ଶରୀରର ସମସ୍ତ ଅଙ୍ଗ ପାଇଁ ଭିଟାମିନ୍ ବି କମ୍ପ୍ଲେକ୍ସର ଆବଶ୍ୟକତା ରହିଛି। ବୃଦ୍ଧାବସ୍ଥାରେ ଭିଟାମିନ୍ ବି ଅଧିକ ଜରୁରୀ।
ଭିଟାମିନ୍ ବି କମ୍ପ୍ଲେକ୍ସର ପ୍ରକାର
ଭିଟାମିନ୍ ବି୧ (ଥିଆମିନ୍), ଭିଟାମିନ୍ ବି୨ (), ଭିଟାମିନ୍ ବି୩, ଭିଟାମିନ୍ ବି୪, ଭିଟାମିନ୍ ବି୫, ଭିଟାମିନ୍ ବି୬, ଭିଟାମିନ୍ ବି୭ (ବାୟୋଟିନ୍), ଭିଟାମିନ୍ ବି୯, ଭିଟାମିନ୍ ବି୧୨।
ଭିଟାମିନ୍ ବି’ର ଅଭାବ ହେଲେ କେଉଁ ସବୁ ଲକ୍ଷଣ ଦେଖାଦିଏ?
ଚିଡ୍ଚିଡ଼ା ଲାଗିବା
ଥକ୍କାପଣ
ଗଳାରେ ଯନ୍ତ୍ରଣା ହେବା
ଦୁର୍ବଳ ଲାଗିବା
ଦୃଷ୍ଟିଶକ୍ତି କମିଯିବା
ଭୋକ ନ ଲାଗିବା
ବଦ୍ହଜମି ହେବା
ଡିପ୍ରେସନ୍ (ମାନସିକ ଅବସାଦ)
ବାନ୍ତି ହେବା
ଅନିଦ୍ରା
ଭିଟାମିନ୍ ବି’ ପାଇଁ ଖାଆନ୍ତୁ ଏହି ଖାଦ୍ୟ
କେତେକ ଲୋକ ଶରୀରରେ ଭିଟାମିନ୍ର ଅଭାବ ଦୂର କରିବା ପାଇଁ ସପ୍ଲିମେଣ୍ଟର ସେବନ କରିଥା’ନ୍ତି। ହେଲେ ସପ୍ଲିମେଣ୍ଟ ନ ନେଇ କେତେକ ଖାଦ୍ୟ ନିଜ ଦୈନନ୍ଦିନ ଖାଦ୍ୟରେ ସାମିଲ କଲେ ଶରୀରକୁ ସମସ୍ତ ପୋଷଣ ମିଳିପାରିବ।
କମଳା, କ୍ଷୀର, ଅଣ୍ଡା, ବାଦାମ, ମଟର, ପାଳଙ୍ଗ, ଓଟ୍ସ, ଚିକେନ୍, ମାଛ, ସବୁଜ ପନିପରିବା, ଛତୁ, ବ୍ରୋକୋଲି, ଟମାଟ, ବିନ୍ସ, ଖଟାଜାତୀୟ ଫଳରେ ଭିଟାମିନ୍ ବି ପ୍ରଚୁର ମାତ୍ରାରେ ଭରି ରହିଛି। ତେଣୁ ଖାଦ୍ୟରେ ଏସବୁ ସାମିଲ କରିବା ଦ୍ୱାରା ଭିଟାମିନ୍ ବି’ର ଅଭାବ ଦୂର ହେବ।