ଖରାଦିନେ ଅତ୍ୟଧିକ ତାପମାତ୍ରା ଓ ଗୁଳୁଗୁଳି ଯୋଗୁଁ ଥକ୍କାପଣ, ଅଣନିଶ୍ୱାସୀ ଲାଗିବା ଭଳି ସମସ୍ୟା ଦେଖାଦିଏ। ଟାଣ ଖରା ଯୋଗୁଁ ଅଂଶୁଘାତ, ସନ୍ବର୍ଣ୍ଣ, ସନ୍ଟ୍ୟାନ୍, ଘିମିରି, ଚର୍ମରେ ନାଲି ନାଲି ଫଳିଯିବା, ଦେହରେ ଝାଳ ବାହାରିବା ଯୋଗୁଁ ଦୁର୍ଗନ୍ଧ ବାହାରିବା, ତ୍ୱଚା କୁଣ୍ଡାଇ ହୋଇ ଯାଦୁ କିମ୍ବା ଆଲର୍ଜି ଭଳି ସମସ୍ୟା ହେବାର ଆଶଙ୍କା ଥାଏ। ତେଣୁ, ଖାସ୍କରି ଖରାଦିନେ ସ୍ୱାସ୍ଥ୍ୟର ଯତ୍ନ ନେବା ନିହାତି ଜରୁରୀ।
ବାହାରକୁ ଯିବାର ୧୫ ମିନିଟ୍ ପୂର୍ବରୁ ଏସ୍ପିଏଫ୍-୩୦ର ସନ୍ ସ୍କ୍ରିନ୍ ବ୍ୟବହାର କରନ୍ତୁ। ଓଠରେ ଏସ୍ପିଏଫ୍ ଯୁକ୍ତ ଲିପ୍ବାମ୍ ଲଗାଇବାକୁ ଭୁଲନ୍ତୁ ନାହିଁ।
ଅତିଜରୁରୀ ନଥିଲେ ଦିନ ୧୧ଟାରୁ ୪ଟା ପର୍ଯ୍ୟନ୍ତ ବାହାରକୁ ବାହାରନ୍ତୁ ନାହିଁ।
ଖରାଦିନେ ସୂତା ଓ ଧଳା ପୋଷାକ ପିନ୍ଧନ୍ତୁ। ବାହାରକୁ ଗଲା ବେଳେ ହାତ ଫୁଲ୍ ଏବଂ ଢିଲା ପୋଷାକ ପିନ୍ଧନ୍ତୁ।
ଖରାରୁ ଆଖିକୁ ରକ୍ଷା କରିବା ପାଇଁ ସନ୍ ଗ୍ଲାସ୍ ପିନ୍ଧନ୍ତୁ।
ଦିନକୁ ଅତି କମ୍ରେ ୩ରୁ ୪ ଲିଟର୍ ପାଣି ପିଅନ୍ତୁ।
ନିଜ ଖାଦ୍ୟ ତାଲିକାରେ ପାଣି ଅଂଶ ଥିବା ଫଳକୁ ସାମିଲ କରନ୍ତୁ।
ସାଧାରଣତଃ ଖରାଦିନେ ତେଲମସଲା ଖାଦ୍ୟ, ଫାଷ୍ଟଫୁଡ୍, ଚକୋଲେଟ୍, କଫି ଓ ଚା’ ଭଳି ଖାଦ୍ୟ ଖାଇବା କମ୍ କରନ୍ତୁ।
ବେଳେ ଲୋକ ଛୋଟ ଛୋଟ ସମସ୍ୟାକୁ ଅଣଦେଖା କରି ଦେଇଥାନ୍ତିା ହେଲେ ଏହି ଛୋଟ ସମସ୍ୟା ଧୀରେ ଧୀରେ ବଡ଼ ହୋଇଥାଏା ଆପଣ ଏଭଳି ଅଭ୍ୟାସରୁ ଯଥାସମ୍ଭବ ଦୂରେଇ ରହିବାକୁ ଚେଷ୍ଟା କରିବୋ ନିୟମିତ ଡାକ୍ତର ପାଖରେ ନିଜ ସ୍ୱାସ୍ଥ୍ୟର ଚେକଅପ କରିନିଅନ୍ତୁା