ସି ପ୍ରଚୁର ପରିମାଣରେ ମିଳିଥାଏ। ଯଥା: ଅଁଳା, କମଳା, ଅଙ୍ଗୁର, ଟମାଟ, ଲେମ୍ବୁ, କଦଳୀ, ସେଓ, ପୋଦିନା, ମୂଳା ଶାଗ, କ୍ଷୀର, ଧନିଆ ଓ ପାଳଙ୍ଗରେ ଭିଟାମିନ୍‌ ସି’ ପ୍ରଚୁର ପରିମାଣରେ ଥାଏ।

  • ଶରୀରରେ ଭିଟାମିନ ସି ମାଂସପେଶୀକୁ ଯୋଡ଼ି ରଖିବାରେ ସାହାଯ୍ୟ କରିଥାଏ।
  • ଭିଟାମିନ ସି’ଯୁକ୍ତ ଖାଦ୍ୟ ଖାଇବା ଦ୍ଵାରା ପାଚନ ତନ୍ତ୍ର ମଜଭୁତ ହୋଇଥାଏ।
  • ତ୍ଵଚା ସମ୍ବନ୍ଧୀୟ ସମସ୍ୟା ପାଇଁ ଭିଟାମିନ ସି ଉପଯୁକ୍ତ।
  • ଭିଟାମିନ ସି କ୍ୟାନସର ଭଳି ରୋଗରୁ ରକ୍ଷା କରେ।
  • ଶରୀରରେ ରକ୍ତ ତିଆରି କରିବାରେ ଭିଟାମିନ ସି ସାହାଯ୍ୟ କରିଥାଏ।